୧୯୭୧ ଭାରତ-ପାକ୍ ଯୁଦ୍ଧର ଅସଲ ହିରୋଙ୍କୁ ଗୋଡ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନେଲେ ଅକ୍ଷୟ କୁମାର, ବର୍ଡ଼ରରେ ସୁନୀଲ ସେଟ୍ଟୀ କରିଥିଲେ ଭୈରୋ ସିଂହଙ୍କ ଚରିତ୍ର

Published By : Prameya-News7 Bureau | January 16, 2021 IST

ଜୈସଲମେର ୧୬/୦୧ : ସୁପରଷ୍ଟାର ଅକ୍ଷୟ କୁମାର ଫିଲ୍ମ ସହ ଅସଲ ଜୀବନରେ ମଧ୍ୟ ଲୋକଙ୍କ ମନ ଜିତିଛନ୍ତି। ଵିଶେଷ କରି ସମାଜ ସେବା କ୍ଷେତ୍ରରେ ଲୋକଙ୍କ ହୃଦୟ ଜିତିଥାନ୍ତି। ଏହିଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଜୈସଲମେରରେ ଅକ୍ଷୟ କୁମାର ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋ ସିଂହଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା ତାଙ୍କ ଗୋଡ ଛୁଇଁ ତାଙ୍କୁ ପ୍ରଣାମ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ଏସବୁ ଦେଖି ଆଖପାଖରେ ଉପସ୍ଥିତ ଲୋକେ ବହୁତ ଖୁସି ହୋଇଥିଲେ। ଅକ୍ଷୟ କୁମାରଙ୍କ ପ୍ରତି ଲୋକଙ୍କ ସ୍ନେହ ଓ ସମ୍ମାନ ଆହୁରି ବଢି ଯାଇଥିଲା।

{"id":393462,"sizeSlug":"large","linkDestination":"none"}

ଜୈସଲମେରରେ ଆର୍ମି ଏରିଆରେ ସେନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମଧ୍ୟ ସେଠାରେ ପହଞ୍ଚିଥିଲେ। ସେଠାରେ ଏମିତି ଏକ କାମ କଲେ ଯାହା ଦେଖି ସେନା ଯବାନ ଓ ଅଧିକାରୀଙ୍କ ମନ ଆନନ୍ଦିତ ହୋଇଯାଇଥିଲା। ସେ ୧୯୭୧ ଯୁଦ୍ଧର ଅସଲ ହିରୋଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ତାଙ୍କୁ ଗୋଡ ଛୁଇଁ ପ୍ରଣାମ କରିଥିଲେ। ଏହି ଦୃଶ୍ୟ ଦେଖିଲା ପରେ ଲୋକଙ୍କ ମନରେ ଅକ୍ଷୟଙ୍କ ପ୍ରତି ସମ୍ମାନ ଆହୁରି ବଢି ଯାଇଥିଲା। ଅଭିନେତ୍ରୀ କୃତି ସାନନ ମଧ୍ୟ ପାଖରେ ଉପସ୍ଥିତ ଥିଲେ। ଏହି ଦୃଶ୍ୟ ଦେଖି ସେ ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ। 

{"id":393463,"sizeSlug":"large","linkDestination":"none"}

ବଲିଉଡ ଫିଲ୍ମ 'ବର୍ଡ଼ର'ରେ ସୁନୀଲ ସେଟ୍ଟୀ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ସେ ହେଲେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ଅସଲ ହିରୋ ଭୈରୋ ସିଂହ। ବୀର ଭୂମି ଶେରଗଡ଼ର ସୋଲଙ୍କିୟାତଲା ଗାଁରେ ଜନ୍ମ ହୋଇଥିଲେ ଭୈରୋ ସିଂହ ରାଥୋଡ। ୧୯୭୧ ରେ ଜୈସଲମେର ସ୍ଥିତ ବିଏସଏଫ ଲୋଙ୍ଗେବାଲା ପୋଷ୍ଟରେ ୧୪ ବାଟାଲିୟନରେ ସେ ନିୟୋଜିତ ଥିଲେ।

{"id":393466,"sizeSlug":"large","linkDestination":"none"}

ସେଠାରେ ସେ ନିଜର ଅସାଧାରଣ ବୀରତ୍ୱ ଓ ସୌର୍ଯ୍ୟର ପରିଚୟ ଦେଇ ପାକିସ୍ତାନ ସେନାକୁ ପରାସ୍ତ କରିଥିଲେ। ଭାରତ-ପାକ ସୀମାରେ ଲୋଙ୍ଗେବାଲା ପୋଷ୍ଟରେ ସେ ମେଜର କୁଲଦୀପ ସିଂହଙ୍କ ୧୨୦ ସେନା କମ୍ପାନୀ ସହ ମିଶି ପାକ୍ ସେନାର ମୁକାବିଲା କରି ପାକିସ୍ତାନ ଟ୍ୟାଙ୍କ ଧ୍ବଂସ କରିଥିଲେ ଓ ଶତ୍ରୁ ସଂହାର କରିଥିଲେ। ଭୈରୋ ସିଂହ ଏମଏଫଜିର ପାଖାପାଖି ୩୦ ପାକିସ୍ତାନୀ ଶତ୍ରୁଙ୍କୁ ମାରିଥିଲେ। 

{"id":393464,"sizeSlug":"large","linkDestination":"none"}

ବୀର ଭୈରୋ ସିଂହଙ୍କ ବୀରତ୍ୱ ଓ ପରାକ୍ରମକୁ ଦେଖି ୧୯୯୭ ରେ ରିଲିଜ ହୋଇଥିବା ଫିଲ୍ମ ବର୍ଡ଼ରରେ ସୁନୀଲ ସେଟ୍ଟୀ ରାଥୋଡ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ଭୈରୋ ସିଂହ ଶହୀଦ ହୋଇଥିଲେ କିନ୍ତୁ ଅସଲ ଜୀବନରେ ଭୈରୋ ସିଂହ ଆଜି ବି ଜୀବିତ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.