Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଏବେ ଏହି ଅଭିନେତ୍ରୀ ବୁଝିଲେ ଅକ୍ଷୟଙ୍କ ମନକଥା,ଟେନସନ ପରେ କହିଲେ ଏମିତି

2/07/2020 at 11:43 AM

ମୁମ୍ବାଇ ୨/୭: ଅକ୍ଷୟ କୁମାରଙ୍କ କୋ-ଷ୍ଟାର ଥିବା ଶାନ୍ତିପ୍ରିୟା ଏକ ସାକ୍ଷାତକାରରେ ନିଜ ଡାର୍କ ସ୍କିନ୍ ଟୋନକୁ ନେଇ ସହିଥିବା ରିଜେକ୍ସନ୍ ବିଷୟରେ କହିଛନ୍ତି। ଶାନ୍ତିପ୍ରିୟା ଏକ ଘଟଣାକୁ ମନେ ପକାଇ କହିଛନ୍ତି ଯେ ଅକ୍ଷୟ କୁମାର ତାଙ୍କ ଡାର୍କ ସ୍କିନକୁ ନେଇ ମଜାରେ କମେଣ୍ଟ କରିଥିଲେ।

ଶାନ୍ତିପ୍ରିୟା ଲେଖିଛନ୍ତି-‘ ସେ ଗୋଟିଏ ଜିନିଷ କ୍ଲିୟର କରି ଦେବାକୁ ଚାହୁଁଛନ୍ତି। ଅକ୍ଷୟ ସେହି ସବୁ କମେଣ୍ଟ ମଜାରେ କରିଥିଲେ। ତାଙ୍କର ସେହି ସମସ୍ତ କମେଣ୍ଟ୍ ଅନେକ ଦିନ ଯାଏଁ ତାଙ୍କ ମନରେ ଚାଲିଥିଲା। ତାଙ୍କୁ ଭରସା ରହିଛି ଯେ ଅକ୍ଷୟ ତାଙ୍କୁ ଦୁଃଖୀ କରିବାକୁ ଚାହୁଁନଥିଲେ କି ତାଙ୍କ ଉଦ୍ଦେଶ୍ୟ ତାଙ୍କୁ ହଇରାଣ କରିବା ନଥିଲା। ସେ ତାଙ୍କର ସମସ୍ତ କାମର ପ୍ରଶଂସା କରୁଛନ୍ତି। ଏହା ସହିତ ସେ ଅକ୍ଷୟଙ୍କୁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛନ୍ତି।

ଶାନ୍ତିପ୍ରିୟା ଏକ ସାକ୍ଷାତକାରରେ କହିଥିଲେ- ଫିଲ୍ମ ‘ଇକ୍କେ ପେ ଇକ୍କା’ର ସେଟରେ ସେ ଯେତେବେଳେ ସର୍ଟ ଡ୍ରେସ୍ ପିନ୍ଧୁଥିଲେ ସେତେବେଳେ ଅକ୍ଷୟ କୁମାର ତାଙ୍କ ଆଣ୍ଠୁର ଥଟ୍ଟା କରୁଥିଲେ। ସେ ତାଙ୍କ ଆଣ୍ଟୁ ଅଧିକ କଳା ହେବା ଯୋଗୁଁ ମଜା କରୁଥିଲେ।

ଶାନ୍ତିପ୍ରିୟା ଏବଂ ଅକ୍ଷୟ କୁମାର ଏକାଠି ଫିଲ୍ମ ‘ସୌଗନ୍ଧ’ରେ ମଧ୍ୟ କାମ କରିଛନ୍ତି। ଉଭୟଙ୍କ ଅନସ୍କ୍ରିନ୍ ଯୋଡ଼ି ପ୍ରଶଂସକଙ୍କୁ ଖୁବ୍ ଇମ୍ପେସ୍ କରିଥିଲା। ଶାନ୍ତିପ୍ରିୟା ତେଲୁଗୁ,ତାମିଲ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି।

ଶାନ୍ତିପ୍ରିୟା ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୌଗନ୍ଧ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ସେ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଫିଲ୍ମ ‘ମେରେ ସାଜନା ସାଥ ଲିଭାନା’,‘ଫୁଲ୍ ଔର ଅଙ୍ଗାର’,‘ମେହରବାନ’ରେ କାମ କରି ସାରିଛନ୍ତି।

ଶାନ୍ତିପ୍ରିୟା,ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହଙ୍କ ସହ ଫିଲ୍ମ ହାମିଲଟନ୍ ହାଉସରେ ମଧ୍ୟ କାମ କରିଛନ୍ତି। ଏହି ଫିଲ୍ମ ଫ୍ଲପ୍ ଥିଲା।

ଶାନ୍ତିପ୍ରିୟା ଟିଭି ଶୋ ରେ ମଧ୍ୟ ନଜର ଆସିଛନ୍ତି। ସେ ବିଶ୍ବମିତ୍ରା,ଆର୍ଯ୍ୟମନ-ଭାରତ କା ଯୋଦ୍ଧା,ମାତା କି ଚୌକି-କଲୟୁଗ ମେଁ ଭକ୍ତି କି ଶକ୍ତି ଏବଂ ଦ୍ବାରକାଧୀଶ ଭଗବାନ ଶ୍ରୀ କୃଷ୍ଣାରେ ମଧ୍ୟ କାମ କରିଛନ୍ତି।


   Related Posts