ବଲିଉଡ୍ ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୁରା କଲେ ଅକ୍ଷୟ କୁମାର: କହିଲେ, 'ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ସହଜ କିନ୍ତୁ ନିଜ ସ୍ଥିତି ବଜାୟ ରଖିବା କଠିନ'

Published By : Prameya-News7 Bureau | January 30, 2021 IST

ମୁମ୍ବାଇ ୩୦/୦୧ : ଅଭିନେତା ଅକ୍ଷୟ କୁମାର ବଲିଉଡରେ ୩୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ଅକ୍ଷୟ କହିଛନ୍ତି ବଲିଉଡରେ ତାଙ୍କ ଯାତ୍ରା ବହୁତ ଭଲ ଥିଲା। ଫିଲ୍ମ ଜଗତରେ ଏଣ୍ଟ୍ରିରୁ ଆରମ୍ଭ କରି ଇଣ୍ଡଷ୍ଟ୍ରିରେ ସଂଘର୍ଷ ଓ ନ୍ୟାସନାଲ୍ ଆୱାର୍ଡ ବିଜେତା ପର୍ଯ୍ୟନ୍ତ ନିଜର ଅଭିଜ୍ଞତା ସେୟାର କରିଛନ୍ତି ଅକ୍ଷୟ କୁମାର। ସେ କହିଛନ୍ତି, ଇଣ୍ଡଷ୍ଟ୍ରିରେ ପ୍ରବେଶ ମୁସ୍କିଲ ଥିଲା। କିନ୍ତୁ ଇଣ୍ଡଷ୍ଟ୍ରିରେ ଲଗାତାର ଦୃଢ ଭାବେ ରହିବା ତୁଳନାରେ ଏଣ୍ଟ୍ରି ସହଜ। ଫିଲ୍ମ ଜଗତରେ ଲଗାତାର ନିଜ ସ୍ଥିତି ବଜାୟ ରଖିବା ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି।

{"id":401085,"sizeSlug":"large","linkDestination":"none"}

ଏକ ସମାଚାର ଏଜେନ୍ସି ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, "ବଲିଉଡରେ ନିଜ ସ୍ଥିତ ବଜାୟ ରଖିବା, ସାଷ୍ଟଙ୍କ ସହ ତାଳମେଳ ରଖିବା ସହଜ କଥା ନୁହେଁ। କାମ ମିଳିବା ମୁସ୍କିଲ କିନ୍ତୁ ଥରେ କାମ ମିଳିବ ପରେ ଲଗାତାର ନିଜ ସ୍ଥିତି ବଜାୟ ରଖିବା ଅଲଗା ପ୍ରକାର ସଂଘର୍ଷ, ପ୍ରତି ପଦକ୍ଷେପରେ ଯୁଦ୍ଧ କରିବାକୁ ପଡିଥାଏ। ସେ କହିଛନ୍ତି, "ଇଣ୍ଡଷ୍ଟ୍ରିରେ ଏତେ ବର୍ଷ ବିତିଗଲାଣି ତଥାପି ମୁଁ ମୋ ପିତାଙ୍କ ଉପଦେଶ ପାଳନ କରୁଛି। ଥରେ ମୋ ପିତା ଉପଦେଶ ଦେଇଥିଲେ ଯେ କଠିନ ପରିଶ୍ରମ କରିଚାଲ, ଚିନ୍ତା କରନି, ସବୁ କିଛି ଆପେ ଆପେ ଠିକ ହୋଇଯିବ।"

{"id":401088,"sizeSlug":"large","linkDestination":"none"}

ଫିଲ୍ମ ଇଣ୍ଡଷ୍ଟ୍ରିର ଖିଲାଡୀ ଭାବେ ଜଣାଶୁଣା ଅକ୍ଷୟ କୁମାର ଆକ୍ସନ, ଡ୍ରାମା, ରୋମାଣ୍ଟିକ, କମେଡିରୁ ଆରମ୍ଭ କରି ଦେଶଭକ୍ତି ଫିଲ୍ମରେ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସବୁ ପ୍ରକାର ଅଭିନୟକୁ ଦର୍ଶକ ପସନ୍ଦ କରିଛନ୍ତି ଓ ପ୍ରଶଂସା ମଧ୍ୟ କରିଛନ୍ତି। ୩୦ ବର୍ଷର ଫିଲ୍ମ କ୍ୟାରିଅରରେ ଅକ୍ଷୟ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ କେବେ ହାର ମାନିନାହାନ୍ତି। ବରଂ ଧୁଧ ଭାବେ ସଂଘର୍ଷ ଜାରି ରଖିଛନ୍ତି ଓ ହିଟ ଫିଲ୍ମ ଦେଉଛନ୍ତି।

{"id":401086,"sizeSlug":"large","linkDestination":"none"}

ଜଣେ ଅଭିନେତା ଭାବେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ବି ସହଜ ନଥିଲା। କିନ୍ତୁ ସମୟ ସହ ତାଳ ଦେଇ ସେ ନିଜକୁ ସେ ହିସାବରେ ଗଢି ତୋଳିଥିଲେ। ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଅଭିନେତା ଇଣ୍ଡଷ୍ଟ୍ରିରେ ବହୁତ କମ ଅଛନ୍ତି। ଅକ୍ଷୟ କୁମାର ମଧ୍ୟ ବଲିଉଡରେ ଅନେକ ବିପଦଜନକ ଷ୍ଟଣ୍ଟ କରିଛନ୍ତି। ସେ ଟିଭି ରିଆଲିଟି ଶୋ' 'ଖତରୋଁ କେ ଖିଲାଡୀ'ରେ ବି କାମ କରିଛନ୍ତି। ସଫଳ କ୍ୟାରିଅର ସହ ମହାନ କଳାକାର ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କିଲ ଖାନ୍ନାଙ୍କୁ ବିବାହ କରି ସୁଖରେ ପାରିବାରିକ ଜୀବନ ବିତାଉଛନ୍ତି ଅକ୍ଷୟ କୁମାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.