ତୁଟିଗଲା ସମ୍ପର୍କକ୍ରାନ୍ତିର ସମ୍ପର୍କ ! ଯାତ୍ରା ସମୟରେ ୨ଥର ଇଞ୍ଜିନ୍‌ରୁ ଅଲଗା ହେଲା ବଗି

Published By : Prameya-News7 Bureau | February 21, 2020 IST

ଗାଜିଆବାଦ ୨୧।୦୨:  ପୁଣି ଇଞ୍ଜିନ୍‌ରୁ ଅଲଗା ହେଲା ବଗି । କିନ୍ତୁ ଏଥରକ ଥରେ ନୁହେଁ ଦୁଇ ଥର ଅଲଗା ହୋଇଛି । ନିଜ ଗମନାଗମନ ରାସ୍ତାରେ ଦୁଇ ଥର ଇଞ୍ଜିନ୍‌ରୁ ବଗି ଅଲଗା ହୋଇଛି । ଓଡିଶା-ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ର ବଗି ୨ଥର ଅଲଗା ହୋଇଯାଇଛି । ଇଞ୍ଜିନ୍‌ରେ ବଗି ଯୋଡିହେବା ପରେ ଏବେ ଟ୍ରେନ୍‌ ଷ୍ଟେସନ ଛାଡିଛି ।

{"id":227056,"sizeSlug":"large"}

ସୂଚନାଯୋଗ୍ୟ ଯେ, ଓଡିଶା ସମ୍ପର୍କକ୍ରାନ୍ତି ଟ୍ରେନ ଯାତ୍ରୀ ନେଇ ଓଡିଶା ଅଭିମୁଖେ ଫେରୁଥିଲା । କିନ୍ତୁ ଟ୍ରେନ୍ ଯାତ୍ରା ସମୟରେ ଶୁକ୍ରବାର ସକାଳ ସମୟରେ ଗାଜିଆବାଦ ଷ୍ଟେସନ୍‌ରୁ କିଛି ବାଟ ଆସିବା ପରେ ଟ୍ରେନ୍‌ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ ଅଲଗା ହୋଇଥିବା ବଗି ଓ ଇଞ୍ଜିନକୁ ଯୋଡି ଥିଲେ । ଏବଂ ଟ୍ରେନ୍‌କୁ ଆଗାମୀ ଯାତ୍ରା ନିମନ୍ତେ ସୂଚନା ଦେଇଥିଲା ।

ସେହିପରି କିଛି ବାଟ ଆସିବା ପରେ ଆଲିଗଡ ହତାରସ ଷ୍ଟେସନ ନିକଟରେ ପୁଣି ଥରେ ଇଞ୍ଜିନ୍‌ରୁ ବଗି ଅଲଗା ହୋଇଯାଇଥିଲା । ପୂର୍ବଥର ଭଳି କର୍ମଚାରୀ ପହଞ୍ଚି ଉଭୟ ଇଞ୍ଜିନ ଓ ବଗିକୁ ଯୋଡି ଯାତ୍ରା ଆରମ୍ଭ କରିବା ପାଇଁ ଅନୁମତି ଦେଇଥିଲା । ଟ୍ରେନ୍‌ଟି ଓଡିଶା ଅଭିମୁଖେ ଯାତ୍ରା କରୁଛି ।  ତେବେ କିପରି ଯାତ୍ରା ସମୟରେ ୨ଥର ଇଞ୍ଜିନ୍‌ ଓ ବଗି ଅଲଗା ହୋଇଯାଇଛି । ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.