ମୁମ୍ବାଇ ୧୫/୦୧ : ଭାରତୀୟ ସେନା ଶୁକ୍ରବାର ଦିନ ୭୩ ତମ ସେନା ଦିବସ ପାଳନ କରିଛି। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମଧ୍ୟ ସେନା ଦିବସ ପାଳନ କରିଛନ୍ତି। ଅକ୍ଷୟ କୁମାର ସେନାର ଯବାନଙ୍କ ସହ ସମୟ ବିତାଇ ସେନା ଦିବସ ପାଳନ କରିଛନ୍ତି। ଅକ୍ଷୟ କୁମାର ଯବାନଙ୍କ ସହ ଭଲିବଲ ମଧ୍ୟ ଖେଳିଛନ୍ତି।
ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଅକ୍ଷୟ କୁମାରଙ୍କ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ଲୋକେ ଏହାକୁ ବହୁତ ପସନ୍ଦ କରିଛନ୍ତି। ଭିଡିଓକୁ ଏବେ ସୁଦ୍ଧା ଏକ ଲକ୍ଷ ୪୦ ହଜାର ୟୁଜର୍ସ ଦେଖି ସାରିଛନ୍ତି।
wp:embed {"url":"https://twitter.com/akshaykumar/status/1349940553287258112","type":"rich","providerNameSlug":"twitter","responsive":true,"className":""} /wp:embedଅକ୍ଷୟ କୁମାର ଭିଡିଓ ସେୟାର କରି ଲେଖିଛନ୍ତି, "ସେନା ଦିବସ ଅବସରରେ ମାରାଥନ ଆରମ୍ଭ କରିବାକୁ ଦେଶର କିଛି ସାହସୀ ଯୋଦ୍ଧାଙ୍କ ସହ ସମୟ ବିତାଇବାକୁ ମଉକା ମିଳିଛି। ୱାର୍ମଅପ୍ ପାଇଁ ଭଲିବଲରୁ ଭଲ ଖେଳ ଆଉ କଣ ହେଇପାରେ "
ସେନା ଦିବସ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ପାଳନ କରାଯାଏ। ୧୯୪୯ ଜାନୁଆରୀ ୧୫ ତାରିଖରେ ଫିଲ୍ଡ ମାର୍ଶଲ କେ.ଏମ.କରିଆପ୍ପା ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ସେନା ମୁଖ୍ୟ ହୋଇଥିଲେ। ସେତେବେଳେ ଭାରତୀୟ ସେନାରେ ପାଖାପାଖି ୨ ଲକ୍ଷ ସୈନିକ ଥିଲେ। ସେହିଦିନ ଠାରୁ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ।
ଅଭିନେତା ଅକ୍ଷୟ କୁମାର ଅନେକ ବଲିଉଡ ଫିଲ୍ମରେ ସେନା ଚରିତ୍ରରେ ଅଭିନୟ କରିଛନ୍ତି। ଅକ୍ଷୟ କୁମାରଙ୍କ ଆହୁରି ଅନେକ ଫିଲ୍ମ ରିଲିଜ ହେବାର ଅଛି। ସୂର୍ଯ୍ୟବଂଶୀ, ଅତରଙ୍ଗୀ ରେ, ବେଳ ବଟମ, ପୃଥ୍ଵୀରାଜ, ବଚ୍ଚନ ପାଣ୍ଡେ ଆଦି ସାମିଲ।