ଛୁରୀ ଦେଖାଇ ଅଭିନେତ୍ରୀଙ୍କ ଠାରୁ ଲୁଟି ନେଲେ ୬.୫ ଲକ୍ଷ ଟଙ୍କା : ବାଥରୁମରେ ଲୁଚି ରହିଲେ ୨ ଘଣ୍ଟା

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୦୯/୦୯ :  ଅଭିନେତ୍ରୀ ତଥା ମଡେଲ୍ ଅଳଂକୃତା ସହାୟଙ୍କୁ ଛୁରୀ ଦେଖାଇ ବନ୍ଧକ ରଖି କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। ଏନେଇ ସେ ଥାନାରେ ଏତଲା ଦେବା ପରେ ପୁଲିସ୍ ପକ୍ଷରୁ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି।

ଅଭିଯୋଗ ଅନୁଯାୟୀ, ଅଳଂକୃତାଙ୍କ ଘରେ ୩ ଜଣ ଲୁଟେରା ପଶିଥିଲେ। ସେମାନେ ତାଙ୍କୁ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଇଥିଲେ। ତା’ପରେ ତାଙ୍କୁ ବନ୍ଧକ ବନାଇ ଦୁଇ ଘଣ୍ଟା ଧରି ଘରେ ଲୁଟ୍‌ପାଟ୍ କରିଥିଲେ। ସେମାନେ ସାଢ଼େ ୬ ଲକ୍ଷ ଟଙ୍କା ନେଇ ବାଲ୍‌କୋନୀରୁ ଡେଇଁ ଫେରାର ହୋଇଯାଇଥିଲେ।

ତେବେ ପୁଲିସ୍ ପକ୍ଷରୁ କୁହାଯାଇଛି କି ଏହି ଘଟଣା ବେଳେ ଅଭିନେତ୍ରୀ ଅଳଂକୃତା ସହାୟ ଘରେ ଏକୁଟିଆ ଥିଲେ। ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରା ମାନଙ୍କୁ ପୁଲିସ୍ ଖୋଜୁଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ଅଳଂକୃତା ମାସେ ତଳେ ଏହି ଘରକୁ ଶିଫ୍ଟ ହୋଇଥିଲେ। ତିନି ମହାଲା ବିଶିଷ୍ଟ ଏହି ଫ୍ଲାଟର ଦ୍ୱିତୀୟ ମହଲାରେ ସେ ରହନ୍ତି। ତାଙ୍କ ସହିତ ତାଙ୍କ ବାପାମା’ ବି ରହନ୍ତି। ତାଙ୍କ ବାପାମା’ କିଛି ଦିନ ତଳେ ଦିଲ୍ଲୀ ଯାଇଥିଲା। ଆଉ ଅଳଂକୃତା ଏକୁଟିଆ ଥିବା ବେଳେ ଘଟିଥିଲା ଏହି ଘଟଣା।

ସୂଚନାଯୋଗ୍ୟ, ୨୦୧୪ରେ ଅଳଂକୃତା ‘ମିସ୍ ଇଣ୍ଡିଆ ଆର୍ଥ’ ଟାଇଟଲ ଜିତିଥିଲେ। ସେ ‘ଲଭ୍ ପର୍ ସ୍କୋୟାର ଫିଟ୍‌’ ଓ ‘ନମସ୍ତେ ଲଣ୍ଡନ’ ଆଦି ଫିଲ୍ମରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.