ଯଦି ହୋଇନଥାନ୍ତା କରୋନା ତା'ହେଲେ ଇଦରେ ବଲିଉଡ ଦେଖିଥାନ୍ତା ସଲମାନ ଅକ୍ଷୟଙ୍କ ଜୋରଦାର ଟକ୍କର

Published By : Prameya-News7 Bureau | May 25, 2020 IST

ମୁମ୍ବାଇ ୨୫/୦୫ : ଚଳିତ ବର୍ଷ ଇଦ ସବୁ ବର୍ଷ ଠାରୁ ଭିନ୍ନ | ଚଳିତ ବର୍ଷ କରୋନା ସଙ୍କଟ ମଧ୍ୟରେ ଇଦ ପାଳନ କରାଯାଉଛି | ମଣିଷଙ୍କ ଭାବପ୍ରବଣତା ଓ ବିଶ୍ୱାସ ଯେମିତି ଥିଲା ସେମିତି ରହିବ କିନ୍ତୁ ଇଦ ପର୍ବ ପାଳନ କରିବାର ତରିକା ବଦଳି ଯାଇଛି | ଏଥର ଇଦରେ କୌଣସି ବଡ ଧରଣର ଆୟୋଜନ ହୋଇନାହିଁ | କେହି କାହା ଘରକୁ ଶୁଭେଚ୍ଛା ଦେବାକୁ ଯାଇନାହାନ୍ତି | କରୋନା ଯୋଗୁଁ ଏଥର ସବୁ ପର୍ବପର୍ବାଣି ଫିକା ପଡିଯାଇଛି | ପ୍ରତିବର୍ଷ ଇଦରେ ସଲମାନ ଖାନଙ୍କ ଫିଲ୍ମ ରିଲିଜ ହୋଇଥାଏ | କିନ୍ତୁ ଏଥର ଦର୍ଶକଙ୍କ ପାଇଁ ସଲମାନଙ୍କ ଇଦ ଉପହାର ମଧ୍ୟ ନାହିଁ | ତଥାପି ଖୁବ ଶୀଘ୍ର ସବୁ ଠିକ ହୋଇଯିବ ନେଇ ଲୋକେ ଆଶା କରିଛନ୍ତି ଏବଂ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି | 

{"id":275656,"sizeSlug":"large"}

ଲକଦଉନ ଯୋଗୁଁ ଦେଶର ସମସ୍ତ ସିନେମା ହଲ ବନ୍ଦ ରହିଛି | ଗତ ୨ ମାସ ହେଲା କରୋନା ଯୋଗୁଁ କୌଣସି ନୂଆ ଫିଲ୍ମ ମଧ୍ୟ ରିଲିଜ ହୋଇପାରିନାହିଁ | କିନ୍ତୁ ଯଦି କରୋନା ସଙ୍କଟ ଆସିନଥାନ୍ତା ତାହେଲେ ଦେଶବ୍ୟାପି ଲକଦଉନ ହୋଇନଥାନ୍ତା | ଆଉ ଲକଦଉନ ହୋଇନଥିଲେ ବର୍ତ୍ତମାନ ସିନେମାଘରରେ ସଲମାନଙ୍କୁ ଟକ୍କର ଦେଇଥାନ୍ତେ ଅକ୍ଷୟ କୁମାର | ଯଦି କରୋନା ପରିସ୍ଥିତି ଉପୁଜଇନଥାନ୍ତା ତାହେଲେ ଏଥର ଇଦରେ ସଲମାନ ଖାନଙ୍କ 'ରାଧେ' ଏବଂ ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀ ବମ୍ବ' ଏକାସାଙ୍ଗେ ବଡ ପରଦାରେ ରିଲିଜ ହୋଇଥାନ୍ତା | ଉଭୟ ଫିଲ୍ମ ଇଦରେ ରିଲିଜ କରିବା ପାଇଁ ଯୋଜନା ହୋଇଥିଲା | କିନ୍ତୁ କରୋନା ଯୋଗୁଁ ସବୁ ଯୋଜନାରେ ଫସର ଫାଟିଗଲା | 

{"id":275657,"width":565,"height":317,"sizeSlug":"large"}

ସଲମାନ ଖାନଙ୍କ ଫିଲ୍ମ 'ରାଧେ'ର ରିଲିଜ ତାରିଖ ସ୍ଥଗିତ ରଖାଯାଇଛି | କିନ୍ତୁ ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀ ବମ୍ବ'କୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରିବାକୁ ଯୋଜନା ହୋଇଛି | ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ଯୋଜନା କରାଯାଉଛି | ଦର୍ଶକଙ୍କ ମନ ଭାଙ୍ଗି ଯାଇଛି | ପ୍ରତିବର୍ଷ ଇଦରେ ସଲମାନ ଖାନ ବର୍ଷର ବଡ ହିଟ ଫିଲ୍ମ ଦିଅନ୍ତି, ବକ୍ସ ଅଫିସ ରେକର୍ଡ ଭାଙ୍ଗିଥାଏ କିନ୍ତୁ ଏବର୍ଷ ସବୁ ଶାନ୍ତ ପଡିଯାଇଛି |

{"id":275658,"width":582,"height":387,"sizeSlug":"large"}

କିନ୍ତୁ ଏହି ନିରାଶ ମଧ୍ୟରେ ଏକ ଖୁସିଖବର ମଧ୍ୟ ରହିଛି | ଇଦ ଅବସରରେ ସଲମାନ ଏକ ନୂଆ ଗୀତ ରିଲିଜ କରିପାରନ୍ତି | ଲକଦଉନ ଭିତରେ ସଲମାନ ଦୁଇଟି ଗୀତ ରିଲିଜ କରି ସାରିଛନ୍ତି | ବର୍ତ୍ତମାନ ଆଉ ଏକ ନୂଆ ଗୀତ ରିଲିଜ କରିବାକୁ ଯୋଜନା କରୁଛନ୍ତି | ଏହା ନିଶ୍ଚୟ ଦର୍ଶକଙ୍କ ପାଇଁ ଏକ ଖୁସିଖବର | ଫିଲ୍ମ 'ରାଧେ'ର ନିର୍ଦେଶନା ପ୍ରଭୁଦେବା ଦେଇଛନ୍ତି | ଅପରପକ୍ଷରେ ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀ ବମ୍ବ'ର ନିର୍ଦେଶନା ରାଘବ ଲରେନ୍ସ ଦେଇଛନ୍ତି | ଉଭୟ ଫିଲ୍ମକୁ ନେଇ ଲୋକଙ୍କ ମନରେ ଉତ୍ସାହ ରହିଛି | ତେବେ ଏହି ଦୁଇଟି ଫିଲ୍ମ କେବେ ରିଲିଜ ହେବ ଏବଂ ଦର୍ଶକଙ୍କ ମନୋରଞ୍ଜନ କରିବ ତାହା ଦେଖିବା ବାକି ରହିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.