Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଫୋର୍ବସର ହାଇଏଷ୍ଟ ପେଡ ଆକ୍ଟର ଲିଷ୍ଟରେ ସ୍ଥାନ ପାଇଲେ ଅକ୍ଷୟ କୁମାର : ଜାଣନ୍ତୁ ତାଙ୍କ ଆୟ ବିଷୟରେ

12/08/2020 at 11:42 AM

ମୁମ୍ବାଇ ୧/୮: ଫୋର୍ବସର ଟପ୍ ୧୦ ସବୁଠୁ ବେଶୀ ଆୟ ପାଉଥିବା ଅଭିନେତାଙ୍କ ୨୦୨୦ର ତାଲିକା ସାମନାକୁ ଆସିଯାଇଛି। ଖାସ୍ କଥା ହେଉଛି ଏହା ଯେ ଏହି ତାଲିକାରେ ନିଜ ସ୍ଥାନ ସୃଷ୍ଟି କରିଥିବା ଅକ୍ଷୟ କୁମାର ଏକମାତ୍ର ବଲିଉଡ ଅଭିନେତା। ସେ ୪୮.୫ମିଲିୟନ୍ ଡଲାର(୩୬୨କୋଟି) ଆୟ ସହ ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି।

ଏହି ତାଲିକାରେ ସାମିଲ ଅଧିକାଂଶ ଅଭିନେତାଙ୍କ ଇନକମ୍ ପ୍ରଡକ୍ଟସ୍ ଏଣ୍ଡୋର୍ସମେଣ୍ଟ ଯୋଗୁଁ ହୋଇଛି। ସେହିପରି ଏଣ୍ଡୋର୍ସମେଣ୍ଟ ମାମଲାରେ ଅକ୍ଷୟ କୁମାର ପଛରେ ନାହାନ୍ତି। ଅକ୍ଷୟ କୁମାର ବର୍ଷକରେ ଏକାଧିକ ଫିଲ୍ମ କରିବା ପାଇଁ ଜଣା ଯାଆନ୍ତି। ଏବେ ବି ତାଙ୍କର କେତେକ ଫିଲ୍ମ ପାଇପଲାଇନରେ ରହିଛି। ଅକ୍ଷୟ କୁମାର ଏବେ ୟୁକେରେ ବେଲ୍ ବଟମର ସୁଟିଂ କରୁଛନ୍ତି। ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମ୍ବ,ସୂର୍ଯ୍ୟବଂଶୀ,ପୃଥ୍ବୀରାଜ,ଅତରଙ୍ଗୀ ରେ ରିଲିଜ ହେବ।

 ଏବେ ଆସନ୍ତୁ ଜାଣିବା ଫୋର୍ବସର ସବୁଠୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ଟପ୍-୧୦ରେ କେଉଁ କେଉଁ ଅଭିନେତା ସାମିଲ ଅଛନ୍ତି।

ପ୍ରଥମ ନମ୍ବରରେ ଅଛନ୍ତି ଡ୍ବେନ ଜନସନ। ତାଙ୍କୁ ଦ ରକ୍ ଭାବେ ମଧ୍ୟ ଜଣାଯାଏ। ଡ୍ବେନ୍ ୨୦୧୯ ଜୁନ୍ ୧ରୁ ୨୦୨୦ ଜୁନ୍୧ ମଧ୍ୟରେ ୮୭.୫ମିଲିୟନ୍ ଡଲାର ଆୟ କରିଛନ୍ତି।

ହଲିଉଡ ଅଭିନେତା ରିୟାନ ରେନାଲ୍ଡସ୍ ୭୧.୫ମିଲିୟନ ଡଲାରର ଆୟ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି।

ଫୋର୍ବସର ତାଲିକାରେ ତୃତୀୟ ନମ୍ବରରେ ମାର୍କ ହ୍ବାଲବର୍ଗ ୫୮ମିଲିୟନ ଡଲାର ଆୟରେ ଅଛନ୍ତି।

ଚତୁର୍ଥ ନମ୍ବରରେ ଅଭିନେତା,ଡାଇରେକ୍ଟର ବେନ୍ ଆଫଲେକ୍ (୫୫ମିଲିୟନ୍ ଡଲାର),ପଞ୍ଚମ ନମ୍ବରରେ ଭିନ୍ ଡିଜେଲ୍(୫୪ ମିଲିୟନ ଡଲାର),ଷଷ୍ଠ ନମ୍ବରରେ ଅକ୍ଷୟ କୁମାର(୪୮.୫ମିଲିୟନ ଡଲାର),ସପ୍ତମ ନମ୍ବରରେ ଲିନ ମ୍ୟାନୁଏଲ୍ ମିରାଣ୍ଡା(୪୫.୫ମିଲିୟନ ଡଲାର),ଅଷ୍ଟମ ନମ୍ବରରେ ଓ୍ବିଲ୍ ସ୍ମିଥ(୪୪.୫ ମିଲିୟନ ଡଲାର),ନବମ ନମ୍ବରରେ ଆଡାମ ସାଣ୍ଡଲର(୪୧ ମିଲିୟନ ଡଲାର),ଦଶମ ନମ୍ବରରେ ଜ୍ୟାକି ଚ୍ୟାନ(୪୦ମିଲିୟନ ଡଲାର)।

   Related Posts