Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ବଲିଉଡ ଡ୍ରଗ୍ସ ମାମଲାରେ ମୁହଁ ଖୋଲିବା ଅକ୍ଷୟଙ୍କୁ ପଡ଼ିଲା ମହଙ୍ଗା, ଫିଲ୍କ ‘ଲକ୍ଷ୍ମୀ ବମ୍ବ’କୁ ବଏକଟ୍‌ ପାଇଁ ଉଠିଲା ଦାବି

8/10/2020 at 5:05 PM

ନୂଆଦିଲ୍ଲୀ ୦୮/୧୦: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’କୁ ନେଇ ଖୁବ୍ ଚର୍ଚା ହେଉଥିଲା। ଫିଲ୍ମର ଟିଜର ଠାରୁ ଆରମ୍ଭ କରି ଅକ୍ଷୟଙ୍କ ଲୁକ୍ ପର୍ଯ୍ୟନ୍ତ ସବୁକିଛିକୁ ଲୋକେ ପସନ୍ଦ କରୁଥିଲେ। ତେବେ ଫିଲ୍ମ ରିଲିଜ ପାଇଁ ମାସେ ସମୟ ବାକି ଥିବା ବେଳେ ଅକ୍ଷୟ ଏବେ ସମସ୍ୟାରେ ପଡ଼ିଯାଇଛନ୍ତି। ଏ ଫିଲ୍ମକୁ ଏବେ ବଏକଟ୍ କରିବା ନେଇ ଦାବି କରାଯାଉଛି। ଅକ୍ଷୟଙ୍କ ଉପରେ ଲୋକେ ଏବେ କ୍ରୋଧ ବ୍ୟକ୍ତ କରୁଛନ୍ତି।

ତେବେ ଏବେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ଟ୍ରେଣ୍ଡ କରୁଛି। ତେବେ କୌଣସି ଭଲ କାରଣ ପାଇଁ ଏହା ଟ୍ରେଣ୍ଡ କରୁ ନାହିଁ। କିଛି ଦିନ ତଳେ ଅକ୍ଷୟ କୁମାର ଏକ ଭିଡ଼ିଓ ସେୟାର କରିଥିଲେ। ସେଥିରେ ସେ ଡ୍ରଗ୍ସ ମାମଲାରେ ପ୍ରତିକ୍ରିୟା ରଖି ପୂରା ଇଣ୍ଡଷ୍ଟ୍ରି ଉପରେ ଏହାକୁ ନେଇ ଟାର୍ଗେଟ କରିବା ଭୁଲ ବୋଲି ସେ କହିଥିଲେ। ସମସ୍ତେ ଡ୍ରଗ୍ସ ନିଅନ୍ତି ନାହିଁ। ସମସ୍ତେ ଭୁଲ କାମ କରି ନ ଥାନ୍ତି କହିଥିଲେ ଅକ୍ଷୟ। ତାଙ୍କର ସେହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହା ସହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ମଧ୍ୟ ସେ ଦୁଃଖ ଜାହିର କରିଥିଲେ। ମାତ୍ର ତାଙ୍କର ଏ ଭିଡ଼ିଓକୁ ଲୋକେ ପସନ୍ଦ କରି ନାହାନ୍ତି ବରଂ ଉତ୍ତେଜିତ ହୋଇଛନ୍ତି। ଲୋକଙ୍କ ମତରେ ସେ କବେଳ ବଲିଉଡକୁ ବଞ୍ଚାଇବାକୁ ଚେଷ୍ଟା କରୁ ନାହାନ୍ତି ବରଂ ଭୁଲକୁ ପ୍ରଶୟ ଦେଉଛନ୍ତି।

ସୂଚନାଯୋଗ୍ୟ ଏହା ପୂର୍ବରୁ ଆଲିଆଙ୍କ ଅଭିନୀତ ଫିଲ୍ମ ‘ସଡକ-୨’କୁ ମଧ୍ୟ ଲୋକେ ନାପସନ୍ଦ କରିଥିଲେ। ଏପରିକି ବଏକଟ ପାଇଁ ଦାବି କରିଥିଲେ। ଏବେ ଅକ୍ଷୟଙ୍କ ଫିଲ୍ମକୁ ବଏକଟ କରିବା ମହଙ୍ଗା ହୋଇପାରେ କାରଣ ଏହା ଫିଲ୍ମ ବ୍ୟବସାୟ ଉପରେ କ୍ଷତି ପହଞ୍ଚାଇବ।

   Related Posts