Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମା’ଙ୍କ ଦେହାନ୍ତର ୨ଦିନ ପରେ କାମ ଆରମ୍ଭ କରିବେ ଖିଲାଡି କୁମାର, ସୁଟିଂ ପାଇଁ ବ୍ରିଟେନ୍ ଯିବେ ଅଭିନେତା

10/09/2021 at 2:21 PM

ମୁମ୍ବାଇ ୧୦/୦୯ : ବଲିଉଡର ‘ଖିଲାଡି’ ଅକ୍ଷୟ କୁମାରଙ୍କ ବର୍ତ୍ତମାନ ଦିନଗୁଡ଼ିକ ଅତି ଦଃଖରେ କଟୁଛି। ଦୁଇ ଦିନ ପୂର୍ବେ ତାଙ୍କ ମା ଅରୁଣା ଭାଟିଆଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଶୁଣି ଅକ୍ଷୟ କୁମାର ତୁରନ୍ତ ସୁଟିଂ ଛାଡି ମୁମ୍ବାଇ ଆସିଥିଲେ। କିନ୍ତୁ ଦୁଃଖର ବିଷୟ ସେ ମାଙ୍କୁ ସୁସ୍ଥ କରି ଘରକୁ ନେଇ ପାରିନଥିଲେ । ମାଙ୍କ ଯିବା ପରେ ବର୍ତ୍ତମାନ ସେ ପୁଣି କାମକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ପାଇଁ ଆଜି ବ୍ରିଟେନ ଯାଉଛନ୍ତି।

ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିର ସବୁଠାରୁ ପରିଶ୍ରମୀ ଅଭିନେତା ଅଟନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ବାଶୁ ଭଗ୍ନାନୀଙ୍କ ଆଗାମୀ ଫିଲ୍ମ ପାଇଁ ସୁଟିଂ କରିବାକୁ ଯାଉଛନ୍ତି। ଲଣ୍ଡନରେ ସେ ନିର୍ଦ୍ଦେଶକ ରଞ୍ଜିତ ତିୱାରୀଙ୍କ ଥ୍ରୀଲର ଫିଲ୍ମ ‘ସିଣ୍ଡ୍ରେଲାର’ର ସୁଟିଂ କରୁଥିଲେ। କିନ୍ତୁ ଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଫେରିବାକୁ ପଡିଥିଲା। ଏବେ ସେ ଫିଲ୍ମର ସୁଟିଂ ପାଇଁ ବ୍ରିଟେନ୍ ଯାଉଛନ୍ତି।

   Related Posts