Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ କଲେ ଅଭିନେତା ଅକ୍ଷୟ କୁମାର: ଫିଲ୍ମ ସିଟି ସମ୍ପର୍କରେ ହେଲା ଆଲୋଚନା

2/12/2020 at 12:03 PM

ଲକ୍ଷ୍ନୌ ୦୨/୧୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଦିନ ମୁମ୍ବାଇ ସ୍ଥିତ ବମ୍ବେ ସ୍ଟକ ଏକ୍ସଚେଞ୍ଜରେ ଲକ୍ଷ୍ନୌ ନଗର ନିଗମ ଚୁକ୍ତି ତାଲିକାଵଦ୍ଧ କରିବାକୁ ଥିବା ଅବସର ପାଇଁ ଆୟୋଜନ ହୋଇଥିବା ସମାରୋହରେ ସାମିଲ ହେବେ। ସରକାରୀ ପ୍ରବକ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ମୁମ୍ବାଇରେ ପହଞ୍ଚି ଯାଇଥିଲେ। ସେ ଅଭିନେତା ଅକ୍ଷୟ କୁମାରଙ୍କ ସହ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟରେ ଫିଲ୍ମ ନିର୍ମାଣ ପାଇଁ ଅସୀମ ସମ୍ଭାବନା ରହିଛି ଏବଂ ଦୃଷ୍ଟିଗତ ରାଜ୍ୟ ସରକାର ଫିଲ୍ମ ନୀତି ୨୦୧୮ ମାଧ୍ୟମରେ ଫିଲ୍ମ ନିର୍ମାଣ ଗତିବିଧିକୁ ପ୍ରୋତ୍ସାହନ ଦେଉଛି। ରାଜ୍ୟରେ ଫିଲ୍ମ ସୁଟିଂ ହେଲେ ସ୍ଥାନୀୟ ଲୋକଙ୍କୁ ରୋଜଗାର ଏବଂ ରାଜ୍ୟର କଳାକାରଙ୍କୁ ନିଜ ପ୍ରତିଭା ଦେଖାଇବା ପାଇଁ ମଉକା ମିଳିବ। ଯୋଗୀ କହିଛନ୍ତି ଯେ ଅକ୍ଷୟ କୁମାର ନିଜ କଳାର ସଦୁପଯୋଗ କରି ‘ଟଏଲେଟ ଏକ ପ୍ରେମ କଥା’ ଭଳି ଫିଲ୍ମ ମାଧ୍ୟମରେ ସମାଜକୁ ସନ୍ଦେଶ ଦେଇଛନ୍ତି। ଏହିଭଳି ଫିଲ୍ମ ସମାଜରେ ସଚେତନତା ବୃଦ୍ଧି ପାଇଁ ସହାୟକ ହୋଇଥାଏ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଅକ୍ଷୟ କୁମାର ଫିଲ୍ମ ନିର୍ମାଣ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଖୁବ ପ୍ରଶଂସା କରିଥିଲେ ଏବଂ ଫିଲ୍ମ ସିଟି ସ୍ଥାପନା ନିଷ୍ପତ୍ତିକୁ ନେଇ ଖୁସି ପ୍ରକାଶ କରିଥିଲେ। ଏକ ବୟାନ ଅନୁଯାୟୀ, ଲକ୍ଷ୍ନୌ ନଗର ନିଗମର ୨୦୦ କୋଟି ଚୁକ୍ତିକୁ ତାଲିକାଵଦ୍ଧ କରାଯାଉଛି | ଉତ୍ତର ଭାରତରେ କୌଣସି ନଗର ନିଗମ ଦ୍ୱାରା ଚୁକ୍ତି ଜାରି କରିବାରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟ। ରାଜ୍ୟ ପ୍ରବକ୍ତା କହିଛନ୍ତି ଚୁକ୍ତି ତାଲିକାଵଦ୍ଧ ହେବାପରେ ରାଜ୍ୟରେ ବୁନିୟାଦୀ ସୁବିଧା ପାଇଁ ଅର୍ଥର ଅଭାବ ହେବନାହିଁ।

ଅପରପକ୍ଷରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଏବଂ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଭାରତୀୟ ଜନତା ପାର୍ଟି ସରକାର ସମାରୋହ କରିବାରେ ବୁଡି ରହିଛି ଏବଂ ରାଜ୍ୟରେ କିଛି ବି ବିନିଯୋଗ ହୋଇନାହିଁ। କିନ୍ତୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ଉଦ୍ୟୋଗପତିମାନଙ୍କ ପାଖରେ ଶରଣଂ ଗଚ୍ଛାମି ହେବେ। ଗଣତନ୍ତ୍ର ପାଇଁ ଏହାଠାରୁ ଆଉ ବଡ ଉପହାର କଣ ହୋଇପାରେ। ମଙ୍ଗଳବାର ଦିନ ସମାଜବାଦୀ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେସ ଯାଦବ ଯୋଗୀ ସରକାରଙ୍କୁ ଆକ୍ଷେପ କରି କହିଥିଲେ ଯେ ବିଜେପି ସରକାରଙ୍କ କାର୍ଯ୍ୟକାଳରେ ଏବେ ସୁଦ୍ଧା ରାଜ୍ୟରେ କୌଣସି ବିକାଶଶୀଳ କାର୍ଯ୍ୟ ହୋଇନାହିଁ ଏବଂ ଏହି ସରକାର ସମ୍ପୂର୍ଣ ବିଫଳ। ଜନତା ମଧ୍ୟ ଯୋଗୀ ସରକାରଙ୍କ ଏହିସବୁ କାର୍ଯ୍ୟକଳାପ ସହ ଭଲ ଭାବେ ପରିଚିତ। ଅଖିଳେସ କହିଥିଲେ, କୃଷକ ନିଜ ଅଧିକାର ପାଇଁ ଆନ୍ଦୋଳନ କରୁଛନ୍ତି। ନୂଆ କୃଷକ ଆଇନ ଯୋଗୁଁ ଚାଷୀ ନିଜ ଜମି ଉପରେ ନିଜର ହକ ହରାଇଦେବେ। ଚାଷୀଙ୍କୁ କର୍ପୋରେଟ ଚାଷ ପାଇଁ ବାଧ୍ୟ କରାଯାଉଛି। ବିଜେପି ସରକାର ସେଥିପାଇଁ ଜାଣିଶୁଣି ଏମଏସପି ପ୍ରାବଧାନ ରଖିନାହିଁ। ଯାହାଫଳରେ ଚାଷୀ ନିଜ ଫସଲ ବଡ ବଡ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେବେ।

   Related Posts