‘ଅଲ୍‌ କାଏଦା’ ମୁଖ୍ୟ ଅଲ୍‌ ଜଓ୍ବାହିରି ମୃତ ! ଦୁଇ ମାସ ତଳେ ୨୬/୧୧ ଭିଡିଓରେ ଦେଖା ଦେଇଥିଲା କୁଖ୍ୟାତ ଆତଙ୍କବାଦୀ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଳୀ ୨୦/୧୧: ଆତଙ୍କବାଦୀ ସଂଗଠନ  ଅଲ-କାଏଦା ମୁଖ୍ୟ ଅଲ୍‌ ଜଓ୍ବାହିରି ମୃତ୍ୟୁବରଣ କରିଛି। ଆରବ ନ୍ୟୁଜ୍‌ ଜରିଆରେ ମିଳିଥିବା ଖବର ଅନୁସାରେ ଅଲ୍‌ ଜଓ୍ବାହିରିର ଆଫଗାନିସ୍ତାନରେ ମୃତ୍ୟୁ ହୋଇଛି। ପ୍ରାକୃତିକ ଉପାୟରେ ତାର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଅଲ୍‌ ଜଓ୍ବାହିରିକୁ ଚଳିତ ବର୍ଷ ୯/୧୧ ଆକ୍ରମଣର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ଭିଡିଓରେ ଦେଖିବାକୁ ମିଳିଥିଲା।

ଅଲ କାଏଦା ଏକ ବଡ଼ ଆତଙ୍କୀ ସଂଗଠନ ହୋଇଥିବା ବେଳେ ଏହାର ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ମଧ୍ୟ ଥିଲା। ୨୦୧୧ ରେ ଲାଡେନ୍‌ର ମୃତ୍ୟୁ ପରେ ଏହାର ମୁଖ୍ୟ ଭାବେ ଦାୟୀତ୍ବ ନେଇଥିଲା ଅଲ୍‌ ଜଓ୍ବାହିରି। କିନ୍ତୁ ଅଲ୍‌ ଜଓ୍ବାହିରିର ମୃତ୍ୟୁ ନେଇ ଅଲ କାଏଦା ପକ୍ଷରୁ ସୂଚନା ମିଳିନାହିଁ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଆଫଗାନିସ୍ତାନ ଗସ୍ତରେ ଯିବା ପରେ ଅଲ୍‌ ଜଓ୍ବାହିରିର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗୁରୁବାର ଇମ୍ରାନ ଖାନ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନିଙ୍କୁ କାବୁଲ୍‌ରେ ସାକ୍ଷାତ କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.