Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଲୋନ୍ ଉଲଫ୍ ଆଟାକ୍ କରିବ ଅଲ-କାଏଦା, ଟାର୍ଗେଟରେ ଭାରତୀୟ ସେନା

10/06/2020 at 5:25 PM

ନୂଆଦିଲ୍ଲୀ ୧୦।୬:  ଅନ୍ତର୍ଜାତୀୟ ଇସ୍ଲାମ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା ଭାରତକୁ ଟାର୍ଗେଟ୍ କରିବା ଲାଗି ଯୋଜନା କରୁଥିବାର ଗୁଇନ୍ଦା ସୂଚନା ମିଳିଛି।  ଦେଶରେ ଲୋକଙ୍କୁ ଉସକାଇବା ଲାଗି ଅଲ-କାଏଦା ଅନେକ ଗୁଡିଏ ୱେବ୍‌ସାଇଟ୍‌ ସଞ୍ଚାଳନ କରୁଥିବାର  ପୂର୍ବରୁ ସୂଚନା ଥିଲା।  ହେଲେ ଏବେ ସେନା ଉପରେ ଲୋନ୍ ଉଲ୍‌ଫ ଆଟାକ ପ୍ଲାନିଂ କରୁଥିବାର ଜଣାପଡିବା ପରେ ସତର୍କତା ଅବଲମ୍ବନ କରାଯାଉଛି।

ଆତଙ୍କବାଦୀଙ୍କର ଏହା ଏକ ଘାତକ ଆକ୍ରମଣ ଯୋଜନା। ଯେଉଁଥିରେ ସେମାନେ କୌଣସି ଭାରି ଅସ୍ତ୍ରଶସ୍ତ୍ର ଅଥବା ଆତ୍ମଘାତୀ ଆକ୍ରମଣ ବଦଳେ ସେନା ସହ ଅତି ନିକଟରୁ ସିଧାଶଳଖ ମୁହାଁମୁହିଁ ହେବାର ଯୋଜନା କରିଛନ୍ତି। ଏଥିରେ ସେମାନେ ତୀକ୍ଷ୍ଣ ଛୁରିକା ଅଥବା ଆଗ୍ମେୟାସ୍ତ୍ରରେ ଜବାନମାନଙ୍କୁ ଅତି ନିକଟରୁ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ସେମାନେ ବାଂଲାଦେଶର ମୌଲବୀ ଓ ଇସ୍ଲାମ ବିଦ୍ୱାନଙ୍କ ଏକ ଟିମ୍‌କୁ ମଧ୍ୟ ଉପଯୋଗ କରୁଛନ୍ତି।

I

ଗୁଇନ୍ଦା ସୂଚନା ଅନୁସାରେ ନିକଟରେ ବାଂଲାଦେଶ ଚାପ୍ଟର ଆକ୍ରମଣର ଏକ ଭିଡିଓ ସିରିଜ୍ ସେୟାର କରିଥିଲା। ଯେଉଁଥିରେ ଘାତକ ଆକ୍ରମଣର ପୁରା ବ୍ଲୁପ୍ରିଣ୍ଟ ଦେଖାଯାଇଛି। ଏହି ଭିଡିଓରେ ଗ୍ଲୋବାଲ ଜିହାଦ ଉସକାଇବା ଓ ଲୋନ ଉଲ୍ଫ ଆଟାକ୍‌ର ଶୈଳୀ ସମ୍ପର୍କରେ ବିସ୍ତୃତ ରଣନୀତି ରହିଛି। ବିଭିନ୍ନ ସ୍ଥାନରୁ ଅପଲୋଡ ହେଉଥିବା କଣ୍ଟେଣ୍ଟ ଭାରତରେ ରହୁଥିବା ସେମାନଙ୍କ ବିଚାରଧାରର ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଅନଲାଇନ୍ ଫୋରମ, ପତ୍ରିକା ଓ ସୋସିଆଲ ମିଡିଆ ଚାନେଲର ସେମାନେ ବ୍ୟବହାର କରୁଥିବା ଜଣାପଡିଛି।

ଉଗ୍ରବାଦୀଙ୍କ ପକ୍ଷରୁ ଏପରି ଆକ୍ରମଣର ସୂଚନା ମିଳିବା ପରେ ସେନା ଓ ଅର୍ଦ୍ଧସାମରିକ ବଳ ସେମାନଙ୍କ ରଣନୀତି ମଧ୍ୟ ବଦଳାଇଛନ୍ତି। ଏହା ଛଡା ଭିଭିଆଇପିଙ୍କ ସୁରକ୍ଷାରେ ଥିବା ଟିମ୍‌ ମାନଙ୍କର ସୁରକ୍ଷା ମଧ୍ୟ କଡାକଡି କରାଯାଇଛି।  ଏଥିଲାଗି ସେନା ଓ ଅର୍ଦ୍ଧସାମରିକ ବଳ ଏବେ ପୂର୍ବ ନିର୍ଦ୍ଧାରିତ ଆକସ୍ମିକ ଯୋଜନା ଅନୁସାରେ କାର୍ଯ୍ୟକରିବେ ବୋଲି ଜଣାପଡିଛି। 

   Related Posts