Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ମୁମ୍ବାଇର କରୋନା ଯୋଦ୍ଧାଙ୍କୁ ଅକ୍ଷୟଙ୍କ ସହାୟତା : ଜାଣନ୍ତୁ ମୁମ୍ବାଇ ପୋଲିସ୍ ଫାଉଣ୍ଡେସନକୁ ଦାନ କଲେ କେତେ କୋଟି ଟଙ୍କା

28/04/2020 at 8:06 PM

ମୁମ୍ବାଇ ୨୮/୪: କରୋନା ଭାଇରସ୍ ଯୁଦ୍ଧରେ ଦେଶର ସହଯୋଗ କରି ବଲିଉଡ ଅଭିନେତା ଅକ୍ଷୟ କୁମାର ମୁମ୍ବାଇ ପୋଲିସ୍ ଫାଉଣ୍ଡେସନକୁ ଦୁଇ କୋଟି ଟଙ୍କା ଦାନ କରିଛନ୍ତି। ମୁମ୍ବାଇ ପୋଲିସ୍ କମିଶନର ଟ୍ବିଟ୍ କରି ଅକ୍ଷୟ କୁମାରଙ୍କୁ ତାଙ୍କ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। କମିଶନର ଲେଖିଛନ୍ତି ଯେ ମୁମ୍ବାଇ ପୋଲିସ୍ ଫାଉଣ୍ଡେସନରେ ୨କୋଟି ଟଙ୍କାର ସହଯୋଗ ପାଇଁ ମୁମ୍ବାଇ ପୋଲିସ୍ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି। ଅକ୍ଷୟଙ୍କ ସହଯୋଗ ସହରର ସୁରକ୍ଷା ପାଇଁ ପ୍ରତିବଦ୍ଧ ମହିଳା ଏବଂ ପୁରୁଷ ପୋଲିସ୍ କର୍ମଚାରୀଙ୍କ ଜୀବନରେ ସହାୟକ ସାବ୍ୟସ୍ତ ହେବ।

ଟ୍ବିଟର ଜବାବରେ ୫୨ବର୍ଷ ବୟସ୍କ ଅଭିନେତା ଅକ୍ଷୟ କୁମାର କୋଭିଡ-୧୯ରେ ସଂକ୍ରମିତ ହୋଇ ନିଜ ଜୀବନ ହରାଇଥିବା ହେଡ କନେଷ୍ଟବଲ୍ ଚନ୍ଦ୍ରକାନ୍ତ ପେଣ୍ଡୁରକର ଏବଂ ସନ୍ଦୀପ ସୁର୍ବେଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ଏବଂ ନିଜ ପ୍ରଶଂସକଙ୍କୁ ଫାଉଣ୍ଡେସନରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ। ସେ ଟ୍ବିଟ୍ କରିଥିଲେ,‘ ସେ ମୁମ୍ବାଇ ପୋଲିସର ହେଡ କନେଷ୍ଟବଲ୍ ଚନ୍ଦ୍ରକାନ୍ତ ପେଣ୍ଡୁରକର ଏବଂ ସନ୍ଦୀପ ସୁର୍ବେଙ୍କୁ ସଲାମ କରୁଛନ୍ତି ଯେଉଁମାନେ କରୋନା ସହ ଲଢ଼ି ନିଜ ଜୀବନର ବଳିଦାନ ଦେଇଥିଲେ। ସେ ନିଜ କାମ କରିଛନ୍ତି,ଏବେ ଆଶା କରୁଛନ୍ତି ଯେ ଆପଣମାନେ ବି କରିବେ। ଆମକୁ ଭୁଲିବା କଥା ନୁହେଁ ଯେ ତାଙ୍କ ଯୋଗୁଁ ଆମେ ସୁରକ୍ଷିତ ଏବଂ ବଞ୍ଚିଛୁ।

ଏହା ପୂର୍ବରୁ ଅକ୍ଷୟ କୁମାର ମହାମାରୀ ବିରୋଧରେ ଯୁଦ୍ଧରେ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ,ମାସ୍କ ଏବଂ ରାପିଡ ଟେଷ୍ଟିଂ କିଟ୍ ପ୍ରସ୍ତୁତି ପାଇଁ ବିଏମସିକୁ ୩କୋଟି ଟଙ୍କା ଦେଇଥିଲେ।

   Related Posts