Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

12/10/2019 at 12:05 PM

ଭୁବନେଶ୍ବର ୧।୧୦: ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା । ଆମ ମାଟିର କଥା, ଗୀତ ଓ ସଙ୍ଗୀତର କିମ୍ବଦନ୍ତୀ ପୁରୁଷ । ସମସ୍ତଙ୍କ ପ୍ରିୟ ଅକ୍ଷୟ ମହାନ୍ତି, ଆଦରର ଖୋକା ଭାଇ । ଏକାଧାରାରେ ଗାୟକ, ଗୀତିକାର, ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ ।

ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ । ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ । ଆଜି ସେହି ଚିରସବୁଜ ବ୍ୟକ୍ତିତ୍ବ ଖୋକା ଭାଇଙ୍କର ଜନ୍ମଦିନ । 

୧୯୩୭ ମସିହା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି ।

ଆକାଶ ବାଣୀ କଟକକେନ୍ଦ୍ରରୁ ୧୯୬୩ ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା । ୧୯୫୯ ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଖୋକା ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ନିତାଇ ପାଲିତ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

୨୦୦୨ ମସିହା, ନଭେମ୍ବର ୧୭ ତାରିଖରେ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପରଲୋକ ହୋଇଥିଲା ।

   Related Posts