Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଖିଲାଡୀ ଷ୍ଟାର ଅକ୍ଷୟଙ୍କ ମହାନତା: ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦାନ କଲେ ୧ କୋଟି

25/04/2021 at 2:26 PM

ନୂଆଦିଲ୍ଲୀ ୨୫/୪: ସମଗ୍ର ଦେଶରେ ମହାମାରୀ ପାଇଁ ହାହାକାର ପରିସ୍ଥିତି । ପ୍ରତିଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଚେନ୍ ବ୍ରେକ୍ କରିବାକୁ ସରକାରଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ ପାଲଟିଛି । ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ବି କରାଯାଇଛି । ତେବେ ମହାମାରୀ ଭଳି ବିପଦ ସମୟରେ କିଛି ଲୋକ ସହାୟତାର ହାତ ହଢାଉଛନ୍ତି । ଯେମିତିକି ଆକ୍ସନ ଷ୍ଟାର ଅକ୍ଷୟ କୁମାର ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସହାୟତା ହାତ ବଢାଇଛନ୍ତି । ତେବେ ଏଥର କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀରଙ୍କ ସଂଗଠନକୁ ୧ କୋଟିର ସହାୟତା ପ୍ରଦାନ କରିଛନ୍ତି ।

ଗୌତମ ଗମ୍ଭୀରଙ୍କ ନିଜେ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି । ଏହାସହ ସହ ଖିଲାଡୀ ଷ୍ଟାରଙ୍କୁ ସାହାଯ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ ବି ଦେଇଛନ୍ତି । ଟ୍ୱିଟରରେ ଗମ୍ଭୀର ଲେଖିଛନ୍ତି, ‘ଏହି ସମୟରେ ପ୍ରତିଟି ସାହାଯ୍ୟ ଆଶାର କିରଣ । ଏହି ଅର୍ଥରେ ଅଭାବୀ ଲୋକମାନଙ୍କ ପାଇଁ ଖାଦ୍ୟ, ଅମ୍ଳଜାନ ଏବଂ ଔଷଧ ବ୍ୟବସ୍ଥା କରାଯିବ ।

ସେପଟେ ଗୌତିଙ୍କ ଟ୍ୱିଟର ଜବାବ ଦେଇଛନ୍ତି ଅକ୍ଷୟ କୁମାର । ଅକ୍କି ଲେଖିଛନ୍ତି, ‘ଏହା ପ୍ରକୃତରେ କଷ୍ଟକର ସମୟ । ମୁଁ ଖୁସି ଯେ ମୁଁ ସାହାଯ୍ୟ କରିପାରୁଛି । ଆଶାକରେ ଆମେ ଏଭଳି ଘଡିସନ୍ଧି ମୂହୂର୍ତ୍ତରୁ ଯଥା ଶୀଘ୍ର ସମୟରୁ ବାହାରି ଆସିବା । ସମସ୍ତେ ସତର୍କତା ମାନନ୍ତୁ, ସୁରକ୍ଷିତ ରୁହନ୍ତୁ । କିଛିଦିନ ତଳେ ଅକ୍ଷୟ ମଧ୍ୟ ଭୂତାଣୁର ଶିକାର ହୋଇଥିଲ ।

   Related Posts