Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ : ଇମୋସନାଲ୍ ପୋଷ୍ଟ କଲେ ଅଭିନେତା

8/09/2021 at 11:31 AM

ମୁମ୍ବାଇ ୦୮/୦୯ : ବଲିଉଡର ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇ ସ୍ଥିତ ହୀରାନନ୍ଦାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ଏନେଇ ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ପ୍ରକାଶ କରି କହିଛନ୍ତି। ଅକ୍ଷୟ ଗତ କିଛି ଦିନ ଧରି ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ ଅସୁସ୍ଥତା ହେତୁ ସେ ଲଣ୍ଡନରୁ ମୁମ୍ବାଇକୁ ଫେରି ଆସିଥିଲେ।

ଏବେ ଅକ୍ଷୟ ନିଜ ସୋସିଆଲ ମିଡିଆ ଏକ ପୋଷ୍ଟରେ ସେୟାର କରି ଲେଖିଛନ୍ତି, କି ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। କିନ୍ତୁ ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଛାଡି ଅଲବିଦା କହିଛନ୍ତି । ଏହା ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଛୁ । ଏହି ସମୟରେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।

   Related Posts