ମା’ ଙ୍କ ଦେହାନ୍ତର ମାତ୍ର ୨ ଦିନ ହୋଇଛି, ସୁଟିଂ ପାଇଁ ଲଣ୍ଡନ ଚାଲିଗଲେ ଅକ୍ଷୟ କୁମାର : ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି ୟୁଜର

Published By : Prameya-News7 Bureau | September 10, 2021 IST

ମୁମ୍ବାଇ ୧୦/୦୯ : ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟ୍ଟିଆଙ୍କର ଗତ ବୁଧବାର ଦିନ ଦେହାନ୍ତ ହୋଇଥିଲା । ଏ ନେଇ ନିଜେ ଅକ୍ଷୟ କୁମାର ଟ୍ବିଟ୍ କରି ସୂଚନା ଦେଇଥିଲେ । ​‌ଟ୍ବିଟ୍‌ କରି ସେ ଲେଖିଥିଲେ , ‘ମା’ ମୋ ଜୀବନରେ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିଲେ । ଆଜି ମୋତେ ଖୁବ କଷ୍ଟ ହେଉଛି । ମୋ ମା’ ଅରୁଣା ଭାଟ୍ଟିଆ ଆଜି ସକାଳେ ଦୁନିଆ ଛାଡିଯାଇଛନ୍ତି । ମୁଁ ଏବଂ ମୋ ପରିବାର ଏବେ ଖରାପ ସମୟ ଦେଇ ଗତି କରୁଛୁ ।’

ଅକ୍ଷୟ କୁମାରଙ୍କ ମା’ ଅସୁସ୍ଥ ହୋଇ ମୁମ୍ବାଇ ସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ​‌ରେ ଭର୍ତ୍ତି ହୋଇଥିଲେ । ମାଆଙ୍କର ଅସୁସ୍ଥତା ଖବର ଶୁଣି ଅକ୍ଷୟ କୁମାର ଫିଲ୍ମ ସୁଟିଂ ଅଧାରୁ ହିଁ ମୁମ୍ବାଇ ଫେରିଆସିଥିଲେ । କିନ୍ତୁ ଏବେ ଅକ୍ଷର କୁମାର ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି ।

ସୂଚନା ଅନୁଯାୟୀ, ଅକ୍ଷୟ କୁମାର ଏବଂ ତାଙ୍କ ପରିବାରକୁ ଶୁକ୍ରବାର ସକାଳେ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଅକ୍ଷୟ ତାଙ୍କ ପରିବାର ସହିତ ଲଣ୍ଡନ ଚାଲିଯାଇଛନ୍ତି । ତେବେ କଥା ହେଉଛି ମା’ଙ୍କ ଦେହାନ୍ତର ମାତ୍ର ୨ ଦିନ ପରେ ଫିଲ୍ମ ସୁଟିଂ ପାଇଁ ଅକ୍ଷୟ କୁମାର ପୁଣି ଲଣ୍ଡନ ଯିବା କଥାକୁ ନେଇ ସୋସିଆଲ ମିଡିଆରେ ଖୁବ ସମାଲୋଚନା ହେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମା’ଙ୍କ ଦେହାନ୍ତ ଗୋଟିଏ ଦିନ ବି ହୋଇନି, କିନ୍ତୁ ଏ ଫିଲ୍ମ ସୁଟିଂ ପାଇଁ ବିଦେଶ ଗଲେଣି । ଆଉ ଜଣେ ୟୁଜର ଲେଖିଛନ୍ତି, ‘ଏମାନେ କିଛି ମାନନ୍ତି ନାହିଁ । ସାଧାରଣ ଲୋକ ଯେପରିକି ଆମ ପରିବାର​‌ରେ କାହାର ଦେହାନ୍ତ ହୁଏ ତେବେ ଆମେ ୪୦ ଦିନ ଘରେ ରହୁ କିନ୍ତୁ ଇଏ ୪୦ ଘଣ୍ଟା ବି ଘରେ ରହୁନାହାନ୍ତି ।’

ସେପ୍ଟେମ୍ବର ୭ ତାରିଖରେ ଅସୁସ୍ଥ ମା’ଙ୍କ ସୁସ୍ଥ କାମନା ନିମନ୍ତେ ପ୍ରାର୍ଥନା କରିବା ପାଇଁ ପ୍ରଶଂସକଙ୍କୁ କହିଥିଲେ । ଏଥି ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ଗତ ବୁଧବାର ଦିନ ଅକ୍ଷର କୁମାରଙ୍କ ମା’ ଅରୁଣା ଭାଟ୍ଟିଆଙ୍କର ଦେହାନ୍ତ ହୋଇଥିଲା । ଏହାର ୨ ଦିନ ପରେ ଅକ୍ଷୟ କୁମାର ପରିବାର ସହିତ ଲଣ୍ଡନ ଗସ୍ତ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ​‌ରେ ଟ୍ରୋଲ ହେଉଛନ୍ତି ଅଭି​‌ନେତା ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.