ଅକ୍ଷୟ କୁମାର ଓ ମାନୁଷୀ ଛିଲାରଙ୍କ ଫିଲ୍ମ ରିଲିଜ ହେବା ପୂର୍ବରୁ ହେଲା ବ୍ଲକ୍ବଷ୍ଟର…

Published By : Prameya-News7 Bureau | December 04, 2019 IST

ମୁମ୍ବାଇ୪|୧୨: ବଲିଉଡ ଖିଲାଡି ଅକ୍ଷୟ କୁମାର ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଖୁବ ଶୀଘ୍ର ଅକ୍ଷୟଙ୍କ ଅପକମିଂ ଫିଲ୍ମ ଗୁଡ ନ୍ୟୁଜ୍‌ (Good News) ରିଲିଜ ହେବାକୁ ଯାଉଛି। ଏହା ସହ ଅକ୍ଷୟ କୁମାର ଫିଲ୍ମ ପୃଥ୍ବୀରାଜ ସିଂହକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଐତିହାସିକ ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ। ୨୦୧୭ ମସିହାରେ ମିସ ଓ୍ବାଲର୍ଡର କ୍ରାଉନ୍‌ ଜିତିଥିବା ମାନୁଷୀ ଛିଲ୍ଲାର ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବେ। ଉଭୟଙ୍କ ଯୋଡିକୁ ପରଦାରେ ଦେଖିବା ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି।   

{"id":193742,"sizeSlug":"large"}

ୟଶରାଜ ଫିଲ୍ମସ ଏହି ଫିଲ୍ମର ପ୍ରଡକ୍ସନ କରିବ । ଫିଲ୍ମ ପୃଥ୍ବୀରାଜ ସିଂହ YRF Films ବ୍ୟାନରରେ ତିଆରି ହେଉଛି।ଅକ୍ଷୟ କୁମାରଙ୍କ ସହ ୟଶରାଜ ଫିଲ୍ମସ ମଧ୍ୟ ନିଜର ପ୍ରଥମଐତିହାସିକ ଫିଲ୍ମ ତିଆରି କରୁଛି। ଫିଲ୍ମର ଶୁଟିଂ ପାଇଁ ୩୫ଟି ବଡ ଶୁଟିଂ ସେଟ୍‌ ପ୍ରସ୍ତୁତ କରାଯାଇଛି ଯାହା ରେକର୍ଡ ହୋଇସାରିଛି। କାରଣ ଏହା ପୂର୍ବରୁ ସିନେମା ଜଗତରେ କୌଣସି ଫିଲ୍ମ ପାଇଁ ୩୫ଟି ସେଟ୍‌ କରାଯାଇନାହିଁ। ୩୫ଟି ଭିନ୍ନ ଭିନ୍ନ ସ୍ଥାନରେ ଫିଲ୍ମର ଶୁଟିଂ କରାଯିବ।

{"id":193743,"sizeSlug":"large"}

ଫିଲ୍ମର ଅଧିକ ସେଟ୍‌ ମହାରାଷ୍ଟ୍ରରେ ତିଆରି କରାଯାଇଛି ଓ ଅନ୍ୟ କିଛି ରାଜସ୍ଥାନରେ କରାଯାଇଛି।ଚଳଚ୍ଚିତ୍ରରେ ଅକ୍ଷୟ କୁମାର ପୃଥ୍ବୀରାଜ ସିଂହଙ୍କ ଭୂମିକାରେ ନଜର ଆସିବେ ଓ ମାନୁଷୀ, ରାଜା ପୃଥିବୀରାଜଙ୍କ ପ୍ରେମିକା ସଂଜୁକ୍ତା ଭୂମିକାରେ ଅଭିନୟ କରିଛନ୍ତି। ମାନୁଷୀ ଛିଲ୍ଲାରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ପୃଥ୍ବୀରାଜ ଚୌହାନ ଆଗାମୀ ବର୍ଷ ୨୦୨୦ ମସିହାରେ ଦୀପାବଳିରେ ରିଲିଜ ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.