'ସେ ମୋ ପାଇଁ ଉପରୁ ହାପି ବାର୍ଥଡେ ଗାଉଥିବେ': ନିଜ ଜନ୍ମଦିନରେ ମା'ଙ୍କୁ ମନେପକାଇ ଭାବୁକ ପୋଷ୍ଟ ସେୟାର କଲେ ଅକ୍ଷୟ କୁମାର

Published By : Prameya-News7 Bureau | September 09, 2021 IST

ମୁମ୍ବାଇ ୦୯/୦୯ : ସେପ୍ଟେମ୍ବର ୯ ତାରିଖ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଜନ୍ମଦିନ। ସେ କେବେ ଭାବି ନଥିବେ ଯେ ନିଜର ୫୪ତମ ଜନ୍ମଦିନ ତାଙ୍କ ପାଇଁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ। ଜନ୍ମଦିନର ଦିନେ ପୂର୍ବରୁ ମା'ଙ୍କୁ ହରାଇଛନ୍ତି ଅକ୍ଷୟ କୁମାର। ଜୀବନ ସାରା କେବେ ବି ସେ ଏହି ଦିନକୁ ଭୁଲିବେନି। ଦିନେ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୮ ତାରିଖରେ ତାଙ୍କ ମା' ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ନିଜ ଜନ୍ମଦିନରେ ଅକ୍ଷୟ କୁମାର ମା'ଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଏକ ଭାବୁକ ନୋଟ ପୋଷ୍ଟ କରିଛନ୍ତି। ଅକ୍ଷୟଙ୍କ ପୋଷ୍ଟ ସମସ୍ତଙ୍କ ଆଖିରେ ଲୁହ ଭାରି ଦେଇଛି।

ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ମା'ଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅରୁଣା ଭାଟିଆ ପୁଅକୁ ଗେଲ କରୁଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, 'ମୁଁ ଜାଣିଛି ମା' ଉପରେ ଥାଇ ହାପି ବାର୍ଥଡେ ଗାଉଥିବେ। ଆପଣ ସମସ୍ତଙ୍କର ସମବେଦନା ଓ ଶୁଭକାମନା ପାଇଁ ଧନ୍ୟବାଦ। ଜୀବନ ଏମିତି ହିଁ ଚାଲେ।'

wp:html
/wp:html

ପୋଷ୍ଟରେ ସେଲିବ୍ରିଟି ଓ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଓ ତାଙ୍କ ମା'ଙ୍କ ସଦ୍ଗତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଛନ୍ତି। ଅଭିନେତ୍ରୀ ବିପଶା ବାସୁ ରେଡ ହାର୍ଡ ଏମଜି ସେୟାର କରି କମେଣ୍ଟ କରିଛନ୍ତି ଓ ଜ୍ୟାକଲିନ କମେଣ୍ଟ କରି ଅକ୍ଷୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.