Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅକ୍ଷୟଙ୍କ ଆଗାମୀ ଫିଲ୍ମକୁ ନେଇ ଉଠିଲା ବିବାଦ :‘ଗୋର୍ଖା’ ପୋଷ୍ଟର ତ୍ରୁଟି ସୁଧାରିବାକୁ ପରାମର୍ଶ ଦେଲେ ପୂର୍ବତନ ଆର୍ମି ଅଫିସର…

17/10/2021 at 12:26 PM

ମୁମ୍ବାଇ ୧୭।୧୦ : ଖିଲାଡି କୁମାର ଅକ୍ଷୟଙ୍କ ପରଦାକୁ ଆସୁଛି ଅଭିନିତ ଫିଲ୍ମ ଗୋର୍ଖା । ‘ଗୋର୍ଖା’ ସିନେମା ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ । ଯେଉଁଥିରେ ମେଜର ଜେନେରାଲ ଲାନ୍ କାରଡୋଜୋ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଫଳରେ ତାଙ୍କର ଗୋଡ଼ ହରାଇଥିଲେ । ଯାହା ପରେ ମଧ୍ୟ ସେ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ ଗୋର୍ଖା ସିନେମା ନିର୍ମିତ ହୋଇଛି

ଏନେଇ ଗତ ଶୁକ୍ରବାର ଦିନ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଦେଖାଦେଇଛି ବିବାଦ। ପୋଷ୍ଟରରେ ଦେଖା ଯାଇଥିବା ଶସ୍ତ୍ର ଖୁକ୍ରୀ ନୁହେଁ ବୋଲି ଗୋର୍ଖା ରାଇଫଲ୍ସର ପୂର୍ବତନ ସେନା ଅଧିକାରୀ ଟ୍ୱିଟ୍ କରିବା ସହ ଏହାକୁ ସୁଧାରିବାକୁ ଲେଖିଛନ୍ତି । ସୂଚନା ଅନୁସାରେ, ଅକ୍ଷୟ କୁମାରଙ୍କ ଅଭିନିତ ‘ଗୋର୍ଖା’ ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ପଛର କାରଣ ହେଉଛି ଏହି ଫିଲ୍ମର ପୋଷ୍ଟରକୁ ନେଇ ଜଣେ ପୂର୍ବତନ ସେନା ଅଧିକାରୀ ଆପତ୍ତି ଉଠାଇଛନ୍ତି । ଯେଉଁଥିରେ ସେ ଏକ ଟ୍ୱିଟି କରିଛନ୍ତି । କହିଛନ୍ତି ଯେ ପୋଷ୍ଟରେ ପୋଷ୍ଟରରେ ଅକ୍ଷୟ କୁମାର ଏକ ଶସ୍ତ୍ର ଧରିଥିବା ଦେଖିବାକୁ ମିଳୁଛି ‘ଗୋର୍ଖା’ ମାନେ ସାଧାରଣଃ ଧରୁଥିବା ଶସ୍ତ୍ରକୁ ଖୁକ୍ରୀ କୁହାଯାଏ । ପୋଷ୍ଟରରେ ଦେଖାଯାଇଥିବା ଶସ୍ତ୍ର ଖୁକ୍ରୀ ଭଳି ଆଦୌ ଦେଖାଯାଉନଥିବାରୁ ସେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ।

ଏହା ସହ ସେ କହିଛନ୍ତି, ‘ଗୋର୍ଖା’ ଉପରେ ସିନେମା ନିର୍ମାଣ କରୁଥିବାରୁ ସେ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଇଥିବା ସହ ପୋଷ୍ଟରରେ ଦେଖାଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି । ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି। ଖୁକ୍ରୀର ଧାର ଭିତର ପାଖରେ ଥାଏ ଏହା ଖୁକ୍ରୀ ନୁହେଁ ବୋଲି ମଧ୍ୟ କହିଛନ୍ତି। ସେ ଟ୍ୱିଟ୍‌ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି  ।ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍‌ର ମଧ୍ୟ ଉତ୍ତର ଦେଇଛନ୍ତି । ଯେଉଁଥିରେ ସେ ଗୋର୍ଖା ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ଆଗାମୀ ଦିନରେ ସିନେମାରେ ଯେଭଳି କୌଣସି ଭୁଲ୍ ନହୁଏ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି ଅକ୍ଷୟ ।

   Related Posts