Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ଅପ୍ରେଲ୍ ୨୬ରେ ଅକ୍ଷୟ ତୃତୀୟା : ଏହି ଦିନ ହେବ ୬ଟି ରାଜଯୋଗ,ଦାନ କଲେ ପୂରଣ ହେବ ମନୋସ୍କାମନା

17/04/2020 at 10:31 AM

ରବିବାର ଅପ୍ରେଲ୍ ୨୬ତାରିଖରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା। ଏହାକୁ ଅକ୍ଷୟ ତୃତୀୟା ପର୍ବ ଭାବେ ପାଳନ କରାଯାଏ। ଏଥର ଅକ୍ଷୟ ତୃତୀୟାରେ ଗ୍ରହ-ନକ୍ଷତ୍ର ବିଶେଷ ଶୁଭ ସ୍ଥିତିରେ ରହିବେ।  ଯାହା ଫଳରେ ୬ ରାଜଯୋଗ ହେବ। ଏହାର ଶୁଭ ପ୍ରଭାବ ଦ୍ବାରା ଏହି ପର୍ବରେ କରାଯାଇଥିବା ସ୍ନାନ-ଦାନ ଏବଂ ପୂଜା-ପାଠର ଅକ୍ଷୟ ଫଳ ମିଳିବ। ଏହି ଦିନ ମଙ୍ଗଳ,ବୃହସ୍ପତି ଏବଂ ଶନିଙ୍କଠୁ ମହାଦୀର୍ଘାୟୁ ଏବଂ ଦାନ ଯୋଗ ହେବ। ଏହି ଶୁଭ ଯୋଗରେ କରାଯାଇଥିବା ଦାନ ରୋଗନାଶ ଏବଂ ଦୀର୍ଘାୟୁ ମିଳିଥାଏ। ଏବର୍ଷ ଅକ୍ଷୟ ତୃତୀୟାରେ ରୋହିଣୀ ନକ୍ଷତ୍ରର ସଂଯୋଗ ହେବା ଶୁଭ ହେବ। ଏହି ଦିନ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ତିଥି ଏବଂ ନକ୍ଷତ୍ରର ଶୁଭ ସଂଯୋଗ କାରଣରୁ ପର୍ବ ସ୍ନାନ,ଦାନ ଏବଂ ଅନ୍ୟ ପ୍ରକାରର ମାଙ୍ଗଳିକ କାମ କରିବା ଗୁରୁତ୍ବପୂର୍ଣ୍ଣ ହେବ।

ଏବର୍ଷ ଅକ୍ଷୟ ତୃତୀୟାରେ ମହାମାରୀ ଯୋଗୁଁ ମାଙ୍ଗଳିକ ଆୟୋଜନ ଏବଂ ସାମୂହିକ କାର୍ଯ୍ୟକ୍ରମ ନକରି ଘରେ ପୂଜା ପାଠ କରିବାକୁ ହେବ। ଏହା ସହିତ ବିବାହ ଏବଂ ଅନ୍ୟ ମାଙ୍ଗଳିକ କାର୍ଯ୍ୟକୁ ଆଗାମୀ ଶୁଭ ମୁହୂର୍ତ୍ତ ଯାଏଁ ସ୍ଥଗିତ ରଖିବାକୁ ପଡ଼ିବ। ଏହି ପର୍ବରେ ଶ୍ରଦ୍ଧା ଅନୁସାରେ ଦାନର ସଂକଳ୍ପ ନେଇ ଦାନ କରାଯାଉଥିବା ସାମଗ୍ରୀକୁ ବାହାର କରି ଅଲଗା ରଖନ୍ତୁ ଏବଂ ସ୍ଥିତି ସାମାନ୍ୟ ହୋଇଗଲେ ସେହି ଜିନିଷକୁ ଦାନ କରିଦେବା ଉଚିତ୍।

ଅକ୍ଷୟ ତୃତୀୟାରେ ସୂର୍ଯୋଦୟ ସମୟରେ ଶଶ,ରୁଚକ,ଅମଲା,ପର୍ବତ,ଶଙ୍ଖ ଏବଂ ନୀଚଭଙ୍ଗ ରାଜଯୋଗ ହେବ। ଏହା ସହିତ ମହାଦୀର୍ଘାୟୁ ଏବଂ ଦାନ ଯୋଗ ହେବ। ଏହି ସମସ୍ତ ଯୋଗ ସୂର୍ଯ୍ୟ,ମଙ୍ଗଳ,ବୁଧ,ବୃହସ୍ପତି ଏବଂ ଶନି ଯୋଗୁଁ ହେଉଛି। ଏହି ଯୋଗର ପ୍ରଭାବରେ ସ୍ନାନ,ଦାନ ଏବଂ ପୂଜା-ପାଠ ପାଇଁ ଦିନ ଆହୁରି ଖାସ୍ ହୋଇଯିବ।

