ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ କୁମାର, ମୋଦିଙ୍କ ରିଲିଫ ପାଣ୍ଠିକୁ ଦେଲେ ୨୫କୋଟି

Published By : Prameya-News7 Bureau | March 28, 2020 IST

ମୁମ୍ବାଇ ୨୮/୩: କରୋନା ଯୋଗୁଁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ଦେଶ ଏ​‌ବେ ସଙ୍କଟରେ ଅଛି। ୨୧ଦିନର ଲକଡାଉନ୍ ଘୋ​‌ଷଣା କରାଯାଇଛି। ଏହା ଯୋଗୁଁ ଲୋକେ ଚିନ୍ତିତ ଅଛନ୍ତି। ଶ୍ରମିକମାନେ ଖାଇବାକୁ ନପାଇ ବେସାହାରା ହୋଇଯାଇଛନ୍ତି। ଏପରି ପରିସ୍ଥିତିରେ ବଲିଉଡ ଷ୍ଟାରମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଅଭିନେତା ଅକ୍ଷୟ କୁମାର ଏକ ମହତ କାର୍ଯ୍ୟ କରିଛନ୍ତି। ଜନହିତ ଲାଗି ଦେଇଛନ୍ତି ଏକ ବଡ ଯୋଗଦାନ।

wp:core-embed/twitter {"url":"https://twitter.com/akshaykumar/status/1243867585294131201","type":"rich","providerNameSlug":"twitter","className":""}
https://twitter.com/akshaykumar/status/1243867585294131201
/wp:core-embed/twitter

ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ଅକ୍ଷୟ କୁମାର ଦେଇଛନ୍ତି ୨୫କୋଟି ଟଙ୍କା। ଏ ନେଇ ଅକ୍ଷୟକୁମାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ ବି କରିଛନ୍ତି- 'ଏବେ ଲୋକଙ୍କ ଜୀବନ ଆମର ପ୍ରାଥମିକତା'। ଆମକୁ ଆମ ସାମର୍ଥ୍ୟ ହିସାବରେ ତାଙ୍କ ପାଇଁ ସବୁ କିଛି କରିବା ଉଚିତ୍। ମୁଁ ୨୫କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଦେବାକୁ ଘୋଷଣା କରୁଛି। ’

ଅକ୍ଷୟଙ୍କ ଏହି ନିଷ୍ପତ୍ତି ଫ୍ୟାନ୍ସଙ୍କ ହୃଦୟ କିଣିଛି। ସେ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ସମସ୍ତଙ୍କୁ ସଚେତନ କରିଛନ୍ତି। ଏବେ ଅକ୍ଷୟଙ୍କ ଏହି ଅବଦାନ କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.