Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଏବେ ବି ବଞ୍ଚିଛି ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ମୁଖ୍ୟ ! ଇଣ୍ଟରନେଟରେ ୬୦ ମିନିଟର ଭିଡିଓ ଭାଇରାଲ…

12/09/2021 at 9:25 AM

ନୂଆଦିଲ୍ଲୀ ୧୨/୦୯ : ଆମେରିକାରେ ହୋଇଥିବା ଭୟଙ୍କର ବିସ୍ଫୋରଣକୁ ପୂରିଛି ୨୦ ବର୍ଷ । ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ଜାରିକରିଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା । ନିଜ ଅଧିକୃତ ଚ୍ୟାନେଲ୍‌ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ୬୦ ମିନିଟ୍‌ର ଏକ ଭିଡିଓ ଜାରି କରାଯାଇଛି ।

ଅଲ୍‌ କାଏଦା ମୁଖ୍ୟ ଓସାମାବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ସଂଗଠନର ଦାୟିତ୍ବ ନେଇଥିବା ଅଲ୍‌ ଜଓ୍ବାହିରୀ ଅନେକ ଦିନ ହେବ ଅଣ୍ଡର ଗ୍ରାଉଣ୍ଡ ରହିବା ପରେ ଏ​‌ବେ ପୁଣି ଥରେ ସାମ୍ନାକୁ ଆସିଛି । ରୋଗାକ୍ରାନ୍ତ ଯୋଗୁଁ ତାର ମୃତ୍ୟୁ ହୋଇଯାଇଥିବା ୨୦୨୦ ନଭେମ୍ବର ୨୦ରେ ଖବର ପ୍ରକାଶ ପାଇଥିଲା । ଏହାପରେ ତାର ନା କୌଣସି ଭିଡିଓ ସାମ୍ନାକୁ ଆସିଥିଲା ନା ତା ସହିତ ଜଡିତ କୌଣସି ଖବର । କିନ୍ତୁ ୯/୧୧ ବିସ୍ଫୋରଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଅଲ୍‌ ଜଓ୍ବାହିରୀର ଏକ ଭିଡିଓ ଜାରି କରିଛି ଅଲ୍‌ କାଏଦା । ଯେଉଁଥିରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖିବାକୁ ମିଳୁଛି ।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଅଲ୍‌ କାଏଦାର ଆକ୍ରମଣ ବର୍ଷ ପୂର୍ତ୍ତି ଅବସରରେ ଭିଡିଓ ଜାରି କରିଛି ସଂଗଠନ । ଅଲ୍‌ କାଏଦା ଅଧିକୃତ ଚ୍ୟାନେଲ୍‌ ଏଏସ୍‌-ସାହିବ୍‌ ଚ୍ୟାନେଲ ମାଧ୍ୟମରେ ୮୫୨ ପୃଷ୍ଠାର ଏକ ବହି ରିଲିଜ୍‌ କରିଯାଇଛି । ଯେଉଁଥିରେ ଅଲ୍‌ ଜଓ୍ବହିରୀ ଅଲକାଏଦାର ଭବିଷ୍ୟତକୁ ନେଇ କଥା ହେଉଥିବା ଦେଖିବାକୁ ମିଳିଛି । ଏହା ସହିତ ଅଲ୍‌ କାଏଦାର ଇଣ୍ଡିଆ ସବ୍‌ କଣ୍ଟିନେଣ୍ଟ୍‌ ମୁଖ୍ୟ ମୌଲାନା ଅସୀମ ଉମରକୁ ମଧ୍ୟ ମନେପକାଇଛି ।

ସୂଚନାଯୋଗ୍ୟ, ଅସୀମ ଉମର ହେଉଛି ଜଣେ ଭାରତୀୟ । ଯାହାକୁ କି ଆଫଗାନିସ୍ତାନ ମିଲିଟାରି ଫୋର୍ସ ୨୦୧୯ରେ ଆଫଗାନିସ୍ତାନରେ ହିଁ ହତ୍ୟା କରିଥିଲେ । ତେବେ ବୁକ୍‌ ରିଲିଜ୍‌ କରିବା ପରେ ପରେ ଅଲ ଜଓ୍ବହିରୀର ୬୦ ମିନିଟ୍‌ର ଏକ ଭିଡିଓ ଜାରି କରିଛି ଅଲ୍‌ କାଏଦା । ୨୦୨୦ ନିହତ ହୋଇଥିବା ଅନେକ ଆତଙ୍କବାଦୀକୁ ମନେ ପକାଇଛି ଜଓ୍ବହିରୀ ।

ଅଲ୍‌ ଜଓ୍ବହିରୀର ମୃତ୍ୟୁ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲେ ସୁଦ୍ଧା ଭିଡିଓରେ ସେ ସୁସ୍ଥ ଥିବା ଏବଂ ଆଫଗାନିସ୍ତାନରୁ ଆମେରିକା ଫେରିଯିବାକୁ ନେଇ ଖୁସି ଜାହିର କରିଛି । ସେ କହିଛି ଯେ, ୨୦ ବର୍ଷ ଲଢେଇ ପରେ ବିଫଳ ହୋଇ ଶେଷରେ ଆଫଗାନିସ୍ତାନ ଛାଡି ଫେରିଯାଇଛି ଆମେରିକା ସେନା । ଜଓ୍ବହିରୀର ଭିଡିଓ ଜାରି ହେବାପରେ ସୋସିଆଲ ମିଡିଆରେ ଏବେ ପ୍ରବଳ ଚର୍ଚ୍ଚା ହେଉଛି । ସେ ବଞ୍ଚିଥିବା ଦେଇ ଏକ୍ସପର୍ଟମାନେ ଏବେ ବି ବିଶ୍ବାସ କରିପାରୁନଥିବା ବେଳେ ଭିଡିଓରେ କେତେ ସତ୍ୟତା ରହିଛି ତାହା ଜଣାପଡିନାହିଁ । ୨୦୨୦ ମସିହାରେ ଅଲ୍‌ ଜାଓ୍ବହିରୀର ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଅଲ୍‌ କାଏଦା ମଧ୍ୟ ଏହାକୁ ମିଛ ବୋଲି କହିଥିଲା ।

   Related Posts