ଜଙ୍ଗଲରେ ବିପଦକୁ ସାମନା କରିବେ ଅକ୍ଷୟ , ଭିଡିଓ ସେୟାର କରି ଖିଲାଡ଼ି ତାଙ୍କ ନୂଆ ଅଭିଯାନର ଦେଲେ ସୂଚନା

Published By : Prameya-News7 Bureau | August 21, 2020 IST

ମୁମ୍ବାଇ ୨୧/୮: ଡିସ୍କଭରିର ସବୁଠୁ ବଡ଼ ଶୋ Into The Wild ଓ୍ବିଥ ବିୟର ଗ୍ରିଲସ୍ ର ନୂଆ ଏପିସୋଡର ଟିଜର ଭିଡିଓ ରିଲିଜ ହୋଇଯାଇଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦକ୍ଷିଣର ସୁପରଷ୍ଟାର ରଜନୀକାନ୍ତ ବିୟର ଗ୍ରିଲସଙ୍କ ସହ ବିପଦର ସମ୍ମୁଖୀନ ହୋଇଥିଲେ,ସେହିପରି ଏଥର ବଲିଉଡ ଅଭିନେତା ଅକ୍ଷୟ କୁମାର ଏହି ସବୁ ବିପଦର ସମ୍ମୁଖୀନ ହେବେ।  ଅକ୍ଷୟ ଏହାର ଟିଜର ଭିଡିଓ ସେୟାର କରିଛନ୍ତି।

wp:core-embed/twitter {"url":"https://twitter.com/akshaykumar/status/1296680932754112512","type":"rich","providerNameSlug":"twitter","className":""}
https://twitter.com/akshaykumar/status/1296680932754112512
/wp:core-embed/twitter

 Into The Wild ଓ୍ବିଥ ବିୟର ଗ୍ରିଲସ୍ କୁ ନେଇ ପୂର୍ବରୁ ବିଶ୍ବରେ ଉତ୍ସାହ ରହିଛି। ଏବେ ଶୋରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ଏଥିରେ ତଡ଼କା ଲଗାଇଛି। ଗତ ଥର ରଜନୀକାନ୍ତ ବିୟର ଗ୍ରିଲସଙ୍କ ସହ କର୍ଣ୍ଣାଟକର ଜଙ୍ଗଲରେ ଡରର ସାମନା କରିଥିଲେ। ଏଥର ଅକ୍ଷୟ କୁମାର ଶୋକୁ ଲିଡ କରିବେ। ଭିଡିଓରେ ଅକ୍ଷୟ ଚାଲି ଚାଲି ନଦୀ ପାର କରୁଥିବା ଏବଂ ଗଛଲତାରେ ଝୁଲୁଥିବା ନଜର ଆସିଛନ୍ତି। ସେ ଲେଖିଛନ୍ତି- ଆପଣଙ୍କୁ ଲାଗୁଛି କି ସେ ପାଗଳ…କିନ୍ତୁ ପାଗଳମାନେ ହିଁ ଜଙ୍ଗଲକୁ ଯାଇଥାନ୍ତି।

{"id":318023,"sizeSlug":"large"}

Into The Wildରେ ଅକ୍ଷୟ କୁମାର ତୃତୀୟ ଭାରତୀୟ ହେବେ ଯାହାଙ୍କୁ ଏହି ଆନ୍ତର୍ଜାତୀୟ ଶୋ ରେ ଦେଖା ଯାଇପାରିବ। ବଲିଉଡରେ ଖତରୋଁ କେ ଖିଲାଡ଼ି ନାଁରେ ଲୋକପ୍ରିୟ ଅକ୍ଷୟଙ୍କୁ ଏବେ ରିୟଲରେ ବିପଦ ସହ ଲଢ଼ୁଥିବାର ଦେଖିବାକୁ ମିଳିବ। ଶୋକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି। ବର୍ତ୍ତମାନ,ଏହି ଏପିସୋଡର ରିଲିଜ ଡେଟ୍ ସାମନାକୁ ଆସି ନାହିଁ। କିନ୍ତୁ ଆଶା କରାଯାଉଛି କି ଏବେ ଏହି ଶୋ ଖୁବ୍ ଶୀଘ୍ର ଅନ୍ ଏୟାର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.