ବୋଲ୍ଡ ଫଟୋ ସୁଟ୍‌ କରି ଚର୍ଚ୍ଚାରେ ନିହାରିକା, ଦେଖନ୍ତୁ ଫଟୋ...

Published By : Prameya-News7 Bureau | October 12, 2021 IST

ନୂଆଦିଲ୍ଲୀ ୧୨/୧୦: ଜାମ୍ମୁ କାଶ୍ମୀରର ପରିବେଶ ବହୁତ ଭଲ ଏବଂ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ପରିଦର୍ଶନ କରିବାକୁ ଆସନ୍ତି। ବର୍ତ୍ତମାନ କାଶ୍ମୀରରେ ସହିଦ ମକବୁଲ ଶେରୱାନୀଙ୍କ ଉପରେ ଏକ ଫିଲ୍ମର ସୁଟିଂ ଚାଲିଛି। ଫିଲ୍ମର ସୁଟିଂ ପାଇଁ ବଲିଉଡ ଅଭିନେତ୍ରୀ ନିହାରିକା ମଧ୍ୟ କାଶ୍ମୀରରେ ଅଛନ୍ତି। ସୁଟିଂ ସମୟରେ ନିହାରିକା ମିଡିଆ ସହିତ ଏକ ବିଶେଷ ବାର୍ତ୍ତାଳାପ କରିଛନ୍ତି। ସେ କାଶ୍ମୀର ଏବଂ ସେଠାରେ ଭଲ ସମୟ ଅତିବାହିତ କରିବା ବିଷୟରେ ସୂଚନା ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

{"width":619,"height":346}
Niharica Raizada career

ସୂଚନା ଅନୁଯାୟୀ,ନିହାରିକା ହେଉଛନ୍ତି ଭାରତର ପ୍ରସିଦ୍ଧ ସଂଗୀତଜ୍ଞ ପି ନାୟାରଙ୍କ ନାତୁଣୀ। ସେ ୟୁରୋପରେ ବଢିଛନ୍ତି। ତାଙ୍କର ମୁଖ୍ୟ ଭାଷା ଫରାସୀ।ନିହାରିକା ୨୦୧୩ ଠାରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ସେତେବେଳେ ସେ ପ୍ରଥମେ ଏକ ବଙ୍ଗୀୟ ଫିଲ୍ମ 'ଦାମଦୋଲ୍'ରେ କାମ କରିଥିଲେ। ବର୍ତ୍ତମାନ ସେ ବଲିଉଡରେ ପାଦ ଦେଇଛନ୍ତି। ସେ ଆମେରିକାରୁ ତାଙ୍କୁ ଆକ୍ଟିଂ କୋର୍ସ କରିଛନ୍ତି।

{"width":620,"height":620}
Niharica Raizada role in sooryavanshi

ନିହାରିକା ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ସୂର୍ଯ୍ୟବଂଶୀ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ରୋହିତ ଶେଟ୍ଟୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ରଣଭୀର ସିଂ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

{"width":619,"height":395}
Wallpaper girl, smile, beautiful, model, brunette, pose, indian, actress,  celebrity, bollywood, jewelery, Niharica raizada images for desktop,  section девушки - download

'ସୂର୍ଯ୍ୟବଂଶୀ' ନିହାରିକାଙ୍କ ଜୀବନର ଏକ ବଡ଼ ପ୍ରଜୋକ୍ଟ। ଏହାପୂର୍ବରୁ ସେ କିଛି ବଡ ମଡେଲିଂ ଶୋ’ର ଅଂଶ ହୋଇଥିଲେ। ତାଙ୍କର ଗ୍ଲାମରସ୍ ଫଟୋସୁଟ୍ ମଧ୍ୟ ଖୁବ୍ ବହୁତ ଚର୍ଚ୍ଚାରେ ରହିଥିଲା। ୨୦୧୦ ମସିହାରେ ମିସ୍ ୟୁକେ ଟାଇଟଲ୍ ବି ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.