ଅକ୍ଷିତା ମିଶ୍ର ହେଲେ ମିସ୍ ଟିନ୍ ଇଣ୍ଡିଆ-୨୦୧୯

Published By : Prameya-News7 Bureau | November 14, 2019 IST

ଲକ୍ଷ୍ନୌ  : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅକ୍ଷିତା ମିଶ୍ର ୨୦୧୯ ‘ମିସ୍ ଟିନ୍ ଇଣ୍ଡିଆ’ ଟାଇଟଲ ନିଜ ନାମରେ ନାମିତ କରିଛନ୍ତି। ଗତ ଅଗଷ୍ଟମାସରେ ଅଖିଳଭାରତୀୟ ସ୍ତରରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଏହାର ସିଜନ-୪ ଗ୍ରାଣ୍ଡ ଫିନାଲେ  ଦିଲ୍ଲୀ ଦ୍ୱାରକାସ୍ଥିତ ହୋଟେଲ ବିଭାନ୍ତା ତାଜରେ ଅନୁଷ୍ଠିତ ହୋଇଥିଲା। ଏଥିଲାଗି ଆୟୋଜିତ ଉତ୍ସବରେ ରାଜ୍ୟସଭା ସଦସ୍ୟ ଅମର ସିଂ ସମେତ ଅନେକ ଟିଭି କଳାକାର ଓ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ।

{"id":184170,"sizeSlug":"large"}

ଅକ୍ଷିତା ମିଶ୍ରଙ୍କ ପିତାନନ୍ଦ ଲାଲ ମିଶ୍ର ଲକ୍ଷ୍ନୌର ଏକ ଘରୋଇ କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟକରୁଥବା ବେଳେ ମା ବିନୁ ମିଶ୍ର ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ଅକ୍ଷିତା ଲୋରେଟୋ କନଭେଣ୍ଟ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଥିବା ବେଳେ ପ୍ରଦେଶ ଓ ନିଜ ସହର ଲାଗି ଏହି ଗୌରବ ହାସଲ କରିଛନ୍ତି। ତେବେ ମିସ୍ ଟିନ୍ ଇଣ୍ଡିଆ ଟାଇଟଲଜିତିବା ପରେ ଅକ୍ଷିତା ଯାହା କହିଛନ୍ତି ସମସ୍ତଙ୍କୁ ଚକିତ କରିଛି।

{"id":184173,"width":582,"height":327,"sizeSlug":"large"}

ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ଜନ୍ମ ଦିନରେ ପଡେ ଅକ୍ଷିତାଙ୍କ ଜନ୍ମ ଦିନ। ତେବେ ସେ ଏକଥା ଯେବେଠୁ ଜାଣିଲେ ସେବେଠୁ ନିଜକୁ ମିସ୍ ଇଣ୍ଡିଆ, ମିସ୍ ୱାର୍ଲଡ ଓ ମିସ୍ ୟୁନିଭର୍ସ ଭାବୁଥିବା ବେଳେ ଏଭଳି ପ୍ରତିଯୋଗୀତା ସବୁରେ ଭାଗ ନେବା ଲାଗି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ। ଗତ ବର୍ଷ ସେ ରାଜସ୍ଥାନ କିଡସ୍ ଫ୍ୟାସନ ୱିକ୍ ରେ ଭାଗନେଇଥିଲେ। ସେହିପରି ଦିଲ୍ଲୀରେ ଆୟୋ ଜିତ କିଡସ୍ ଫ୍ୟାସନ ୱିକ୍ ରେଗତ ଦିନରେ ଭାଗ ନେଇଥିବା ବେଳେ ଏଥିରୁ ତାଙ୍କର ଆତ୍ମବିଶ୍ୱାସ ବଢିଥିଲା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.