Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଅଲକାଏଦା ମୁଖ୍ୟ ଡ୍ରୋକଡେଲ୍ ନିହତ: ୭ ବର୍ଷ ଧରି ଆଫ୍ରିକାରେ ଖେଳାଇଥିଲା ଆତଙ୍କ, ହେଲା ଫ୍ରାନ୍ସ ସେନାର ଶିକାର

6/06/2020 at 8:51 PM

ଆଲଜେରିଆ, ୦୬|୦୬:  ଅଲକାଏଦା ମୁଖ୍ୟ ନିହତ । କରୋନା ସଙ୍କଟ ମଧ୍ୟରେ ଫ୍ରାନ୍ସ ସେନା କାର୍ଯ୍ୟାନୁଷ୍ଠାନରେ ଅଲକାଏଦା ମୁଖ୍ୟ ଆବଦେଲମାଲେକ୍ ଡ୍ରୋକଡେଲ୍ ନିହତ ହୋଇଛି । ଗତ ୭ ବର୍ଷ ଧରି ଡ୍ରୋକଡେଲ୍ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟାକଳାପରେ ସଂପୃକ୍ତ ଥିଲା । ସେ ଅନେକ ଦେଶର ସେନାର ଟାର୍ଗେଟରେ ରହିଥିଲା ।

ଗତ ୩ ତାରିଖରେ ଫ୍ରାନ୍ସ ସେନା ଡ୍ରୋକଡେଲ୍ ବିରୋଧରେ ବଡ ଧରଣର ସେନା ଅପରେସନ ଆରମ୍ଭ କରିଥିଲା । ଏଥିରେ ଡ୍ରୋକଡେଲ ପ୍ରାଣ ହରାଇଛି । ଏହାସହ ତାହାର ଅନେକ ସହଯୋଗୀ ମଧ୍ୟ ସେନା ଆକ୍ରମଣରେ ନିହତ ହୋଇଛନ୍ତି । ଏହି ଅପରେସନ ଆଲଜେରିଆର ଉତ୍ତର ମଲୀରେ ଚାଲିଥିଲା । ଏନେଇ ଫ୍ରାନ୍ସ ସଶସ୍ତ୍ର ସେନା ମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲେ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ଡ୍ରୋକଡେଲ୍ ଉତ୍ତର ଆଫ୍ରିକାରେ ତାହାର କାର୍ଯ୍ୟାକଳାପକୁ ବୃଦ୍ଧି କରିଥିଲା । ଏପରିକି ଇସଲାମ ନାଁରେ ନରସଂହାର ମଧ୍ୟ କରୁଥିଲା । ସେ ୨୦୧୩ରୁ ଏହି ଅଞ୍ଚଲରେ ସକ୍ରିୟ ରହିଥିଲା । ସେ ଆଲଜେରିଆର ପାର୍ବତ୍ୟାଞ୍ଚଳରେ ଲୁଚି ରହିବା ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିଲା ।

   Related Posts