Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଅକ୍ଷୟ କୁମାରଙ୍କ ମାନହାନି ମାମଲାରେ ୫୦୦ କୋଟି ଦେବାକୁ ମନାକଲେ ୟୁଟ୍ୟୁବର୍: ମାମଲା ପ୍ରତ୍ୟାହାର ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ୍

21/11/2020 at 5:45 PM

ମୁମ୍ବାଇ ୨୧/୧୧ : ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ୟୁଟ୍ୟୁବର ରଶିଦ ସିଦ୍ଦିକିଙ୍କ ବିରୋଧରେ ଅକ୍ଷୟ କୁମାର ୫୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇଥିଲେ। ସିଦ୍ଦିକି ଏହି ମାନହାନି ନୋଟିସକୁ ବିରୋଧ କରିଛନ୍ତି। ଅକ୍ଷୟ କୁମାରର ୫୦୦ କୋଟି ଟଙ୍କାର ମାନହାନି କେସକୁ ସିଦ୍ଦିକି ଅନୁଚିତ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଭିଡିଓରେ ମାନହାନି ଭଳି କିଛି ନଥିଲା। ନୋଟିସ ଫେରାଇନେବାକୁ ସେ ଅକ୍ଷୟ କୁମାରଙ୍କୁ ଅନୁରୋଧ କରିଛନ୍ତି। କେସ୍ ଫେରାଇ ନନେଲେ ଅକ୍ଷୟ କୁମାରଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଅକ୍ଷୟ କୁମାର ନଭେମ୍ବର ୧୭ ତାରିଖରେ ସିଦ୍ଦିକିଙ୍କ ବିରୋଧରେ ମାନହାନି ନୋଟିସ ପଠାଇଥିଲେ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମିଛ ଓ ନିରାଧାରା ଖବର ୟୁଟ୍ୟୁବରେ ପକାଇଥିବା ଅଭିଯୋଗରେ ଅକ୍ଷୟ କୁମାର ସିଦ୍ଦିକିଙ୍କ ଉପରେ ୫୦୦ କୋଟି ଟଙ୍କାର କ୍ଷତିପୂର୍ଣ ଦାବି କରିଥିଲେ। ଅକ୍ଷୟ କୁମାର ‘ଲ ଫର୍ମ ଆଇ ସି ଲିଗାଲ’ ଜରିଆରେ ନୋଟିସ ପଠାଇ କହିଥିଲେ ଯେ, ରଶିଦ ସିଦ୍ଦିକି ନିଜ ୟୁଟ୍ୟୁବ ଚାନେଲ ଏଫଏଫ ଚାନେଲରେ ତାଙ୍କ ବିରୋଧରେ ଅନେକ ମାନହାନିକାରକ ଓ ଅପମାନଜନକ ଭିଡିଓ ପୋଷ୍ଟ ପକାଇଛନ୍ତି। ତା ଛଡା ରିୟା ଚକ୍ରବର୍ତୀଙ୍କୁ କାନାଡ଼ା ଯିବା ପାଇଁ ମଧ୍ୟ ସହଯୋଗ କରିଥିବା କହିଥିଲେ।

ସିଦ୍ଦିକି ନିଜ ଓକିଲ ଜେ.ପି.ଜୈସବାଲଙ୍କ ଜରିଆରେ ଶୁକ୍ରବାର ଦିନ ଅକ୍ଷୟଙ୍କ ନୋଟିସର ଜବାବ ଦେଇ କହିଛନ୍ତି ଯେ, ଅକ୍ଷୟ କୁମାର ଲଗାଇଥିବା ସମସ୍ତ ଅଭିଯୋଗ ମିଛ ଏବଂ ଭିତ୍ତିହୀନ। ତାଙ୍କୁ ହଇରାଣ କରିବା ଇରାଦାରେ ଏହିଭଳି ନୋଟିସ ପଠାଯାଇଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିଦ୍ଦିକିଙ୍କ ସମେତ ଅନ୍ୟ ସାମ୍ବାଦିକମାନେ ମଧ୍ୟ ଖବର ପ୍ରସାରଣ କରିଥିଲେ, କାରଣ ଅନେକ ପ୍ରଭାବଶାଳୀ ଲୋକଙ୍କ ନାଁ ଏହି ମାମଲା ସହ ଜଡିତ ଥିଲା ଏବଂ ଅନ୍ୟ ଗଣମାଧ୍ୟମ ଚାନେଲ ସଠିକ ସୂଚନା ଦେଉନଥିଲେ।

ନିଜ ଜଵାବରେ ସିଦ୍ଦିକି କହିଛନ୍ତି ଯେ ଅଭିବ୍ୟକ୍ତିଙ୍କ ସ୍ୱାଧୀନତା ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର। ଜବାବରେ କୁହାଯାଇଛି ଯେ ସିଦ୍ଦିକି ଜାରି କରିଥିବା ଭିଡିଓ ମାନହାନୀକାରକ ନୁହେଁ। ସିଦ୍ଦିକି ଦେଖିଥିବା ଖବର ସାର୍ବଜନିକ ସ୍ଥରରେ ରହିଛି ଏବଂ ସେ ଅନ୍ୟ ସମାଚାର ଚାନେଲକୁ ସ୍ରୋତ ଭାବରେ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି ଭିଡିଓ ଅଗଷ୍ଟରେ ଅପଲୋଡ଼ ହୋଇଥିଲା। ତେବେ ମାନହାନି ନୋଟିସ ନଭେମ୍ବରରେ କାହିଁକି ପଠାଯାଇଛି ବୋଲି ପ୍ରଶ୍ନ କରିଛନ୍ତି।

ମାମଲା ଫେରାଇ ନେବାକୁ ସିଦ୍ଦିକି ଅକ୍ଷୟ କୁମାରଙ୍କୁ ଅନୁରୋଧ କରିଛନ୍ତି। ମାମଲା ଫେରାଇ ନନେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଧମକ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମୁମ୍ବାଇ ପୋଲିସ ମଧ୍ୟ ମହାରାଷ୍ଟ୍ର ସରକାର ଓ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ବିରୋଧରେ ମାନହାନୀକାରକ, ଲୋକଙ୍କୁ ପଥଭ୍ରଷ୍ଟ କରିବା ଏବଂ ଜାଣୁଁସୁଣୀ ଅପମାନ ସମ୍ବନ୍ଧରେ ବିଭିନ୍ନ ପୋଷ୍ଟକୁ ନେଇ ସିଦ୍ଦିକି ବିରୋଧରେ ପ୍ରାଥମିକ ରିପୋର୍ଟ ରୁଜ୍ଜୁ କରିଥିଲା। ମୁମ୍ବାଇର ଏକ ଅଦାଲତ ନଭେମ୍ବର ୩ ତାରିଖରେ ସିଦ୍ଦିକିଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ ଓ ଯାଂଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

   Related Posts