ବଲିଉଡ୍‌ର ଏହି ହିରୋ ପତ୍ନୀଙ୍କୁ ଗିଫ୍ଟ କଲେ ପିଆଜ ଇୟରିଂ

Published By : Prameya-News7 Bureau | December 13, 2019 IST

ମୁମ୍ବାଇ ୧୩/୧୨: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ନିଜ ଫିଲ୍ମ ‘ଗୁଡ୍ ନ୍ୟୁଜ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ସମୟରେ ପୂରା ଦେଶରେ ପିଆଜ ଦର ହୁହୁ ହୋଇ ବୃଦ୍ଧି ପାଉଛି। ପିଆଜ ଦର ଆକାଶ ଛୁଆଁ। ପିଆଜ ଦର ବୃଦ୍ଧିକୁ ଅକ୍ଷୟ କୁମାର ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି। ସେ ନିଜ ପତ୍ନୀଙ୍କୁ ଏକ ଗିଫ୍ଟ ପ୍ରଦାନ କରିଛନ୍ତି। ତେବେ ମଜା କଥା ହେଉଛି ଏହି ଇୟରିଂଟି ପିଆଜରେ ତିଆରି ହୋଇଛି। ତାଙ୍କ ପତ୍ନୀ ଟ୍ୱିଙ୍କଲ ଖନ୍ନାଙ୍କୁ ମଧ୍ୟ ଏହା ବେଶ୍ ପସନ୍ଦ ଆସିଛି ।

wp:core-embed/instagram {"url":"https://www.instagram.com/p/B5-n4WOFwoh/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B5-n4WOFwoh/?utm_source=ig_web_copy_link
/wp:core-embed/instagram

ଅକ୍ଷୟ କୁମାର ନିଜ ଫିଲ୍ମ ‘ଗୁଡ୍ ନ୍ୟୁଜ୍‌ର ପ୍ରମୋସନ ପାଇଁ କପିଲ ଶର୍ମା ସୋ’କୁ ଯାଇଥିଲେ ।  ଏହି ସୋ’ରେ ଅକ୍ଷୟ ପିଆଜ ଇୟରିଂ ପ୍ରଥମେ କରୀନାଙ୍କ ଅଫର କରିଥିଲେ। କରୀନା ଏହାକୁ ଗ୍ରହଣ କରି ନ ଥିଲେ। ପୁଣି ଅକ୍ଷୟ ତାଙ୍କ ପତ୍ନୀଙ୍କୁ ଏହି ପିଆଜ ଇୟରିଂ ଦେଇଥିଲେ। ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏହି ଇୟରିଂର ଫଟୋ ସେୟାର କରି ଲେଖିଛନ୍ତି ‘ମୋ ସାଥୀ କପିଲ୍ ଶର୍ମା ଶୋରୁ ରିଟର୍ଣ୍ଣ କରି ମୋତେ ଏହା ଦେଖାଇ କହିଲେ ଯେ ସେ ଏହାକୁ କରୀନାକୁ ଦେଉଥିଲେ କିନ୍ତୁ ସେ ଆଗ୍ରହୀ ନହେବାରୁ ମୋ ପାଇଁ ନେଇ ଆସିଲେ। ତାଙ୍କୁ ଜଣା ଥିଲା ଯେ ମୋତେ ଏହା ବହୁତ ପସନ୍ଦ ଆସିବ । ବେଳେବେଳେ ଏହି ଛୋଟ ଛୋଟ ଜିନିଷ ହୃଦୟକୁ ଛୁଇଁଯାଏ ।‘

{"id":197256,"sizeSlug":"large"}

ପିଆଜର ଦାମ୍ ନେଇ ଟ୍ୱିଙ୍କଲ ପୂର୍ବରୁ ମଧ୍ୟ ଫଟୋ ସେୟାର କରିସାରିଛନ୍ତି ଯେଉଁଥିରେ ସେ ହାତରେ ପିଆଜ ନେଇ ଠିଆ ହୋଇଥିଲେ । ଏହା ସହିତ ସେ ବିନା ପିଆଜରେ ୫ ରେସିପି ମଧ୍ୟ ସେୟାର କରିଥିଲେ । ୨୭ ଡିସେମ୍ବରରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରିଲିଜ ହେବାକୁ ଯାଉଛି । କରଣ ଜୋହରଙ୍କ ପ୍ରଡକ୍ସନରେ ପ୍ରସ୍ତୁତ ଏହି ଫିଲ୍ମ ସରୋଗେସି ବିଷୟ ଉପରେ ଆଧାରିତ । ଫିଲ୍ମର ଟ୍ରେଲର ସମସ୍ତଙ୍କୁ ବହୁତ ପସନ୍ଦ ଆସିଛି । ଏହା ପରେ ଅକ୍ଷୟ ‘ସୂର୍ଯ୍ୟବଂଶୀ’ ଓ ’ଲକ୍ଷ୍ମୀ ବମ୍’ରେ କାମ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.