Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କରୋନା ବେଳେ ପୁଣି ସାହାଯ୍ୟର ହାତ ବଢ଼ାଇଲେ ଅକ୍ଷୟ କୁମାର : ଜାଣନ୍ତୁ କେତେ ଲକ୍ଷ ଟଙ୍କା ଦାନ କଲେ ଫିଲ୍ମ ଏବଂ ଟିଭି ଆସୋସିଏସନର ଗରିବ କର୍ମଚାରୀଙ୍କୁ

27/05/2020 at 8:47 PM

ମୁମ୍ବାଇ ୨୭/୫: ଦେଶରେ କରୋନା ଭାଇରସ୍ ଯୁଦ୍ଧରେ ଅକ୍ଷୟ କୁମାର ପିଏମ୍ କେୟର୍ସ ଫଣ୍ଡରେ ୨୫କୋଟି ଟଙ୍କାର ଧନ ରାଶି ଦେଇ କେବଳ ଯେ ସମସ୍ତଙ୍କୁ ଚମକାଇ ଦେଇଥିଲେ,ବରଂ ଏହା ପରେ ଚର୍ଚ୍ଚାରେ ମଧ୍ୟ ରହିଥିଲେ। ଅକ୍ଷୟ କୁମାର ଏହା ପରେ ମଧ୍ୟ ଅଭାବୀ ଲୋକ ଏବଂ ଫ୍ରଣ୍ଟଲାଇନ୍ କର୍ମୀଙ୍କୁ ସାହାଯ୍ୟ ଜାରି ରଖିଥିଲେ।

ଅକ୍ଷୟ କୁମାର ଫିଲ୍ମ ଏବଂ ଟିଭି କଳାକାରଙ୍କ ସଂସ୍ଥା ‘ସିନେ ଆଣ୍ଡ ଟେଲିଭିଜନ୍ ଆର୍ଟିଷ୍ଟସ୍ (ସିଣ୍ଟା) ଆସୋସିଏସନକୁ ୪୫ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ଦେଇଛନ୍ତି।

ଅକ୍ଷୟ କୁମାର ୪୫ଲକ୍ଷ ଟଙ୍କା ଦେଇ ସିଣ୍ଟା ସହ ଜଡ଼ିତ କଳାକାରଙ୍କ ସହାୟତା କରିଛନ୍ତି। ଏହି ଟଙ୍କା ଗତକାଲି ୧୫୦୦କଳାକାରଙ୍କ ବ୍ୟାଙ୍କ ଖାତାରେ ୩୦୦୦-୩୦୦୦ଟଙ୍କା ହିସାବରେ ଟ୍ରାନ୍ସଫର କରିଛନ୍ତି। ସିଣ୍ଟା ନିର୍ମାତା ସାଜିଦ ନାଦିଆଦଓ୍ବାଲାଙ୍କୁ ଆର୍ଥିକ ସମସ୍ୟା ଭୋଗୁଥିବା କଳାକାରଙ୍କ ବିଷୟରେ ସୂଚନା ଦେଇଥିଲେ ଏବଂ ସାଜିଦ ଅକ୍ଷୟ କୁମାରଙ୍କୁ ଏହା ବିଷୟରେ କହିଥିଲେ।

ନିକଟରେ ହ୍ରିତିକ ରୋଶନ୍ ମଧ୍ୟ ସିଣ୍ଟାକୁ ୨୫ଲକ୍ଷ ଟଙ୍କା ଦେଇଥିଲେ। ଅକ୍ଷୟ ଏବଂ ହ୍ରିତିକଙ୍କ ବ୍ୟତୀତ ମଧ୍ୟ ବଳିଉଡ ଏବଂ ଟିଭି ଜଗତର ଅନେକ ଷ୍ଟାର ଆର୍ଥିକ ସମସ୍ୟା ଭୋଗୁଥିବା ସିଣ୍ଟାର ଅଭାବୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି।

   Related Posts