ଅଧିକ ରୋଜଗାର କରୁଥିବା ସେଲିବ୍ରିଟିଙ୍କ ତାଲିକା ଜାରି କଲା ଫୋର୍ବ୍ସ : ଅକ୍ଷୟ କୁମାରଙ୍କ ନାଁ ସାମିଲ

Published By : Prameya-News7 Bureau | December 17, 2020 IST

ମୁମ୍ବାଇ ୧୭/୧୨ : ଦୁନିଆର ଲୋକପ୍ରିୟ ମାଗାଜିନ୍ ଫୋର୍ବ୍ସ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟିଜଙ୍କ ତାଲିକା ଜାରି କରିଛି। ଏଥର ତାଲିକାରେ ସର୍ବ ପ୍ରଥମେ କୌଣସି ମେଲ୍ ଆକ୍ଟରଙ୍କ ନାଁ ନାହିଁ ବରଂ ଆମେରିକାର ରିୟାଲିଟି ଟିଭି ସୁପରଷ୍ଟାର ଓ ବିଜନେସ୍ ଟାଇକୁନ୍ କାଇଲି ଜେନରଙ୍କ (Kylie Jenner) ନାଁ ଅଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ନାଁ ମଧ୍ୟ ଏହି ତାଲିକାରେ ସାମିଲ ଅଛି। ଫୋର୍ବ୍ସ ଏସିଆର ୧୦୦ ଡିଜିଟାଲ୍ ଷ୍ଟାରଙ୍କ ତାଲିକା ମଧ୍ୟ ଜାରି କରିଛି। ଏହି ତାଲିକାରେ ଦୁନିଆର ସେହି ଷ୍ଟାରମାନଙ୍କ ନାଁ ସାମିଲ ଅଛି ଯେଉଁମାନେ ନିଜ ଫିଲ୍ମ, ଗୀତ, ସିରିଏଲ୍ ଓ ସୋସିଆଲ୍ ମିଡ଼ିଆରେ ଲୋକଙ୍କ ଜିତିଛନ୍ତି | ଯେଉଁମାନଙ୍କ ଫ୍ୟାନ୍ ଫଲୋଇଙ୍ଗ ଅନେକ ରେକର୍ଡ ଭାଙ୍ଗିଛି।

ଫୋର୍ବ୍ସ ତାଲିକା ଅନୁଯାୟୀ, କାଇଲି ଜେନର ଚଳିତ ବର୍ଷ ୫୯୦ ମିଲିୟନ ଡଲାର ଅର୍ଥାତ ୪୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଆମେରିକାରେ ରହୁଥିବା ୨୩ ବର୍ଷ ବୟସ୍କ କାଇଲି ଜେନର୍ ରୋଜଗାର ମାମଲାରେ ବଡ ବଡ କଳାକାରଙ୍କୁ ବି ପଛରେ ପକାଇଦେଇଛନ୍ତି। ଅକ୍ଷୟ କୁମାର ଚଳିତ ବର୍ଷ ପାଖାପାଖି ୩୬୨ କୋଟି ଟଙ୍କା ରୋଜଗାର କରିଛନ୍ତି। ଏହା ତାଙ୍କର ଗୋଟିଏ ଫିଲ୍ମ 'ଲକ୍ଷ୍ମୀ'ରୁ ହୋଇଥିବା ରୋଜଗାର। ଲକ୍ଷ୍ମୀ ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା। ଫୋର୍ବ୍ସ ଜାରି କରିଥିବା ତାଲିକାରେ ଅକ୍ଷୟ କୁମାର ଷଷ୍ଠ ନମ୍ବରରେ ଅଛନ୍ତି।

ଅକ୍ଷୟ କୁମାର କେବଳ ବଲିଉଡରେ ଅଧିକ ବିଳମ୍ୱ କରନ୍ତିନି ବରଂ ସୋସିଆଲ ମିଡ଼ିଆ ଜରିଆରେ ମଧ୍ୟ ପ୍ରଶଂସକଙ୍କ ସହ ଜଡିତ ରୁହନ୍ତି। ସୋସିଆଲ ମିଡ଼ିଆରେ ଅକ୍ଷୟ କୁମାରଙ୍କ ପାଖାପାଖି ୧୩୧ ମିଲିୟନ ଫଲୋୟର୍ସ ଅଛନ୍ତି।

ଅକ୍ଷୟ କୁମାର କେବଳ ବଲିଉଡ୍ ଅଭିନେତା ଭାବେ ପରିଚିତ ନୁହେଁ ବରଂ ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ। ସେ ମେ' ମାସରେ ଫେସବୁକ୍ ଲାଇଭରେ 'ଆଇ ଫର୍ ଇଣ୍ଡିଆ' ପାଇଁ ଫଣ୍ଡ ଜମା କରୁଥିବା କଂସର୍ଟରେ ଭାଗ ନେଇଥିଲେ ଓ କୋଭିଡ ଫଣ୍ଡ ପାଇଁ ୫୨୦ ମିଲିୟନ ଯୋଗାଡ କରିଥିଲେ। ସେ କୋଭିଡ ରିଲିଫ୍ ପାଇଁ ମଧ୍ୟ କୋଟି କୋଟି ଟଙ୍କା ଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.