୨୧ତମ ବିବାହ ବାର୍ଷିକୀରେ ମଜାଳିଆ ଢଙ୍ଗରେ ଶୁଭେଚ୍ଛା ଜଣାଇଇଲେ ଅକ୍ଷୟ-ଟ୍ବିଙ୍କିଲ, ଭାଇରାଲ ହେଉଛି ପୋଷ୍ଟ

Published By : Prameya-News7 Bureau | January 17, 2022 IST

ନୂଆଦିଲ୍ଲୀ ୧୭।୦୧:  ବଲିଉଡ୍‌ର ସୁନ୍ଦର ଲୋକପ୍ରିୟ ଯୋଡି ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା । ୧୭ ଜାନୁୟାରୀ  ୨୦୦୧ରେ ଦୁହେଁ ବିବାହ କରିଥିଲେ । ଆଜି ୨୧ତମ ବିବାହ ବାର୍ଷିକୀ ଅବସରରେ ଦୁହେଁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି । ତେବେ ବିଶେଷ କରି ଏହି ଅବସରରେ ଟ୍ବିଙ୍କିଲ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଅକ୍ଷୟଙ୍କୁ ଏକ ମଜାଳିଆ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଛନ୍ତି। ଯାହା ଦେଖିବା ପରେ ସମସ୍ତେ ହସି ହସି ଗଡିଛନ୍ତି । ଦୁହିଁଙ୍କର ଚାଟ୍‌ ଦେଖି ଅନେକ ଷ୍ଟାର ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଫଟୋରେ ଅକ୍ଷୟ କୁମାର ଏବଂ ଟ୍ବିଙ୍କିଲ ଏକ ରେଷ୍ଟୁରାଣ୍ଟରେ ବସିଥିବାର ନଜର ଆସିଛନ୍ତି। ଫଟୋ ଶେୟାର କରି ଟ୍ବିଙ୍କିଲ୍‌ କ୍ୟାପଶନ ଲେଖିଛନ୍ତି, ଆଜି ଆମର ୨୧ ତମ ବିବାହ ବାର୍ଷିକୀ। ଆମର ଏକ ଚାଟ୍‌ ଅଛି। ଦେଖନ୍ତୁ।

{"id":575513,"sizeSlug":"full","linkDestination":"none"}

ମୁଁ: ତୁମେ ଜାଣିଛ, ଆମେ ଏତେ ଅଲଗା ଯେ ଆଜି ଆମେ ଏକ ପାର୍ଟିରେ ଭେଟିଥିଲେ ମଧ୍ୟ ମୁଁ ତୁମ ସହିତ କଥାବାର୍ତ୍ତା କରିବି କି ନା ନାହିଁ।

ସେ: ମୁଁ ନିଶ୍ଚିତ ଭାବରେ ଆପଣଙ୍କ ସହ କଥା ହେଇଥାନ୍ତି।

ମୁଁ: ଆଚ୍ଛା କଣ କଥା ହୋଇଥାନ୍ତ, କଣ ତୁମେ ମୋତେ ବାହାରକୁ ନେଇକି ଯିବା ବିଷୟରେ ପଚାରିଥାନ୍ତ ?

ସେ: ନା ମୁଁ କହିବି, ଭାବିଜୀ  ଭାଇ କେମିତି ଅଛନ୍ତି ? ପିଲାମାନେ ଠିକ୍‌ ଅଛନ୍ତି ? ଚାଲ ତାହାଲେ ନମସ୍କାର।

ତେବେ ଦୁହିଁଙ୍କର ଏହି ପୋଷ୍ଟକୁ ପ୍ରଶଂସକ ଏବଂ ବଲିଉଡ୍‌ କଳାକାରମାନେ ମଧ୍ୟ ବହୁ ପସନ୍ଦ କରୁଛନ୍ତି। ନିକଟରେ ଅକ୍ଷୟଙ୍କୁ ଫିଲ୍ମ ଅତରଙ୍ଗୀରେ ଦେଖିବାକୁ ମିଳିଥିଲା । ଯାହା ଓଟିଟିରେ ନଜର ରିଲିଜ୍‌ ହୋଇଥିଲା । ତାଙ୍କର ଆଗାମୀ ଫିଲ୍ମ ପୃଥୀରାଜ ଆସିବାକୁ ଯାଉଛି । ହେଲେ କରୋନା ଯୋଗୁଁ ସ୍ଥଗିତ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.