ଅଲକାୟେଦାର ମୋଷ୍ଟ ଓ୍ବାଣ୍ଟେଡ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ଦ୍ବାରା ନିହତ : କୁଖ୍ୟାତ ଓସାମା ବିନ ଲାଡେନ୍‌ର ବୋହୂ ମୃତ

Published By : Prameya-News7 Bureau | November 14, 2020 IST

ନୂଆଦିଲ୍ଲୀ ୧୪/୧୧: ଇସ୍ରାଏଲ୍ ଅଲକାଏଦା ଆତଙ୍କବାଦୀ ଅବୁ ମହମ୍ମଦ ମସରୀ ଓରଫ ଅବଦୁଲ୍ଲାକୁ ନିହତ କରିଛି। ୫୮ବର୍ଷର ଅବଦୁଲ୍ଲା ଇରାନରେ ରହୁଥିଲା।ଅବଦୁଲ୍ଲା ବିରୋଧରେ ୨୨ବର୍ଷ ତଳେ ୧୯୯୮ମସିହାରେ ଆଫ୍ରିକାରେ ଆମେରିକାର ୨ଟି ଦୂତାବାସ ଉପରେ ହୋଇଥିବା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ସହଯୋଗ କରିବାର ଅଭିଯୋଗ ଥିଲା।

ଅବଦୁଲ୍ଲାଙ୍କୁ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ମୋସାଦର ସିକ୍ରେଟ୍ ଏଜେଣ୍ଟ୍ ଇରାନରେ ଅବଦୁଲ୍ଲାକୁ ନିହତ କରିଛନ୍ତି। ଅବଦୁଲ୍ଲାଙ୍କୁ ଅଗଷ୍ଟ ୭ତାରିଖରେ ନିହତ କରାଯାଇଥିଲା। ଅବଦୁଲ୍ଲା ସହ ତେହରାନରେ ତା ଝିଅ ଏବଂ ଓସାମା ବିନ ଲାଡେନର ପୁଅ ହମଜା ବିନ୍ ଲାଡେନର ବିଧବା ପତ୍ନୀ ମଧ୍ୟ ନିହତ ହୋଇଛି।

ଏହା ଜଣା ପଡ଼ିପାରି ନାହିଁ ଯେ ଅବଦୁଲ୍ଲାଙ୍କୁ ନିହତ କରିବା ଅଭିଯାନରେ ଆମେରିକାର କ‘ଣ ଭୂମିକା ରହିଛି କିନ୍ତୁ ଅନୁମାନ କରାଯାଉଛି ଯେ ଆମେରିକା ତା ଉପରେ ଦୀର୍ଘ ଦିନରୁ ନଜର ରଖିଥିଲା। ଅବଦୁଲ୍ଲାଙ୍କ ନାଁ ଏଫବିଆଇର ୧୭୦ ମୋଷ୍ଟ୍ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ସୂଚୀରେ ସପ୍ତମ ନମ୍ବରରେ ଥିଲା। ଅବଦୁଲ୍ଲା ୨୦୧୫ମସିହାରେ ତେହରାନର ପସଦରାନ ଜିଲ୍ଲାରେ ରହୁଥିଲା।

୨୦୦୧ମସିହାରେ ସେପ୍ଟେମ୍ବର ୧୧ତାରିଖରେ ପେଣ୍ଟାଗନରେ ହୋଇଥିବା ଆକ୍ରମଣ ପରେ ଆମେରିକା ୨୦୧୧ମସିହାରେ ଓସାମା ବିନ ଲାଡେନକୁ ନିହତ କରିଥିଲା। ଲାଡେନର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆଦେଶରେ ସିଇଓ,ଏସଏଡି ଏବଂ ଏସଓଜି ସଂଯୁକ୍ତ ଅପରେସନରେ ମାରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.