ଅମୀରଙ୍କ ଫିଲ୍ମରୁ ରିଜେକ୍ଟ ହୋଇଥିଲେ ଅକ୍ଷୟ କୁମାର, ଏହି ରୋଲ୍ ପାଇଁ ଦେଇଥିଲେ ଅଡିସନ୍

Published By : Prameya-News7 Bureau | July 21, 2021 IST

ନୂଆଦିଲ୍ଲୀ ୨୧/୦୭ : ବଲିଉଡ ଅଭିନେତା ଅକ୍ଷୟ କୁମାର ହିନ୍ଦୀ ସିନେମାକୁ ଏକ ନୂଆ ସ୍ତରକୁ ନେବାରେ ପ୍ରମୁଖ ଅବଦାନ ଦେଇଛନ୍ତି। ଅକ୍ଷୟଙ୍କର ସମସ୍ତ ଫ୍ୟାନ୍ସ ଜାଣିଛନ୍ତି ଯେ ତାଙ୍କର ଯାତ୍ରା ଏତେ ସହଜ ହୋଇନାହିଁ । ସେ ତାଙ୍କ ଜୀବନରେ ଏକ କୁଙ୍ଗଫୁ ଶିକ୍ଷକ ଠାରୁ ଆରମ୍ଭ କରି ରୋଷେୟା ଏବଂ ଜଣେ ମଡେଲରୁ ଅଭିନେତା ପର୍ଯ୍ୟନ୍ତ ଅବିସ୍ମରଣୀୟ କାର୍ଯ୍ୟ କରିଛନ୍ତି ।

wp:html
/wp:html

ଅକ୍ଷୟ କୁମାରଙ୍କ ପାଇଁ ସିନେମା ଜଗତରେ ପାଦ ଦେବା ଏତେ ସହଜ ନଥିଲା। ବଲିଉଡରେ ଅକ୍ଷୟ କୁମାରଙ୍କୁ ଅନେକ ଥର ରିଜେକ୍ଟ ହେବାକୁ ପଡୁଥିଲା ଏବଂ ଏହିପରି ରିଜେକ୍ଟ ମଧ୍ୟରୁ ଗୋଟିଏ ହେଉଛି ଅମୀର ଖାନଙ୍କ ଫିଲ୍ମରେ ଏକ ଭୂମିକା। ଖୁବ୍ କମ୍ ଲୋକ ଜାଣନ୍ତି ଯେ ଅକ୍ଷୟ କୁମାର ଅମୀର ଖାନଙ୍କ ଫିଲ୍ମ 'ଜୋ ଜୀତା ୱୋହି ସିକନ୍ଦର' ପାଇଁ ଅଡିସନ ଦେଇଥିଲେ। କିନ୍ତୁ ତାଙ୍କୁ ରିଜେକ୍ଟ କରାଯାଇଥିଲା।

ଅକ୍ଷୟ କୁମାର ସେହି ସମୟରେ ଫିଲ୍ମରେ ଦୀପକ ତିଜୋରୀଙ୍କ ଚରିତ୍ର ପାଇଁ ଅଡିସନ ଦେଇଥିଲେ। ଏହି ଫିଲ୍ମରେ ଦୀପକ, ଶେଖର ମଲହୋତ୍ରା ଭୂମିକାରେ ଅଭିନୟ କରିଥିଲେ, ଯାହା ଏକ ନକାରାତ୍ମକ ଭୂମିକା ଥିଲା। ଦୀପକ ଏହି ଭୂମିକାରେ ଭଲ ଅଭିନୟ କରିଥିଲେ ଏବଂ ଫିଲ୍ମଟି ବଡ଼ ହିଟ୍ ହୋଇଥିଲା ।

wp:html
/wp:html

ଦୀପକ ତିଜୋରୀ ମଧ୍ୟ ଏହି ଭୂମିକା ପାଇଁ ପ୍ରଥମ ପସନ୍ଦ ନଥିଲେ । ଦୀପକଙ୍କ ପୂର୍ବରୁ ଏହି ଭୂମିକା ଭେଟେରାନ ମଡେଲ ମିଲିନ୍ଦ ସୋମନଙ୍କୁ ପ୍ରଦାନ କରାଯାଇଥିଲା। ଏକ ଥ୍ରୋବ୍ୟାକ୍ ଇଣ୍ଟରଭ୍ୟୁରେ ଦୀପକ ତିଜୋରୀ ଶେଖର ମଲହୋତ୍ରାଙ୍କ ଭୂମିକା ପାଇଁ ସେ ଏବଂ ଅକ୍ଷୟ କୁମାର କିପରି ଏକାଠି ଅଡିସନ୍ କରିଥିଲେ ତାହାର ରହସ୍ୟ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.