କ’ଣ ଅକ୍ଷୟ କୁମାର ନିଅନ୍ତି ଡ୍ରଗ୍ସ? ବଲିଉଡ ପାର୍ଟିକୁ ନେଇ ସୁଶାନ୍ତଙ୍କ ସାଙ୍ଗ ଯୁବରାଜଙ୍କ ବଡ଼ ଖୁଲାସା

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଇଣ୍ଡଷ୍ଟ୍ରିରେ ବଡ଼ ଖୁଲାସା ହେଉଛି। ଏହି କ୍ରମରେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁ ତଥା ପ୍ରଯୋଜକ ଯୁବରାଜ ଏସ ସିଂହ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ବଲିଉଡରେ ପ୍ରାୟ ୭୦ ଦଶକରେ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ଖୁବ୍ ବ୍ୟବହାର କରାଯାଉଥିଲା। ମାତ୍ର ସେତେବେଳର ସମୟ ଥିଲା ଅଲଗା। ଏବେ ସୋସାଲ ମିଡିଆ ଯୋଗୁ ଏକ୍ସପୋଜର ଅଧିକ ଥିବାରୁ ଏ ଘଟଣା ସାମ୍ନାକୁ ଆସୁଛି।

ବଲିଉଡରେ ସବୁଠୁ ଅଧିକ କୋକେନର ବ୍ୟବହାର କରାଯାଏ। ଯୁବରାଜ କହିଛନ୍ତି ବଲିଉଡରେ ବହୁତ ଲୋକ ଅଛନ୍ତି ଯେଉଁମାନେ କୋକେନ ନିଅନ୍ତି। କିଛି ଅଭିନେତା ଓ ଫିଲ୍ମ ନିର୍ମାତା ଡ୍ରଗ୍ସ ନିଅନ୍ତି। ସେଥିପାଇଁ ସେମାନେ ପାଗଳଙ୍କ ଭଳି ହୋଇଥାନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ଖୁବ୍ ଲୋକପ୍ରିୟ। ଏହାର ବ୍ୟବହାର ଏତେ ମାତ୍ରାରେ କରାଯାଏ ଯେ ଲୋକମାନେ ଗଞ୍ଜେଇକୁ ସିଗାରେଟ ଭଳି ବ୍ୟବହାର କରନ୍ତି। କ୍ୟାମେରାମ୍ୟାନ ଠାରୁ ଆରମ୍ଭ କରି ଟେକ୍ନସିଆନ ତଥା ସେଟରେ ଉପସ୍ଥିତ ଥିବା ଲୋକ ଅଳ୍ପ ମାତ୍ରାରେ ଗଞ୍ଜେଇ ଖାଆନ୍ତି।

ବଲିଉଡ ପାର୍ଟିରେ ଅଧିକାଂଶ କୋକେନର ବ୍ୟବହାର ଚାଲେ। କୋକେନ ହିଁ ବଲିଉଡର ମୁଖ୍ୟ ଡଗ୍ସ। ଏହା ବ୍ୟତୀତ ଏମଡିଏମଏ ବା ଏକଟେସି ଏବଂ ଏଲଏସଡି ବା ଏସିଡ୍ ଉପଯୋଗ କରାଯାଏ। ଏହା ବ୍ୟତୀତ କେଟାମାଇନ ମଧ୍ୟ ବ୍ୟବହାର କରାଯାଏ। ଏ ସବୁ ବହୁତ ହାର୍ଡ ଡ୍ରଗ୍ସ ଯାହାର ପ୍ରଭାବ ୧୫ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ରହେ। କୋକେନ ମଧ୍ୟ ଖୁବ୍ ହାର୍ଡ ଡ୍ରଗ୍ସ। ସେ କହିଛନ୍ତି ୫-୮ ଅଭିନେତା ବଲିଉଡର ଏମିତି ଅଛନ୍ତି ଯେଉଁମାନଙ୍କୁ ଏହାକୁ ଛାଡିବାର ଯଥେଷ୍ଟ ଆବଶ୍ୟକତା ରହିଛି। ନଚେତ ଏମାନେ ମରିଯିବେ ବୋଲି ସେ କହିଛନ୍ତି।

{"id":330417,"sizeSlug":"large"}

ଯୁବରାଜ ଆହୁରି କହିଛନ୍ତି ଅନେକ ସମୟରେ ତାଙ୍କୁ ମଧ୍ୟ ଡ୍ରଗ୍ସ ଅଫର କରାଯାଇଛି। ଏହାକୁ ସେ ଅତି ସାଧାରଣ ବୋଲି ମାନନ୍ତି। ବହୁତ ଲୋକ ଡ୍ରଗ୍ସ ନିଅନ୍ତି ଓ ତାପରେ ପାର୍ଟିକୁ ଯାଆନ୍ତି। କିଛି ଲୋକଙ୍କୁ ତ ଡ୍ରଗ୍ସ ଯୋଗୁ କାମ ମିଳେ। କୌଣସି ଅଭିନେତା, ଅଭିନେତ୍ରୀ ବା ନିର୍ଦେଶକଙ୍କ ସହ ଡ୍ରଗ୍ସ ନେଲେ ସେମାନଙ୍କ ସମ୍ପର୍କ ଭଲ ହୋଇଥାଏ। ବଲିଉଡ​‌ରେ ଏମିତି ମାଷ୍ଟରମାଇଣ୍ଡ ଅଛନ୍ତି। ସେମାନେ ଏମିତି ମାହୋଲ ତିଆରି କରନ୍ତି ଯେ ସେମାନେ କେବଳ ସେହି ମାନଙ୍କ ସହ କାମ କରିବାକୁ ଚାହାନ୍ତି।

