Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ରିଲିଜ ହେଲା ‘ଲକ୍ଷ୍ମୀ ବମ୍ବ’ର ପ୍ରଥମ ଝଲକ୍‌, ଚର୍ଚ୍ଚାରେ ଅକ୍ଷୟ କୁମାରଙ୍କ ଲୁକ୍

4/10/2019 at 4:34 PM

ମୁମ୍ବାଇ୪|୧୦: ବଲିଉଡ ଖିଲାଡି ଅକ୍ଷୟ କୁମାର ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରିବାକୁ ପସନ୍ଦ କରିନ୍ତି। ଏଥିପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଅକ୍ଷୟ କୁମାର। ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ ଅକ୍ଟୋବର ମାସ ୨୬ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ତେବେ ଏହି ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ଥିବା ବେଳେ ଫିଲ୍ମ ଲକ୍ଷ୍ମୀ ବମ୍ବକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅକ୍ଷୟ ।

ଫିଲ୍ମ ଲକ୍ଷ୍ମୀ ବମ୍ବରେ ଅକ୍ଷୟ ଜଣେ ମହିଳାଙ୍କ ଭୂମିକାରେ ନଜର ଆସିବେ।ଏହି ଫିଲ୍ମର ପ୍ରଥମେ ଲୁକ୍‌ ସାମ୍ନାକୁ ଆସିଛି । ନିଜ ଲୁକ୍‌କୁ ଟୁଇଟ୍‌ରରେ ସେୟାର କରିଛନ୍ତି ଅକ୍ଷୟ ।ଫଟୋ ସେୟାର କରିବା ସହ ଅକ୍ଷୟ ଏଥିରେ ଟୁଇଟ କରିଛନ୍ତି ଯେ, ନବରାତ୍ରୀ ଭଳି ପବିତ୍ର ଦିନରେ ସେ ନିଜେ ଲକ୍ଷ୍ମୀମାଆଙ୍କ ରୂପରେ ନିଜର ଫଟୋ ସେୟାର କରୁଛନ୍ତି ।

ସେୟାର କରିଥିବା ଫଟୋରେ ଅକ୍ଷୟ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ଏବଂ ମୁଣ୍ଡରେ ସିନ୍ଦୁର ଲଗାଇ ମାଆ ଦୁର୍ଗାଙ୍କ ଆଗରେ ଠିଆ ହୋଇଥିବାର ଦେଖା ଯାଇଛି । ସେ ଏକ ଏମିତି ଚରିତ୍ରରେ ଅଭିନୟ କରିବେ ଯେଉଁଥିପାଇଁ ସେ ବେଶ ଉତ୍ସାହିତ ଅଛନ୍ତି। ଏହା ସହ ତାଙ୍କ ମନରେ ଟିକେ ଡ଼ର ମଧ୍ୟ ରହିଛି । ହେଲେ ଜୀବନରେ କିଛି ଅଲଗା କଲେ ତା’ର ମହତ୍ବ ବେଶ ମୁଲ୍ୟବାନ ହେବ।

   Related Posts