Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ନିର୍ମିତ ହେଉଛି ଓଲିଉଡ୍ ମୁଭି: ଲିଡ ରୋଲରେ ଅନୁଭବ ମହାନ୍ତି, ଆଜି ଅନାବରଣ ହେଲା ଫାଷ୍ଟ ପୋଷ୍ଟର

15/01/2019 at 6:49 PM

କଟକ ୧୫|୧; ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ନିର୍ମିତ ହେଉଛି ଓଲିଉଡ୍‌ ମୁଭି । ଖୁବଶୀଘ୍ର ଏହା ରୂପେଲି ପର୍ଦ୍ଦା ଉପରକୁ ଆସିବ।.ପିଲ୍ମ ନିର୍ମାଣ କରୁଛନ୍ତି ବିଶିଷ୍ଟ ପ୍ରଯୋଜକ ଅକ୍ଷୟ ପରିଜା, ଏବଂ ଲିଡ ରୋଲରେ ଅଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ ଏହାର ବିଶେଷତା ହେଲା ଏହି ମୁଭିର ନାଁ ରହିଛି ବିଜୁବାବୁ । ଯାହା ଏକ ଭିନ୍ନ ସ୍ବାଦର ସିନେମା ହୋଇ ଖୁବଶୀଘ୍ର ଦର୍ଶକଙ୍କ ପାଖକୁ ଆସିବ ।

ଲଭ ରୋମାଣ୍ଟିକ , କିମ୍ବା ଆକ୍ସନ ମୁଭି ନୁହେଁ । ବୋଧହୁଏ ପ୍ରଥମ ଥରଲାଗି ଓଡିଆ ସିଲଭର ସ୍କ୍ରିନକୁ ଆସିବ ଏକ ବାଇଓପିକ । ଯାହା  ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ଆଧାରିତ । ଏଭଳି ଏକ ମୁଭିକୁ ନେଇ ଥିବା ସସ୍ପେନ୍ସ ଉପରୁ ଆଜି ପର୍ଦ୍ଦା ଉଠିଛି । କଟକ ଆନନ୍ଦ ଭବନ ନିକଟରେ ଆଜି ଏହାର ପୋଷ୍ଟରକୁ ଅନାବରଣ କରିଛନ୍ତି ଏହି ଆଲୋଚିତ ସିନେମାର ପୁରା ଟିମ୍…..

ସିନେମାର ଲିଡ ରୋଲରେ ଅଛନ୍ତି ସୁପରଷ୍ଟାର ଅନୁଭବ । ଯିଏ ଏକ ଡିଫରେଣ୍ଟ ଲୁକ୍‌ରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ତେବେ ସିନେମାର କିଛିଟା ଝଲକକୁ ଆଜି ସେ ରିଅଲ ଆକାରରେ ପରିବେଷଣ କରିଛନ୍ତି । ଅନୁଭବଙ୍କ ମତରେ ଏହି ସିନେମା ହେଉଛି ସମ୍ପୁର୍ଣ୍ଣ ଡିଫରେଣ୍ଟ । ତେଣୁ ଏହା ରାଜ୍ୟର କୋଣ ଅନୂକୋଣରେ ନିଶ୍ଚୟ ଆଦୃତ ହୋଇ ପାରିବ….

ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ପଦ୍ମଶ୍ରୀ ନିଳମାଧବ ପଣ୍ଡା । ତେଣୁ ଏହି ସିନେମା ଅନେକ ଦିଗରୁ ଡିଫରେଣ୍ଟ ହୋଇଥିବ ବୋଲି ଆଶା ରହିଛି….

   Related Posts