ପୁଣିଥରେ ସୋସିଆଲ ମିଡିଆରେ ଟ୍ରୋଲ ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

Published By : Prameya-News7 Bureau | September 25, 2019 IST

ମୁମ୍ବାଇ୨୫|୯: ବଲିଉଡର ସୁପରଷ୍ଟାର ଖିଲାଡି ଅକ୍ଷୟ କୁମାରଙ୍କ ଫିଲହାଲ ମ୍ୟୁଜିକ୍‌ ଭିଡିଓ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଗୀତକୁ ଗାୟକ ବି ପ୍ରାକ ଗାଇଛନ୍ତି। ଏହି ଭିଡିଓରେ ଅକ୍ଷର କୁମାରଙ୍କ ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ସାନ ଭଉଣୀ ନୁପୁର ସାନୋନ ଅଭିନୟ କରିଛନ୍ତି।

{"id":162391}

ଏହି ଗୀତ ମାଧ୍ୟମରେ ନୁପୁର ଅକ୍ଷୟ କୁମାରଙ୍କ ସହ ନିଜ ଡେବ୍ୟୁ କରିଛନ୍ତି। ଅକ୍ଷୟ କୁମାରଙ୍କ ସହ ଡେବ୍ୟୁ କରୁଥିବାରୁ ତାଙ୍କ ଖୁସି ଦୁଇଗୁଣା ଅଧିକ ହୋଇଯାଇଛି। ଶୁଟିଂ ସେଟ୍‌ରେ ନିଆଯାଇଥିବା କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

{"id":162392}

ଏହି ଫଟୋ ମଧ୍ୟରୁ ଗୋଟେ ଫଟୋରେ ଅକ୍ଷୟ କୁମାର ନୁପୁରଙ୍କ ଓଢଣୀ ଉପରେ ବସିଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଏହି କଥା ପାଇଁ ଅକ୍ଷୟ କୁମାରଙ୍କୁ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି।

{"id":162393}

ଜଣେ ୟୁଜର ଲେଖିଛନ୍ତି ଯେ, ଅକ୍ଷୟ କୁମାର ନିଜକୁ ଏତେ ଖାସ ଭାବନ୍ତି ଯେ, ସେ ଝିଅଙ୍କ ଓଢଣୀ ଉପରେ ବସିଛନ୍ତି। ଏମିତି କଣ କେଉଁ ଝିଅକୁ ସମ୍ମାନ ଦିଆଯାଏ। ଆଉ ଜଣେ ଲୋଖିଛନ୍ତି, ଅକ୍ଷୟଙ୍କୁ ଲାଜ ଲାଗୁନି ଯେ, ସେ ଏମିତି ବସିଛନ୍ତି ।

{"id":162394}

ଅପରପକ୍ଷରେ କିଛି ୟୁଜର ଅକ୍ଷୟଙ୍କ ସପକ୍ଷରେ ମଧ୍ୟ ଲେଖିଛନ୍ତି। ତ ଆଉ କିଏ ଲେଖିଛନ୍ତି ଯେ, ନୁପୁରଙ୍କୁ କୌଣସି ଆପତ୍ତି ନାହିଁ, ବୋଧ ହୁଏ ସେ ଚାହୁଁଥିଲେ ଯେ, ଅକ୍ଷୟ ତାଙ୍କ ଓଢଣୀ ଉପରେ ବସନ୍ତୁ। ଏହା ପ୍ରଥମ ନୁହେଁ ଅକ୍ଷୟ କୁମାର ଏମିତି ଅନେକ କାରଣ ପାଇଁ ଟ୍ରୋଲ ହୋଇଛନ୍ତି।

{"id":162395,"width":572,"height":563}

ବି ପ୍ରାକ୍‌ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀରେ ତେରୀ ମିଟ୍ଟି ଗୀତ ଗାଇଥିଲେ। ଏହି ଗୀତରେ ପ୍ରସିଦ୍ଧ ପଂଜାବୀ ଗାୟକ ଏମ୍ମୀ ୱିର୍କ ମଧ୍ୟ ରହିଛନ୍ତି। ଶୁଟ୍‌ ସମ୍ବନ୍ଧୀୟ ଅନେକ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

{"id":162396}

ଏଥିରେ ଅକ୍ଷୟ ମୁମ୍ବାଇର ସେଣ୍ଟ ଜାଭିୟର୍ସ କୋଲେଜରେ ନୁପୁର ଓ ଏମିଙ୍କ ସହ ପୋଜ ଦେଇଛନ୍ତି। ଏବେ କିଛି ଦିନ ତଳେ ଅକ୍ଷୟଙ୍କର ମିଶନ ମଙ୍ଗଲ ଫିଲ୍ମ ରିଲିଜ ହୋଇଥିଲା। ଫିଲ୍ମଟି ବେଶ ସଫଳତା ହାସଲ କରିଛି। ଏହା ବ୍ୟତୀତ ଅକ୍ଷୟ ଆଗାମୀ  ଫିଲ୍ମ ହାଉସଫୁଲ ୪ ଓ ଗୁଡ୍‌ ନ୍ୟୁଜରେ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.