Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଶହୀଦ ଯବାନଙ୍କ ପାଇଁ ଅଜୟ ଦେବଗନଙ୍କ କବିତା ଶୁଣି ଭାବପ୍ରବଣ ହେଲେ ଅକ୍ଷୟ କୁମାର: କହିଲେ, ଆଉ କେତେଥର…

27/07/2021 at 4:17 PM

ମୁମ୍ବାଇ ୨୭/୦୭ : ଅଭିନେତା ଅଜୟ ଦେବଗନ ନିଜ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ଏୟାରଫୋର୍ସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। କାରଗିଲ ବିଜୟ ଦିବସରେ ଶହୀଦ ସୈନିକଙ୍କୁ ଏକ କବିତା ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅଜୟ ଦେବଗନଙ୍କ ଏହି କବିତା ଶୁଣି ଅଭିନେତା ଅକ୍ଷୟ କୁମାର ଭାବବିହ୍ୱଳ ହୋଇଯାଇଥିଲେ।

ଦେଶର ଶହୀଦ ଯବାନଙ୍କ ପାଇଁ ଅଜୟ ଦେବଗନ ଏହି କବିତା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଭିଡିଓରେ ସେ ଶହୀଦ ଯବାନଙ୍କ ଭାବନା କହିଛନ୍ତି। ଭିଡିଓ ଅକ୍ଷୟ କୁମାର ଦେଖିବା ପରେ ଭାବବିହ୍ୱଳ ହୋଇଯାଇଥିଲେ। ଭିଡିଓ ସେୟାର କରି ଅକ୍ଷୟ ଟ୍ୱିଟ କରିଛନ୍ତି, ‘ବାସ୍ତବ ଜୀବନରେ ଭାବନା ଆସିଲେ ମୁଁ ନିଜକୁ ପ୍ରକାଶ କରିପାରେନାହିଁ। କିନ୍ତୁ ଏହି ଭିଡିଓ ମୋତେ କନ୍ଦେଇ ଦେଇଛି। ଅଜୟ ଦେବଗନ, ମୁଁ ଜାଣିନଥିଲି ତୁମ ଭିତରେ ବି ଜଣେ କବି ଅଛି। ଆଉ କେଉଁ କେଉଁ କଥାରେ ହୃଦୟ ଜିତିବ…’ ଅକ୍ଷୟ ନିଜର ଏହି ଟ୍ୱିଟରେ କମେଣ୍ଟ ମଧ୍ୟ କରିଛନ୍ତି। ଏକ ହାର୍ଟ ଇମୋଜୀ ସହ ସେ ଆଇ ଲଭ ୟୁ ସାର୍ ଲେଖିଛନ୍ତି।

ଜୁଲାଇ ୨୬ ତାରିଖରେ ପ୍ରତିବର୍ଷ କାରଗିଲ ବିଜୟ ଦିବସ ପାଳନ କରାଯାଏ। ଏହି ଦିନ ଦେଶ କାରଗିଲରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ମନେପକାଇଥାଏ ଯେଉଁମାନେ ହସି ହସି ଦେଶ ପାଇଁ ଜୀବନର ବଳି ଦେଇଥିଲେ ଏବଂ ଶତ୍ରୁକୁ ପରାସ୍ତ କରିଥିଲେ।

ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ରିଲିଜ ଅପେକ୍ଷାରେ ଅଛି। ଫିଲ୍ମରେ ଅଜୟ ଦେବଗନ ବାୟୁସେନା ଅଧିକାରୀ ବିଜୟ କର୍ଣ୍ଣିକାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ପାକିସ୍ତାନ ହମଲା ସମୟରେ ୩୦୦ ମହିଳାଙ୍କ ସହାୟତାରେ ଏକ ଏୟାରବେସ ପ୍ରସ୍ତୁତ କରିଥିଲେ।

   Related Posts