ନିଜଠୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବଲିଉଡ ଖିଲାଡି ଅକ୍ଷୟ

Published By : Prameya-News7 Bureau | January 09, 2020 IST

ମୁମ୍ବାଇ୯|୧:ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ପାଇଁ ୨୦୧୯ ମସିହା ବହୁତ ଭଲ ଥିଲା। ଗତ ବର୍ଷ ଅକ୍ଷୟଙ୍କ କୁମାରଙ୍କର ୪ଟି ଫିଲ୍ମ ରିଲିଜ ହୋଇଥିଲା। ଏହି ୪ଟି ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ କରିଥିଲା। ଏହି ଫିଲ୍ମ ଗୁଡିକ ହେଉଛି କେସରୀ, ମିଶନ ମଙ୍ଗଲ, ହାଉସଫୁଲ ୪ ଓ ଗୁଡ୍‌ ନ୍ୟୁଜ।

{"id":209078,"sizeSlug":"large"}

୨୦୨୦ ମସିହା ଅକ୍ଷୟ ନିଜ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଇଦ୍‌ରେ ପରଦାରେ ରିଲିଜ ହେବାକୁ ଥିବା ଅକ୍ଷୟଙ୍କ ଅପ୍‌କମିଙ୍ଗ ଫିଲ୍ମ 'ଲକ୍ଷ୍ମୀ ବମ୍‌'କୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କାରଣ ଏହି ଫିଲ୍ମରେ ଅକ୍ଷୟ କୁମାର ନିଜଠାରୁ ୨୫ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ବୋଲି ଜଣାପଡିଛି।

{"id":209079,"sizeSlug":"large"}

ଫିଲ୍ମ 'ଲକ୍ଷ୍ମୀ ବମ୍‌'ରେ ଅଭିନେତ୍ରୀ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ କିଆରା ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରିବେ। ନିକଟରେ ଉଭୟଙ୍କର ଫିଲ୍ମ ସେଟ୍‌ର କିଛି ଫଟୋ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଛି। ଏଥିରେ ଅକ୍ଷୟ ଓ କିଆରା ରୋମାଣ୍ଟିକ ପୋଜ୍‌ ଦେଇଛନ୍ତି।

{"id":209080,"sizeSlug":"large"}

ଏହା ପୂର୍ବରୁ ଫିଲ୍ମ ଲକ୍ଷ୍ମୀ ବମ୍‌ରେ ଅକ୍ଷୟଙ୍କର ଏକ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ସେ ଜଣେ ମହିଳାଙ୍କ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ପ୍ରଥମ  ଲୁକ୍‌କୁ ନିଜ ଟୁଇଟ୍‌ରରେ ସେୟାର କରିଥିଲେ ଅକ୍ଷୟ ।ସେୟାର କରିଥିବା ଫଟୋରେ ଅକ୍ଷୟ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ଏବଂ ମୁଣ୍ଡରେ ସିନ୍ଦୁର ଲଗାଇ ମାଆ ଦୁର୍ଗାଙ୍କ ଆଗରେ ଠିଆ ହୋଇଥିବାର ଦେଖା ଯାଇଥିଲା । ଏହି ଫିଲ୍ମରେ ସେ ଏକ ଏମିତି ଚରିତ୍ରରେ ଅଭିନୟ କରିବେ ଯେଉଁଥିପାଇଁ ସେ ବେଶ ଉତ୍ସାହିତ ଅଛନ୍ତି। 

{"id":209081,"sizeSlug":"large"}

୨୦୨୦ ମସିହାରେ ଏହି ଫିଲ୍ମ ବ୍ୟତୀତ ଅକ୍ଷୟଙ୍କର ଅନ୍ୟ ୨ଟି ଫିଲ୍ମ ମଧ୍ୟ ରିଲିଜ ହେବ। ଫିଲ୍ମ ଗୁଡିକ ହେଉଛି ସୂର୍ଯ୍ୟବଂଶୀ ଓ ପୃଥ୍ବୀରାଜ। ଲକ୍ଷ୍ମୀ ବମ୍‌ ପୂର୍ବରୁ ଅକ୍ଷୟ ଓ କିଆରା ଗୁଡ୍‌ ନ୍ୟୁଜ୍‌ ଫିଲ୍ମରେ ସ୍କ୍ରିନ୍ ସେୟାର କରିଥିଲେ। ଗୁଡ୍‌ ନ୍ୟୁଜ୍‌ ଫିଲ୍ମରେ କିଆରା ଓ ଅକ୍ଷୟଙ୍କ ବ୍ୟତୀତ କରୀନା କପୁର ଓ ଦିଲଜିତ୍‌ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.