Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଅକ୍ଷୟ କୁମାର ହେବେ ସମ୍ରାଟ ‘ପୃଥ୍ବୀରାଜ ଚୌହାନ’, କାହିଁକି ଜାଣନ୍ତୁ

9/09/2019 at 2:01 PM

ମୁମ୍ବାଇ୯|୯: ଅକ୍ଷୟ କୁମାରଙ୍କ ୫୨ ତମ ଜନ୍ମ ଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବଲିଉଡର ଖିଲାଡ଼ି ବୟ ଅକ୍ଷୟ କୁମାର ଆଜି ତାଙ୍କର ୫୨ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଜନ୍ମ ଦିନ ଅବସରେ ତାଙ୍କର ଆଗାମୀ ଫିଲ୍ମ ନାଁ ଘୋଷଣା କରାଯାଇଛି।ଖୁବ ଶୀଘ୍ର ସେ ଏକ ଐତିହାସିକ ଫିଲ୍ମରେ ଅଭିନୟ କରିବେ।ଏହି ଫିଲ୍ମର ନାଁ ରହିଛି ‘ପୃଥ୍ବୀରାଜ’। ଏହି ଫିଲ୍ମରେ ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଚରିତ୍ରରେ ଅଭିନୟ କରିବେ ଖିଲାଡ଼ି ବୟ ଅକ୍ଷୟ କୁମାର।ଫିଲ୍ମର ଏକ ଟିଜର ତଥା ମୋସନ ପୋଷ୍ଟରକୁ ଅକ୍ଷୟ କୁମାର ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ଅକ୍ଷୟ କୁମାର ପୋଷ୍ଟ କରି ଲେଖିଛନ୍ତି, ଜନ୍ମଦିନ ଅବସରରେ ତାଙ୍କ ପ୍ରଥମ ଐତିହାସିକ ଫିଲ୍ମର ପୋଷ୍ଟର ଶେୟାରକରି ସେ ଗର୍ବ ଅନୁଭବ କରୁଛନ୍ତି।ପୃଥ୍ବୀରାଜ ଫିଲ୍ମକୁ ନେଇ ଅକ୍ଷୟ କୁମାର ବହୁତ ଖୁସି ଅଛନ୍ତି ବୋଲି ନିଜ ଟୁଇଟର ଆକାଣ୍ଟରେ ସେ ଲେଖିଛନ୍ତି।ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ଏହି ଫିଲ୍ମଟି ସବୁଠାରୁ ବଡ଼ ବୋଲି ଅକ୍ଷୟ କୁମାର ସୋସିଆଲ ମିଡିଆରେ ଲେଖିଛନ୍ତି।

ଗୋଟେ ବର୍ଷରେ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଚାରୋଟି  ଫିଲ୍ମ ରିଲିଜ ହୋଇଥାଏ।ନିକଟରେ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ତାଙ୍କର ମିଶନ ମଙ୍ଗଳ ଫିଲ୍ମ ରିଲିଜ ହୋଇଥିଲା।ଏବେ ସେ ତିନୋଟି ଫିଲ୍ମରେ ଅଭିନୟ କରିବେ ବୋଲି ବଲିଉଡରେ ଚର୍ଚ୍ଚା ହେଉଛି।୨୦୨୦ ରେ ତାଙ୍କର ଦୁଇଟି ଫିଲ୍ମ ରିଲିଜ ହେବା ବୋଲି ସୂଚନା ମିଳିଛି।ପୃଥ୍ବୀରାଜ ଫିଲ୍ମକୁ ନେଇ ଅକ୍ଷୟ କୁମାର ବହୁତ ଖୁସିଥିବାର ଜଣାପଡିଛି।

   Related Posts