ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚନ ପାଣ୍ଡେ’ ଟିମ୍ ବିରୁଦ୍ଧରେ କୋର୍ଟରେ ମାମଲା ରୁଜୁ, ଜାଣନ୍ତୁ କ'ଣ ରହିଛି କାରଣ

Published By : Prameya-News7 Bureau | January 28, 2021 IST

ଜୟପୁର ୨୮/୦୧ : ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ 'ବଚନ ପାଣ୍ଡେ' ର ସୁଟିଂ ଜାରି ରଖିଛନ୍ତି । ରାଜସ୍ଥାନ ର ଜୈସଲମେର ରେ ଫିଲ୍ମ ର ସୁଟିଂ ଚାଲିଛି । ଏହା ମଧ୍ୟରେ ଅକ୍ଷୟ କୁମାର ଏବଂ ତାଙ୍କ ପୁରା ଟିମ ବିରୋଧରେ କରୋନା ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ହୋଇଛି । ଜୈସଲମେର ର ଜଣେ ବାସିନ୍ଦା ‘ବଚନ ପାଣ୍ଡେ’ ର ସମ୍ପୂର୍ଣ୍ଣ ଟିମ ବିରୋଧରେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ସୂଚନା ଅନୁସାରେ, ଜୈସଲମେର ଭାସ୍କର କଲୋନୀରେ ରହୁଥିବା ଆଦିତ୍ୟ ଶର୍ମା, ଅଧିବକ୍ତା କଂବରାଜସିଂ ରାଠୋରଙ୍କ ମାଧ୍ୟମରେ ମୁଖ୍ୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି ।

ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଉପସ୍ଥାପନା କରି ଅକ୍ଷୟ କୁମାରଙ୍କ ସମେତ କୀର୍ତ୍ତି ସେନନ୍, ବିକ୍ରାନ୍ତ ଟଣ୍ଡନ, ସାଜିଦ୍ ନାଡିୟାୱାଲା, ଅର୍ଶଦ ଓ୍ବର୍ସି ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ଅଭିଯୋଗ ରେ କୁହା ଯାଇଛି ଫିଲ୍ମ ସୁଟିଂ ସମୟରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ରହୁଛନ୍ତି । ଯାହା ଫଳରେ କରୋନା ସଂକ୍ରମଣ ବ୍ୟାପିବାର ବିପଦ ରହୁଛି । ନ୍ୟାୟାଳୟ ରେ ଦାଖଲ କରାଯାଇଥିବା ଅଭିଯୋଗ ପତ୍ରରେ ଧାରା ୨୬୮,୨୬୯,୨୭୦ ଏବଂ ୨୮୩ ରେ ମାମଲା ରୁଜୁ କରି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.