ଅକ୍ଷୟ କୁମାରଙ୍କ ମା' ଅରୁଣା ଭାଟିଆ ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | September 06, 2021 IST

ମୁମ୍ବାଇ ୦୬/୦୯ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା' ଅରୁଣା ଭାଟିଆଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅକ୍ଷୟ କୁମାରଙ୍କୁ ଏ ସମ୍ପର୍କରେ ସୂଚନା ମିଳିବା କ୍ଷଣି ସେ ଲଣ୍ଡନରୁ ଭାରତ ଫେରି ଆସିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାରଙ୍କ ମା' ମୁମ୍ବାଇ ସ୍ଥିତ ହିରାନନ୍ଦାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତେବେ ଆଇସିୟୁରେ ଭର୍ତ୍ତି ହେବାର କାରଣ କଣ ତାହା ଏଯାଏଁ ଜଣାପଡିନାହିଁ। ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗତ କିଛି ଦିନ ହେଲା ଭଲ ନଥିଲା ବୋଲି କୁହାଯାଉଛି। ଅକ୍ଷୟ କୁମାର ମା'ଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପରେ ତୁରନ୍ତ ଲଣ୍ଡନରୁ ଫେରି ଆସିଛନ୍ତି।

ଅକ୍ଷୟ କୁମାର ଫିଲ୍ମ ଶୁଟିଂ ଛାଡି ଫେରି ଆସିଛନ୍ତି। କିନ୍ତୁ ସେ ନିଜ ପ୍ରଯୋଜକଙ୍କୁ କହିଛନ୍ତି ଯେ ସେ ସେହି ସିନଗୁଡିକର ଶୁଟିଂ ଜାରି ରଖନ୍ତୁ ଯେଉଁଠି ଅଭିନେତାଙ୍କ ଉପସ୍ଥିତି ଜରୁରୀ ନୁହେଁ। ସେ କହିଛନ୍ତି ଯେ କାମ ଜାରି ରହିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.