ଗତବର୍ଷ ସେ ଦେଖିଥିଲେ ଏମାନେ ଗୋଟେ ସର୍କଲରେ ରହନ୍ତି। ସେହି କାମକୁ ଅପରେଟ କରନ୍ତି ଓ ସେମାନଙ୍କ ସହ ହିଁ କାମ କରନ୍ତି। ଏପରିକି ଗତବର୍ଷ ଗୋଟେ ଡ୍ରଗ୍ସ ପାର୍ଟିର ଭିଡିଓ ଭାଇରାଲ ହୋଇଥିଲା ଯାହା ଥିଲା ଗୋଟେ ଡ୍ରଗ୍ସ ପାର୍ଟିର । କରଣ ଜୋହର ହାଉସ ପାର୍ଟିର ଭିଡିଓ ଭାଇରାଲ ହୋଇଥିବା ଯୁବରାଜଙ୍କ ଇସାରାରୁ ଜଣାପଡିଛି। ସେହି ଭିଡିଓରେ ଦୀପିକା ପାଦୁକୋନ, ରଣବୀର କପୁର, ମଲାଇକା ଅରୋରା, ଭିକି କୌଶଲ, ବରୁଣ ଧାଓ୍ବନ, ଶାହିଦ କପୁର, ଅର୍ଜୁନ କପୁର ଭଳି କଳାକାର ଥିଲେ। ଅଭିଯୋଗ ହୋଇଥିଲା ଏ ପାର୍ଟିରେ ଡ୍ରଗ୍ସ ବ୍ୟବହାର ହେଉଥିଲା।

ଯୁବରାଜ ଦାବି କରିଛନ୍ତି ଯେ ୧୦ରୁ ୧୫ ଷ୍ଟାର୍ କୋକେନ ଆଡିକ୍ଟ। ତେବେ ଯୁବରାଜ କାହାର ନାଁ ନେବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି। କାରଣ ଏହା ପରେ ଲୋକମାନେ ତାଙ୍କ ଉପରେ ପ୍ରତିଶୋଧ ନେବା ଆରମ୍ଭ କରିବେ। ସେ କହନ୍ତି ତାଙ୍କୁ ଜଣା ଯେ ଲୋକମାନେ ଡ୍ରଗ୍ସ ନିଅନ୍ତି। ତେବେ ଏହାକୁ ପ୍ରମାଣ କରିବା ପାଇଁ କିଛି ଭିଡିଓ କି ଫଟୋ ତାଙ୍କ ପାଖରେ ନାହିଁ। ଏହା ପରେ ସମସ୍ତେ ତାଙ୍କ ବିରୋଧରେ କେସ କରିପାରନ୍ତି। ସେଥିପାଇଁ ସେଥିରେ ସେ ନିଜ ନାଁ ଆଣିବାକୁ ଚାହାନ୍ତି ନାହିଁ।

ଏହା ବାଦ୍ କହିଛନ୍ତି ସେ ଇଣ୍ଡଷ୍ଟ୍ରିରେ କାମ କରନ୍ତି । ସେହି ଲୋକମାନେ ଫିଲ୍ମରେ ତାଙ୍କୁ ଟାର୍ଗେଟ କରିବେ। ସେମାନେ ତାଙ୍କ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ କହିବେ ୟା ଫିଲ୍ମ ରିଲିଜ୍ ହେବାକୁ ଦେବ ନାହିଁ। ଏହି ଇଣ୍ଡଷ୍ଟ୍ରିରେ ବହୁତ ପ୍ରତିଶୋଧ ନିଆଯାଏ।

୧୦-୧୫ ଜଣ ଆଗଧାଡିର କଳାକାର ଡ୍ରଗ୍ସ ନେଉଛନ୍ତି। କିନ୍ତୁ ଖିଲାଡି ମ୍ୟାନ୍ ଅକ୍ଷୟ କୁମାର ସବୁଠୁ ଭିନ୍ନ। ସେ ଆଦୌ ଡଗ୍ସ ବ୍ୟବହାର କରନ୍ତି ନାହିଁ। ସେ ଖୁବ୍ ସଫା ତଥା ଖୋଲା ମଣିଷ। ଏଇ ଏ-ଲିଷ୍ଟ ଗ୍ୟାଙ୍ଗ ଲବି ବନେଇଛନ୍ତି ଓ ସେମାନଙ୍କ ସହ ହିଁ କାମ କରିବାକୁ ହେବ। ଏମାନେ କେବଳ ନିଜ ଲୋକଙ୍କୁ ଆଗକୁ ବଢ଼ାନ୍ତି। ଏହା ସହ ନେପୋଟିଜମକୁ ଗୁରୁତ୍ବ ଦିଅନ୍ତି। ଏହା ଦ୍ବାରା ନୂଆ ଜେନେରସନ ଆଗକୁ ବଢ଼ିପାରି ନ ଥାଏ କହିଛନ୍ତି ଯୁବରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.