ଅଲକାଏଦାର ପରବର୍ତ୍ତୀ ଟାର୍ଗେଟ୍ କାଶ୍ମୀର, ନିଜର ମୁଖପତ୍ର ଜରିଆରେ ଦେଲା ସଙ୍କେତ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨।୦୩: ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଆମେରିକା ଓ ଆଫଗାନ ସରକାର ସହ ଶାନ୍ତି ବୁଝାମଣା ବାତିଲ ହେବା ପରେ ଅନ୍ୟ ଏକ ଆତଙ୍କୀ ସଂଗଠନ ଅଲକାଏଦା ଭାରତୀୟ ଉପମହାଦ୍ଵୀପ ଉପରେ ନଜର ପକାଇଛି। ଅଲକାଏଦା ଭାରତରେ ନିଜର ସ୍ଥିତି ଜାହିର କରିବା ଲାଗି ସଂଘର୍ଷ କରି ଆସିଥିଲେ ମଧ୍ୟ ସଫଳ ହୋଇ ପାରି ନାହିଁ। ଏହି ଆତଙ୍କୀ ସଂଗଠନ ଏବେ ଭାରତର  କାଶ୍ମୀର ଉପରେ ନଜର ପକାଇଛି। ତାର ପରବର୍ତ୍ତୀ କାଶ୍ମୀର ଉପରେ ଥିବା ସଙ୍କେତ ଦେଇଛି।

ଭାରତୀୟ ଉପମହାଦେଶରେ ଅଲ-କାଏଦା ନିଜର ଅନଲାଇନ୍ ପ୍ରକାଶନ ନୱାଇ ଆଫଗାନିସ୍ତାନ ଜିହାଦର ସର୍ବଶେଷ ସଂସ୍କରଣର ନାମ ପରିବର୍ତ୍ତନ କରି ଏହି ମୁଖପତ୍ରର ନାମ “ନୱାଇ ଗାଜୱା-ଇ-ହିନ୍ଦ” ଭାବରେ ନାମକରଣ କରିବାକୁ ଯୋଜନା କରିଛି। ଆତଙ୍କବାଦୀ ଏବେ ନିଜର ଗତିବିଧି ଭାରତରେ ବଢାଇବାକୁ ଯୋଜନା କରିଥିବା ଏଥିରୁ ଜଣା ପଡିଛି। ବିଶେଷ କରି କାଶ୍ମୀର ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛି ଅଲକାଏଦା।

{"id":242497,"sizeSlug":"large"}

ଚଳିତ ସପ୍ତାହରେ ଅଲକାଏଦା ନିଜର ଶେଷତମ ମୁଖପତ୍ର ପ୍ରକାଶନ କରିଥିଲା। ସେଥିରେ ୟୁଏସ-ତାଲିବାନ ଚୁକ୍ତି ଉପରେ ବର୍ଣ୍ଣନା କରା ଯାଇଥିଲା। ଏହି ଚୁକ୍ତିକୁ ଅଲକାଏଦା  ବିଜୟ ରୂପେ ଦେଖୁଥିବା ଜଣା ପଡିଛି।

୧୩୫ ପୃଷ୍ଠା ବିଶିଷ୍ଠ ଏହି ମାଗାଜିନରେ “କାନ୍ଦାହାର ଟୁ ଡୋଡା: ଆଶାର କିରଣ” ନାମରେ ଏକ ଆର୍ଟିକିଲ ପ୍ରକାଶ ପାଇଛି। ଏହା ମହମ୍ମଦ ଶାକିର ତ୍ରାଲି ନାମକ ଜଣେ କାଶ୍ମୀରୀ ବ୍ୟକ୍ତିଙ୍କ ଦ୍ଵାରା ଲିଖିତ। ଏଥିରେ କାଶ୍ମୀରରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଅଲକାଏଦା ପ୍ରୟାସ କରୁଥିବା ଉଲ୍ଲେଖ ରହିଛି। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ମାନ୍ୟତାକାରୀ ଧାରା ଉଚ୍ଛେଦ ପରେ ଘାଟି ଶାନ୍ତ ଥିବା ଉଲ୍ଲେଖ ରହିଛି।

{"id":242501,"sizeSlug":"large"}

ଭାରତ ପରି ଉପମହାଦ୍ଵୀପରେ ଇସଲାମର ପ୍ରଭୁତ୍ଵ  ବିସ୍ତାର କରିବାକୁ ଅଲକାଏଦା ଯୋଜନା ରଖିଛି। ଭାରତରେ ଜିହାଦ କରିବା ପ୍ରୟାସ ଆଡକୁ ଇଶାରା କରି ମୁଖପତ୍ରରେ ସଙ୍କେତ ଦିଆଯାଇଛି ଯେ, ନୂତନ ସଂସ୍କରଣର ନାମ ‘ଗଜଓ୍ଵା ଏ ହିନ୍ଦ’ ନାମ ଦିଆଯିବ।  ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଉପ ମହାଦ୍ଵୀପରେ ଜିହାଦର ସଫଳତା  ଲାଗି ଆଫଗାନିସ୍ତାନରେ ଇସଲାମିକ ଏମିରାଟ ଜାରି ରଖାଯିବା ଆବଶ୍ୟକତା ଉପରେ ମଧ୍ୟ ଉଲ୍ଲେଖ ରହିଛି।

ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀ ସଂଗଠନ ଯେପରି ଜୈଶ ଇ ମହମ୍ମଦ ଭାରତ ବିରୋଧରେ ଗଜଓ୍ଵା ଏ ହିନ୍ଦର ଡାକରା ଦେଇଛି। କାନ୍ଧାର ଟୁ ଡୋଡାରେ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅତ୍ୟାଚାର ଓ ଜାକିର ମୂଷା ପରି ଆତଙ୍କବାଦୀର ନିପାତ  ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଜାକିର ମୂଷାକୁ ଭାରତରେ ଅଲକାଏଦାର ସଂସ୍ଥାପକ ବୋଲି କୁହାଯାଏ। ତାକୁ ଗଜାଓ୍ଵତ ଉଲ ହିନ୍ଦ କୁହାଯାଏ। ଜାକିର ମୂଷା ୨୦୧୯ରେ ଦକ୍ଷିଣ କାଶ୍ମୀରରେ ସେନା ଗୁଳିରେ ନିହତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.