ଅଳକାଠୁ ଅଢେଇଲକ୍ଷ ଟଙ୍କା ନେଇଥିଲା ଅମିଷା, କିନ୍ତୁ ହତ୍ୟାକାଣ୍ଡର କାରଣ ନୁହେଁ ଟଙ୍କା: ପୋଲିସ କହୁଛି ଦି’ ଜଣଙ୍କର ଥିଲା କ୍ଲୋଜ ରିଲେସନ୍

Published By : Prameya-News7 Bureau | January 22, 2019 IST

ଭୁବନେଶ୍ବର୨୨|୧: ଏବେବି ରହସ୍ୟ ଘେରରେ ଅଳକା ହତ୍ୟାକାଣ୍ଡ ଘଟଣା । ତେବେ ଧିରେ ଧିରେ ଏହାର ଗୁମର ଫିଟିବାରେ ଲାଗିଛି । ସାଙ୍ଗ ହୋଇ କିଭଳି ନିଜ ସାଙ୍ଗକୁ ବିଭତ୍ସଭାବେ ହତ୍ୟା କଲେ । ତାର ସୁରକା କିଛିକାଂଶରେ ପୋଲିସ ଜାଣିବାକୁ ପାଇଛି ।

ଡାଇରୀ ଖୋଲିବ ହତ୍ୟାକାଣ୍ଡର ଗୁମର । କାହିଁକି ଅନିଷା ଅଳକାକୁ ହତ୍ୟା କଲେ । ଅଳକା ଓ ଅମିଷାଙ୍କ ଭିତରେ କଣ ଥିଲା ସମ୍ପର୍କ । କିଭଳି ମିଶୁଥିଲେ ସେମାନେ । ହତ୍ୟାକାଣ୍ଡ ପଛରେ ଟଙ୍କା । ନା ଆଉ କଣ ଥିଲା ଉଦେଶ୍ୟ । ଏଭଳି କିଛି ପ୍ରଶ୍ନର ଉତ୍ତର ଅଳଙ୍କା ଡାଇରୀରେ ଲେଖା ଅଛି । ଯାହା ଅଳକା ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିବ ବୋଲି ପୋଲିସ ସୁତ୍ରରୁ ଜଣା ପଡିଛି ।

ଗତ ଶନିବାର ବିଳମ୍ବିତ ରାତି ଗୌରୀନଗର ଲେନ ୫ ହୋଇ ଥିବା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତେବେ ଦୁଇ ଦିନ ବତି ଯାଇଥିଲେ ବି  ଅଳକା ହତ୍ୟାକାଣ୍ଡ ଘଟଣା ଏବେବି ରହସ୍ୟ ହୋଇ ରହିଛି । ତେବେ ପୋଲିସ ହାତରେ ଲାଗିଥିବା ଅଳକାର ଡାଇରୀ ଏବେ ସମସ୍ତ ଘଟଣା ଗୁମର ଖୋଲିବ ।

ଅପରପକ୍ଷରେ ମଳିଥିବା ସୂଚନା ଅନୁସାରେ ଗତ ଦଶ ବର୍ଷ ଧରି ଅନିଷା ମିତ୍ର ଅଳାକଙ୍କଠାରୁ ବିଭିନ୍ନ ସମୟରେ ଆର୍ଥିକ ସହାୟତା ନେଉଥିଲେ । ଯାହା ଅଳକା ପରିବାର ଲୋକକଙ୍କ ମଧ୍ୟ ଜଣା ଥିଲା । ଏପରିକି କିଛି ମାସ ପୂର୍ବରୁ ଅନିଷା ଅଳାକଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଧାର ନେଇଥିଲେ । ଯାହାକୁ ନେଇ ଅଳକା ଓ ଅମିଷାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଯେବେ ଯେବେ ଅଳାକା ଅମିଷାଙ୍କୁ ଏହି ଟଙ୍କା ମାଗୁଥିଲେ । ତାକୁ ନେଇ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା । ଏକଥା କୁଆଡେ ଡାଇରୀରେ ଅଳକା ଲେଖିଥିବା ପୋଲିସ ସୂତରୁ ଜଣାପଡିଛି । ଏମିତିକି ପୂର୍ବ ରାତି ମଧ୍ୟ ଏ ବାବଦରେ ଅଳକା ତାଙ୍କ ଶେଷ କଲରେ ଭଉଣୀଙ୍କୁ କହିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଯଦି ଦେଖାଯାଏ ଅଳକାଙ୍କ ଡାଇରୀ ହିଁ ଏ ହତ୍ୟାକାଣ୍ଡର ଗୁମର ଖୋଲିବାର ଚାବିକାଠି । ଡାଇରୀ ହିଁ ହତ୍ୟାକାଣ୍ଡର ରହସ୍ୟ ଖୋଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.