Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଆମେରିକାରେ ଜେଲ୍ ଦଣ୍ଡ ପରେ ଭାରତ ଫେରିଲା ଅଲ୍-କାଏଦା ସମର୍ଥକ ଇବ୍ରାହିମ୍, କ୍ୱାରେଣ୍ଟାଇନ୍ ପରେ ହୋଇପାରେ ମୁକ୍ତ

22/05/2020 at 1:01 PM

ନୂଆଦିଲ୍ଲୀ ୨୨।୦୫: ଭାରତ ଫେରିଲେ ଆତଙ୍କବାଦୀ ସଂଗଠନର ସମର୍ଥକ ଇବ୍ରାହିମ୍‌ । ୪୦ବର୍ଷୀୟ ଇଞ୍ଜିନିୟର ତଥା ଭାରତୀୟ ନାଗିରକ , ଯାହାକୁ ଅଲ୍‌କାଏଦାର ବରିଷ୍ଠ ନେତାଙ୍କ ଟଙ୍କା ଯୋଗାଇଥିବା ମାମଲାରେ ଆମେରିକା କୋର୍ଟ ୨୦୧୮ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏବେ ତାଙ୍କୁ ଭାରତ ପଠାଯିବାକୁ ଯୋଜନା କରାଯାଉଛି ବୋଲି ସୂଚନା ମିଳିଛି । ୨୦୧୮ ଅପ୍ରେଲରେ ଇବ୍ରାହିମ ମହମ୍ମଦ ଜୁବେର ଓ ତାର ଦୁଇଜଣ ସାଥୀ  ଇରାକରେ ଥିଲେ । ଆଫଗାନିସ୍ତାନ ଓ ସାରାବିଶ୍ୱରେ ଆମେରିକା ସୈନ୍ୟକର୍ମୀଙ୍କ ବିରୋଧରେ ହିଂସା ପାଇଁ ଆତଙ୍କବାଦୀ ସଂଗଠନକୁ ସମର୍ଥ ଓ ବିପୁଳ ପରିମାଣର ଡଲାର ଫଣ୍ଡିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ଅନୁସନ୍ଧାନକାରୀ ସଂସ୍ଥା ଅନୁଯାୟୀ, ଦୁଇ ଭାଇ ୟାହି ଫାରୁକ୍ ମହମ୍ମଦ ଏବଂ ମହମ୍ମଦ ଇବ୍ରାହିମ ଜୁବେର ହାଇଦ୍ରାବାଦର ଅଲୱାଲ ଅଞ୍ଚଳରେ ରହୁଥିଲେ। ଫାରୁଖ ଏବଂ ଜୁବେର ଆମେରିକାରେ ଅଧ୍ୟୟନ କରିବାକୁ ଯାଇଥିଲେ,  ଯେଉଁଠାରେ ଉଭୟ ଭାଇ ଆମେରିକାର ନାଗରିକତ୍ୱ ମଧ୍ୟ ପାଇଥିଲେ। ଉଭୟ ସେଠାରେ ବିବାହ କରି ଆମେରିକାରେ ରହିବାକୁ ଲାଗିଲେ। ଆମେରିକାରେ ଥିବାବେଳେ ଉଭୟ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଅଲ-କାଏଦାରେ ଯୋଗ ଦେଇଥିଲେ । ଦୁଇ ଭାଇ ଟେରର ଫଣ୍ଡିଂ ସହିତ ଅଲ୍‌-କାଏଦା ସହିତ ଜଡିତ ଅନେକ ମାମଲାରେ ମାମଲା ରୁଜୁ ହୋଇଥିଲା। ୨୭ ବର୍ଷୀୟ ଫାରୁକ୍ ମହମ୍ମଦଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବାବେଳେ ଇବ୍ରାହିମ ମହମ୍ମଦ ଜୁବେରକୁ ଆମେରିକାର ଏକ କୋର୍ଟରେ ୫ ବର୍ଷ ଦଣ୍ଡିତ କରାଯାଇଛି। ମହମ୍ମଦ ଇବ୍ରାହିମ ଜୁବେରକୁ  ୫ବର୍ଷ କାରାଦଣ୍ଡ ଶେଷ ହେବା ପରେ ଭାରତ ପଠାଯାଇଥିଲା। ବୁଧବାର ସକାଳେ ଇବ୍ରାହିମକୁ ଅମୃତସରରେ ପହଞ୍ଚିଥିଲା । ତାଙ୍କ ଭାଇ ଫାରୁକ୍ ଏବେ ମଧ୍ୟ ଆମେରିକାର ଜେଲରେ ଅଛନ୍ତି। ଆମେରିକାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଇବ୍ରାହିମଙ୍କୁ ଭାରତ ଅଣାଯାଇଥିଲା । ପରେ ତାକୁ କ୍ୟାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଭାରତରେ ତାଙ୍କ ବିରୋଧରେ କୌଣସି ଗୋଟିଏ ମାମଲା ରୁଜୁ ହୋଇନାହିଁ । ସେ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ବାହାରିବା ପରେ ମୁକ୍ତ କରାଯାଇପାରିବ ବୋଲି ସୂଚନା ରହିଛି । ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଇବ୍ରାହିମଙ୍କୁ ୬୦ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଦଣ୍ଡ ସମାପ୍ତ ହେବା ପରେ ଇବ୍ରାହିମଙ୍କୁ ଆମେରିକା ମାଟିରେ ଆଉ ଥରେ ପ୍ରବେଶ ଉପରେ ଆଜୀବନ ନିଷେଧାଦେଶ ପଠାଯିବ।

   Related Posts