ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଫଟୋ ଦେଖି କ୍ଷୁବ୍ଧ ହେଲେ ଆଇପିଏସ୍ ଆର.କେ ବିଜୟ : କହିଲେ ଏମିତି ହୁଏନି ସାର୍..

Published By : Prameya-News7 Bureau | September 27, 2021 IST

ମୁମ୍ବାଇ ୨୭/୦୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅକ୍ଟୋବର ୨୨ରୁ ସାରା ରାଜ୍ୟରେ ସିନେମା ହଲ୍ ଖୋଲାଯିବା ନେଇ ଘୋଷଣା କରିଛନ୍ତି । ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ବିଷୟରେ ଏକ ଟୁଇଟ୍ ମଧ୍ୟ ସେୟାର କରିଛନ୍ତି, ଯାହା ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜୟ ଟିକେ ରାଗି ଯାଇଥିଲେ। କିନ୍ତୁ ଅକ୍ଷୟ କୁମାର ଖୁବ ଶୀଘ୍ର ଆଇପିଏସ ଆର.କେ ବିଜୟଙ୍କ ଅସନ୍ତୋଷକୁ ଦୁରେଇ ଦେଇଛନ୍ତି।

ତେବେ ଅକ୍ଷୟ କୁମାର ଟୁଇଟ୍ ରେ ଲେଖିଛନ୍ତି ଯେ ଅନେକ ପରିବାର ଆଜି ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଦେବେ । ‘୨୨ ଅକ୍ଟୋବରରୁ ମହାରାଷ୍ଟ୍ରରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଥିବାରୁ ମୁଁ ଆପଣଙ୍କ ପାଖରେ କୃତଜ୍ଞ । ବର୍ତ୍ତମାନ କେହି ଅଟକିବେ ନାହିଁ,ପୋଲିସ ଆସୁଛି’ ।

ଏହି ଟ୍ୱିଟ୍ ମାଧ୍ୟମରେ ସେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣଭୀର ସିଂ ଏବଂ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରୁଥିବା ରଣବୀର ସିଂ ଟେବୁଲ ଉପରେ ବସିଥିବାବେଳେ ବରିଷ୍ଠ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି ଅକ୍ଷୟ କୁମାର ଏବଂ ଅଜୟ ଦେବଗନ୍ । ଦୁହେଁ ଏକାଠି ଠିଆ ହୋଇଥିବାର ନଜର ଆସିଛନ୍ତି ।

ଏହି ଫଟୋକୁ ଦେଖି ଡିଜିପି ଆର.କେ ବିଜୟ ଅକ୍ଷୟ କୁମାରଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ଏକ କ୍ୟାପସନରେ ଲେଖିଛନ୍ତି ଯେ 'ଇନ୍ସପେକ୍ଟର ସାହେବ ବସିଛନ୍ତି ଏବଂ ଏସପି ସାହେବ ଠିଆ ହୋଇଛନ୍ତି, ଏମିତି ହୁଏନି ସାର୍ ।

wp:html /wp:html

ସ୍ୱତନ୍ତ୍ର ଡିଜିପି ଆର.କେ ବିଜୟଙ୍କ ଟ୍ୱିଟକୁ ଜବାବ ଦେଇ ଅଭିନେତା ଅକ୍ଷୟ କୁମାର ଲେଖିଛନ୍ତି ଯେ 'ସାର୍, ଏହି ଦୃଶ୍ୟ ଫଟୋ ପଛରେ ଅଛି । ଆମ କଳାକାରମାନଙ୍କ ପାଇଁ, କ୍ୟାମେରା ଅନ୍ ହେବା ମାତ୍ରେ ଏହା ପ୍ରୋଟୋକଲ୍ କୁ ଫେରିଗଲା । ଆମର ମହାନ ପୋଲିସ ବାହିନୀକୁ ସର୍ବଦା ନମସ୍କାର ଓ ସମ୍ମାନ ଦେଇଥାଉ । ଆଶା କରେ ଯେତେବେଳେ ତୁମେ ଫିଲ୍ମ ଦେଖିବ ତୁମେ ଏହାକୁ ପସନ୍ଦ କରିବ। ଏନେଇ ଅକ୍ଷୟଙ୍କ ଏହି ଟୁଇଟ୍ ବହୁତ ଭାଇରାଲ ହେବାରେ ଲାଗିଛି । ଆର.କେ ବିଜୟ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ଛତିଶଗଡରେ ଏକ ସ୍ୱତନ୍ତ୍ର ଡିଜିପି ଭାବରେ କାର୍ଯ୍ୟ କରୁଛନ୍ତି । ଆର.କେ ବିଜୟ ଟ୍ୱିଟରରେ ବହୁତ ଆକ୍ଟିଭ୍ ରୁହନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.