ଏବର୍ଷ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଶନିବାର ଅପ୍ରେଲ୍ ୨୫ ଦ୍ବିପ୍ରହର ପାଖାପାଖି ୧୨.୦୫ରେ ଆରମ୍ଭ ହେବ ଏବଂ ପରବର୍ତ୍ତୀ ଦିନ ରବିବାର ଦ୍ବିପ୍ରହର ୧.୨୫ଯାଏଁ ରହିବ। କିନ୍ତୁ ସୂର୍ଯୋଦୟ ବ୍ୟାପିନୀ ତିଥି ଏବଂ ରୋହିଣୀ ନକ୍ଷତ୍ରର ସଂଯୋଗ ଅପ୍ରେଲ୍ ୨୬ତାରିଖରେ ହେବା ଦ୍ବାରା ଧର୍ମ ଗ୍ରନ୍ଥ ଅନୁସାରେ ଏହି ଦିନ ଅକ୍ଷୟ ତୃତୀୟା ପର୍ବ ପାଳନ କରାଯିବ।

ଅକ୍ଷୟ ତୃତୀୟା ସହ ଜଡ଼ିତ ଖାସ୍ କଥା :

୧. ଅକ୍ଷୟ ତୃତୀୟା ପର୍ବରେ ତୀର୍ଥ ଏବଂ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ସ୍ନାନ ପରେ ଅଭାବୀ ଲୋକଙ୍କୁ ଦାନ କରାଯାଇଥାଏ।

୨. ଏହି ତିଥିରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରର ବିଶେଷ ପୂଜା କରାଯାଇଥାଏ। ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକର୍ମ କରାଯାଇଥାଏ।

୩. ଭଗବାନଙ୍କୁ ଚଣା ଡାଲି,ମିଶ୍ରି,କ୍ଷୀରା ଏବଂ ଛତୁଆ ଭୋଗ ଲଗାଇବାର ପରମ୍ପରା ରହିଛି। ବ୍ରାହ୍ମଣଙ୍କୁ ଯଅ ଦାନ କରିବା ଉଚିତ୍। ଏହି ଦିନ ପାଣିଭର୍ତ୍ତି ମାଠିଆ,ଗହମ,ଛତୁଆ ଏବଂ ଯଅ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି।

୪. ବିଶ୍ବାସ ରହିଛି ଯେ ଏହି ଦିନ କରାଯାଇଥିବା ଦାନ-ପୁଣ୍ୟରୁ ମିଳୁଥିବା ଫଳ ଅକ୍ଷୟ ହୋଇଥାଏ ଅର୍ଥାତ୍ ପୁଣ୍ୟ ସବୁବେଳେ ଏକାଠି ରହିଥାଏ।

୫. ଏହି ତିଥିରେ ସୁନା-ରୂପା କିଣିବା ଶୁଭ ବୋଲି କୁହାଯାଇଥାଏ। ଦେବତାଙ୍କ ପ୍ରିୟ ଏବଂ ପବିତ୍ର ଧାତୁ ହୋଇଥିବାରୁ ଏହି ଦିନ ସୁନା କିଣିବାର ମହତ୍ତ୍ବ ଅଧିକ ରହିଛି।

୬. ସତ୍ୟଯୁଗ ଏବଂ ତ୍ରେତୟାଯୁଗର ଆରମ୍ଭ ଏହି ତିଥିରେ ହୋଇଛି,ଏପରି ବିଶ୍ବାସ ରହିଛି। ଭଗବାନ ପର୍ଶୁରାମଙ୍କ ଅବତାର ମଧ୍ୟ ଏହି ଦିନ ହୋଇଛି।

୭. ଅକ୍ଷୟ ତୃତୀୟାରେ ସୂର୍ଯ୍ୟ ଏବଂ ଚନ୍ଦ୍ର ନିଜ ନିଜ ଉଚ୍ଚ ରାଶିରେ ରହିଥାଆନ୍ତି ଫଳରେ ଏହି ତିଥିରେ ବିନା ମୁହୂର୍ତ୍ତ ଦେଖି ବିବାହ କରାଯାଇଥାଏ।

   Related Posts