ବିୟର ଗ୍ରିଲ୍ସଙ୍କ ସହିତ ଲାଇଭ୍ ଚାଟ୍‌ରେ ଖୁଲାସା କଲେ ଅକ୍ଷୟ କୁମାର- 'ମୁଁ ପ୍ରତିଦିନ ଗୋମୂତ୍ର ପିଏ'

Published By : Prameya-News7 Bureau | September 10, 2020 IST

ମୁମ୍ବାଇ ୧୦/୦୯ : ସେପ୍ଟେମ୍ବର ୯ ତାରିଖରେ ଅକ୍ଷୟ କୁମାରଙ୍କ ୫୩ତମ ଜନ୍ମଦିନ ଥିଲା | ଏହି ବୟସରେ ମଧ୍ୟ ଅକ୍ଷୟ କୁମାର ପୁରା ଫିଟ | ତାଙ୍କ ଫିଟନେସର ଏକ ବଡ ରହସ୍ୟ ଅଛି | ନିଜ ଫିଟନେସ୍ ପଛର ଏକ ବଡ ରହସ୍ୟ ସାମ୍ନାକୁ ଆଣିଛନ୍ତି ଅକ୍ଷୟ | ଏକ ଲାଇଭ୍ ଚାଟ୍‌ରେ ସେ ଖୁଲାସା କରିଛନ୍ତି ଯେ ସେ ପ୍ରତିଦିନ ଗୋମୂତ୍ର ପିଅନ୍ତି | ପ୍ରଧାନମନ୍ତ୍ରୀ ମୋଦି ଓ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଅକ୍ଷୟ କୁମାରଙ୍କୁ ମଧ୍ୟ ଜଙ୍ଗଲ ଯାତ୍ରାରେ ଦେଖିବାକୁ ମିଳିବ |

{"id":327809,"sizeSlug":"large"}

ବିୟର୍ ଗ୍ରିଲ୍ସଙ୍କ ସହ ଇନଟୁ ଦି ୱାଇଲ୍ଡ (Into The Wild)' ଶୋ'ରେ ଜଙ୍ଗଲରେ ଭୟଙ୍କର ଷ୍ଟଣ୍ଟ କରିବେ | ଶୋ'ର ପରିମିୟରର ଠିକ ଦିନେ ପୂର୍ବରୁ ଅକ୍ଷୟ ବିୟର୍ ଗ୍ରିଲ୍ସଙ୍କ ସହ ଏକ ଲାଇଭ୍ ଚାଟ୍ କରିଥିଲେ ଯେଉଁଥିରେ ସେ ନିଜର ଫିଟ୍‌ନେସ୍ ମନ୍ତ୍ରର ଖୁଲାସା କରିଥିଲେ |

{"id":327807,"sizeSlug":"large"}

ବିୟର୍ ଗ୍ରିଲ୍ସ ଅକ୍ଷୟ କୁମାର ଓ ହୁମା କୁରେସିଙ୍କ ସହ ଇନ୍ସଟାଗ୍ରାମରେ ଲାଇଭ୍ ଚାଟ୍ ସେସନ୍ କରିଥିଲେ | ଚାଟ୍ ସେମାନେ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ | ବିୟର୍ ଗ୍ରିଲ୍ସ ସ୍ୱୀକାର କରିଛନ୍ତି ଯେ ସେ ଅକ୍ଷୟଙ୍କୁ ବ୍ୟକ୍ତିଗତ ଭାବେ ଜାଣିନାହାନ୍ତି କିନ୍ତୁ ସେ ଜଣେ ଦାୟିତ୍ୱବାନ ବ୍ୟକ୍ତି ବୋଲି ଜାଣିଛନ୍ତି |

{"id":327810,"sizeSlug":"large"}

ସେ ଅକ୍ଷୟଙ୍କ ବିନମ୍ରତା ସମ୍ପର୍କରେ ମଧ୍ୟ କହିଛନ୍ତି | ଅକ୍ଷୟଙ୍କ ବିନମ୍ରତା ତାଙ୍କ ଆଚରଣ ସ୍ପଷ୍ଟ ବାରିହୁଏ ବୋଲି ସେ କହିଛନ୍ତି |

{"id":327808,"sizeSlug":"large"}

ଶୋ'ର ନୂଆ ପ୍ରମୋ ସାମ୍ନାକୁ ଆସିଛି ଯେଉଁଥିରେ ବିୟର୍ ଗ୍ରିଲ୍ସଙ୍କ ସହିତ ଅକ୍ଷୟ କୁମାର ନିଜ ଦମ ଦେଖାଇଛନ୍ତି | ଏହି ଶୋ' ଦେଖି ଦର୍ଶକ ନିଶ୍ଚୟ ରୋମାଞ୍ଚକ ଅନୁଭବ କରିବେ ଏବଂ ଶୋ' ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ | ଭିଡିଓକୁ ଅକ୍ଷୟ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି | ପ୍ରୋମୋରେ ଉଭୟ ଭୟଙ୍କର ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.