ଟ୍ବିଙ୍କଲ ଖାନ୍ନା ଓ ଅକ୍ଷୟ କୁମାରଙ୍କ ବିବାହକୁ ପୁରିଲା ୨୦ ବର୍ଷ, ଏହିଭଳି ଦୁହେଁ ଦୁହିଁକୁ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | January 18, 2021 IST

ମୁମ୍ବାଇ ୧୮।୧: ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନାଙ୍କ ବିବାହକୁ ପୂରିଲାଣି ୨୦ ବର୍ଷ । ଏହି ଦୁଇ ଅଇନେତା-ଅଭିନେତ୍ରୀ ୨୦୦୧ ମସିହା ଜାନୁଆରୀ ମାସ ୧୭ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇ ଜଣଙ୍କର ଯୋଡିକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ । ଅକ୍ଷୟ ଏବଂ ଟ୍ବିଙ୍କଲ ନିଜର ୨୦ତମ ବିବାହ ବାର୍ଷିକୀ ଅବସରରେ ପରସ୍ପରକୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ।

{"id":394090,"sizeSlug":"large","linkDestination":"none"}

ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ସିସିଆଲ ମିଡିଆରେ ବେଶ ସକ୍ରିୟ । ବିବାହ ବାର୍ଷିକୀ ଅବସରରେ ଅଭିନେତା ଅକ୍ଷୟ କୁମାର ପତ୍ନୀ ଟ୍ବିଙ୍କଲ ଖାନ୍ନାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅକ୍ଷୟ ହସୁଥିବା ବେଳେ ଟ୍ବିଙ୍କଲ ଅକ୍ଷୟଙ୍କ କାନ୍ଧ ଉପରେ ହାତ ରଖି ପୋଜ୍ ଦେଇଥିବା ଦେଖିବାକୁ ମିଳିଛି । ଫଟୋ ସହିତ ଅକ୍ଷୟ ଖୁବ୍ ସୁନ୍ଦର କ୍ୟାପ୍ସନ୍ ମଧ୍ୟ ଲେଖିଛନ୍ତି ।

wp:html
/wp:html

ଅକ୍ଷୟ ଇନଷ୍ଟାଗ୍ରାମରେ ଏହି ଫଟୋକୁ ସେୟାର କରି କ୍ୟାପ୍ସନ୍ ରେ ଲେଖିଛନ୍ତି, ‘ମୁଁ ଯେଉଁ ସଂପର୍କରେ ରହିଛି ସେଥିରେ ସନ୍ଦେହ ନାହିଁ । ଆମ ବିବାହକୁ ୨୦ ବର୍ଷ ହୋଇଗଲାଣି । ତୁମେ ଆଜି ମଧ୍ୟ ମୋ ହୃଦୟ କିଣି ନେଉଛ ଏବଂ କେବେ କେବେ ମତେ ହଇରାଣ କରୁଛ । କିନ୍ତୁ ଏହାପରେ ବି ମୁଁ କେବେ ଆଉ କାହାକୁ ଦେଖିନାହିଁ । ଯେପର୍ଯ୍ୟନ୍ତ ତୁମେ ମୋ ସାଥିରେ ଅଛ ସେପର୍ଯ୍ୟନ୍ତ ମୋ ଖୁସି କେବେ କମିବ ନାହିଁ । ହାପି ଆନିଭର୍ସାରୀ ଟିନା ।

{"id":394091,"sizeSlug":"large","linkDestination":"none"}

ଅକ୍ଷୟଙ୍କ ଏହି ପୋଷ୍ଟକୁ ଟ୍ବିଙ୍କଲ ମଧ୍ୟ ରି-ପୋଷ୍ଟ କରିଛନ୍ତି । ଟ୍ବିଙ୍କଲ ଲେଖିଛନ୍ତି, ‘ଏହି ସଂପର୍କରେ ତୁମେ ସୁନ୍ଦର ଆଉ ଉପଯୁକ୍ତ । ମୁଁ ନିଜକୁ ବୁଦ୍ଧିମାନ ବୋଲି କହିପାରିବିନି କାରଣ ତୁମେ ମୋଠାରୁ ଅଧିକ ବୁଦ୍ଧିମାନ । ଆମକୁ ସମ୍ପୂର୍ଣ ହେବା ପାଇଁ ପରସ୍ପରଙ୍କର ଆବଶ୍ୟକତା ନାହିଁ କିନ୍ତୁ ଆମେ ସବୁବେଳେ ସାଥି ହୋଇ ରହିବାକୁ ଚାହୁଁଛେ ଏବଂ ବୋଧ ହୁଏ, ଏହା ଏଭଳି ହେବାକୁ ଥିଲା । ହାପି ଆନିଭର୍ସାରୀ ମିଷ୍ଟର କେ ।’

{"id":394092,"sizeSlug":"large","linkDestination":"none"}

ଏହି ପୋଷ୍ଟକୁ ଉଭୟଙ୍କର ଫ୍ୟାନ୍ସ ମଧ୍ୟ ବେଶ୍ ପସନ୍ଦ କରିବା ସହ ଆନିଭର୍ସରୀର ଶୁଭେଚ୍ଛା ଦେଉଛନ୍ତି । ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ୨୦୦୧ ମସିହାରେ ବିବାହ କରିଥିଲେ । ଅକ୍ଷୟଙ୍କୁ ବିବାହ କରିବା ପରେ ଟ୍ବିଙ୍କଲ୍ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ଏବଂ ନିଜର ଘର ସମ୍ଭାଳି ଥିଲେ । ଟ୍ବିଙ୍କଲ ଏବେ ଲେଖିକା ହୋଇସାରିଛନ୍ତି । ସେ କେତେଗୁଡିଏ ବହି ମଧ୍ୟ ଲେଖିଛନ୍ତି । ଟ୍ବିଙ୍କଲ ଏବଂ ଅକ୍ଷୟଙ୍କର ଦୁଇଟି ସନ୍ତାନ, ପୁଅ ଆରବ ଏବଂ ଝିଅ ନିତାରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.